spot_img

Latest Posts

ଓଡ଼ିଶା ସାମନାରେ ନୂଆ ଢାଞ୍ଚାରେ ମିଛ କହିବାରେ ମଗ୍ନ ହୋଇଛନ୍ତି ବିଜେପି ନେତା

ଭୁବନେଶ୍ବର: ବିରୋଧୀ ବିଜେପିକୁ ବିଜୁ ଜନତା ଦଳର ଆଟାକ୍। ପ୍ରେସମିଟ କରି ବିଜେପି କେନ୍ଦ୍ରୀୟ ତଥା ରାଜ୍ୟ ବିଜେପି ନେତାଙ୍କ ଉପରେ ବର୍ଷିଲେ ବିଜେଡି ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ ତଥା ଭୃଗୁ ବକ୍ସିପାତ୍ର। କହିଛନ୍ତି, ମହାପ୍ରଭୁଙ୍କୁ ନେଇ ବିଜେପି ପ୍ରତିଦିନ ନୂଆ ନୂଆ ମିଛ ଅପପ୍ରଚାର କରୁଛି। ମିଛ କଥା କହୁଛନ୍ତି। ଓଡ଼ିଶା ଲୋକଙ୍କ ସାମନାରେ ନୂଆ ଢାଞ୍ଚାରେ ମିଛ କହିବାରେ ମଗ୍ନ ହୋଇଛନ୍ତି।

ବିଭିନ୍ନ ଲୋକଙ୍କ ମୁହଁରେ ମିଛ କୁହାଇବା ପରେ ଏବେ ଅପପ୍ରଚାର କରୁଛନ୍ତି।ପ୍ରଭୁ ଜଗନ୍ନାଥଙ୍କ ନାଁକୁ ବ୍ୟବହାର କରି ମିଛ କଥା କହୁଛନ୍ତି।ମହାପ୍ରଭୁଙ୍କ ସମସ୍ତ କାମ ଓ ପୀଠକୁ ନେଇ ରାଜନୀତି କରୁଛନ୍ତି। ବହୁତ ଦିନ ହେଲା ଏ କଥା କରି ଆସୁଛନ୍ତି। ହେଲେ ବାରମ୍ବାର ଫେଲ୍ ମାରିଛନ୍ତି। ଫେକ୍ ନ୍ଯୁଜ ଫ୍ଯାକ୍ଟ୍ରି ଭଳି କାମ କରୁଛନ୍ତି। ପ୍ରଥମେ କହିଲେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ୪ ହଜାର କୋଟି ଖର୍ଚ୍ଚ ହୋଇଛି। ହେଲେ ପରିକ୍ରମା ପ୍ରକଳ୍ପରେ ରାଜ୍ୟ ସରକାର ଖର୍ଚ୍ଚ କରିଛନ୍ତି ୩୨୫ କୋଟି। ରତ୍ନ ଭଣ୍ଡାର ଆସନ୍ତା ଜୁଲାଇ ମାସରେ ଖୋଲାଯିବ।

ସୁପ୍ରିମକୋର୍ଟ ଅବସରପ୍ରାପ୍ତ ଜଷ୍ଟିସଙ୍କ ତତ୍ତ୍ଵାବଧାନରେ ଏହି କାର୍ଯ୍ୟ କରାଯିବ। ଏ ସମସ୍ତ କାର୍ଯ୍ୟ ସାର୍ବନଜନୀନ ଭାବେ ହେଉଛି।ବିଜେପି ନେତାଙ୍କୁ ଏହା ଦେଖାଯାଉନାହିଁ କି ବୋଲି ପଚାରିଛନ୍ତି ବିଜେଡି ନେତା ଭୃଗୁ ବକ୍ସିପାତ୍ର। ଓଡ଼ିଶାର ସବୁ ଲୋକ ବିରୋଧୀଙ୍କ ଏ କଥା ବୁଝି ସାରିଛନ୍ତି। ବିରୋଧୀ ପର୍ଯ୍ୟଟକ ଭାବେ ଆସୁଛନ୍ତି ନିର୍ବାଚନ ସରିଲେ ଏଠାରୁ ଫେରିଯିବେ। ପୁଣି ୨୦୨୯ରେ ଦେଖାଦେବେ। ଓଡ଼ିଶାର ଲୋକଙ୍କୁ ଭଣ୍ଡେଇବା ପାଇଁ ଏ ବ୍ୟବସ୍ଥା କରିଛନ୍ତି।ଏହାକୁ ବିଜେଡି ଘୋର ବିରୋଧ କରୁଛି। ଗୋଟିଏ ଦାୟିତ୍ଵହୀନ ରାଜନୀତି ଦଳର କାର୍ଯ୍ୟ ଚିନ୍ତାଜନକ।

ଏଏସଆଇକୁ ବ୍ୟବହାର କଲେ, ସୁପ୍ରିମକୋର୍ଟ ପାଖରେ ଆବେଦନ କଲେ, ସବୁ ଖାରଜ ହେଲା। ବିରୋଧୀ ନେତା ବିଭ୍ରାନ୍ତିକର ମତ ଦେଉଛନ୍ତି। ପ୍ରଭୁ ଜଗନ୍ନାଥଙ୍କୁ ରାଜନୀତିରୁ ବାହାରେ ରଖନ୍ତୁ ବୋଲି କହିଛନ୍ତି ଭୃଗୁ ବକ୍ସିପାତ୍ର। ଅନ୍ଯ ରାଜ୍ୟର ମୁଖ୍ୟମନ୍ତ୍ରୀ ଆସି ଏ କଥା ପ୍ରଚାର କରୁଛନ୍ତି।ରାଜନୀତିରେ ଶାଳୀନତା ଥାଏ, ହେଲେ ବିଜେପି ନିର୍ବାଚନ ପ୍ରଚାର ପ୍ରକ୍ରିୟାରେ ଏହାକୁ ରଖିନାହିଁ। ରାଜନୀତିରେ କାହା ବିଷୟରେ ଅଶାଳୀନ ଭାଷା ବ୍ୟବହାରକୁ ଗ୍ରହଣ କରିବନି ଓଡ଼ିଶା। ଶାଳୀନତା ରାଜନୀତିରେ ପ୍ରମୁଖ ଆବଶ୍ୟକତା। ଆଉ ଶାଳନୀତା ରାଜନୀତିର ପ୍ରତୀକ ହେଉଛନ୍ତି ନବୀନ ବାବୁ। ବିଜେଡି ଏ ପ୍ରଚାର ଢାଞ୍ଚାକୁ ବିରୋଧ ସହ ନିନ୍ଦା କରୁଛି ବୋଲି କହିଛନ୍ତି ଭୃଗୁ ବକ୍ସିପାତ୍ର।

Latest Posts

Don't Miss