କୁସୁମ ଟେଟେ, ଟଙ୍କଧର ତ୍ରିପାଠୀଙ୍କ ବିରୋଧରେ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେଡି

ଭୁବନେଶ୍ୱର: ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେଡି ଟିମ୍। କୁସୁମ ଟେଟେ, ଟଙ୍କଧର ତ୍ରିପାଠୀଙ୍କ ବିରୋଧରେ ଫେରାଦ ହେଲା ବିଜେଡି। ଝାରସୁଗୁଡ଼ା ଉପନିର୍ବାଚନରେ ବିଜେପି ନେତାଙ୍କ ଗୁଣ୍ଡାଗର୍ଦ୍ଦିକୁ ନେଇ ସିଇଓଙ୍କ ନିକଟରେ ଅଭିଯୋଗ କରିଛି ବିଜେଡି ଟିମ୍ ।
ହିଂସା ଭିଆଇବା ବିଜେପିର ଅଭ୍ୟାସ । ବିଜେଡି ପୋଷ୍ଟର ମଧ୍ୟ ବିଜେପି ଚିରିଛି । ବିଜେଡି କର୍ମୀଙ୍କୁ ଗୋଡେଇ ଗୋଡେଇ ପିଟିଥିବା ଅଭିଯୋଗ ହୋଇଛି । ବିଜେଡି ପ୍ରାର୍ଥୀଙ୍କୁ ଜାତିଆଣ ଆକ୍ଷେପ କରଯାଇଛି। ପଦମପୁର ଉପନିର୍ବାଚନ ବେଳେ ବି ସମାନ ଧରଣର ହିଂସା ଭିଆଇଥିଲା ବିଜେପି।