ସୁଭଦ୍ରା ଯୋଜନା ନେଇ ବିଜେପିକୁ ଟାର୍ଗେଟ କଲା ବିଜେଡି

1 min read

ଭୁବନେଶ୍ବର: ସୁଭଦ୍ରା ଯୋଜନା ନେଇ ବିଜେପିକୁ ଟାର୍ଗେଟ କଲା ବିଜେଡି । ସୁଭଦ୍ରା ଯୋଜନା ନାଁରେ ପ୍ରବଞ୍ଚନା କରିଛି ବିଜେପି । ମହିଳାଙ୍କୁ ଦୁଇ ବର୍ଷରେ ୫୦ ହଜାର ଦେବେ କହିଥିଲେ ଏବେ ୫ ବର୍ଷରେ ୫୦ ହଜାର ଦେବାକୁ SOP ଆଣିଛନ୍ତି ।

ମାସକୁ ୮୩୩ଟଙ୍କା ଅର୍ଥାତ ଦିନକୁ ୨୭ଟଙ୍କା ଦେବେ । ଭତ୍ତା ପ୍ରତିଶୃତି ଦେଇ ମଧ୍ୟ ଠକିଛନ୍ତି ସରକାର । ସତ୍ୟ ଓ ତଥ୍ୟ ମଧ୍ୟରେ ତାଳମେଳ ନଥାଏ ଯୋଜନାରୁ ୧ କୋଟି ମହିଳା ବଂଚିତ ହେବେ ବୋଲି ବର୍ଷିଛି ବିଜେଡି । ସେପଟେ ବିଜେପି ସରକାରଙ୍କୁ  ମିଛୁଆ ରାଧୁଆର ସରକାରର ଆଖ୍ୟା ଦେଇଛନ୍ତି ସାଂସଦ ସୁଲତା ଦେଓ  ।

ଏ ସରକାରରେ ଆଳୁ କିଲୋ ୫୦, ପିଆଜ କିଲୋ ୬୦ଟଙ୍କା  । ଦିନରେ ତାରା ଦେଖାଇବା ବନ୍ଦ କରନ୍ତୁ ସରକାର
ଦିନରେ ତାରା ଦେଖାଇବା ବନ୍ଦ କର: ବିଜେଡି