ନୂଆ ସରକାରରେ ପୋଲିସ ନିଯୁକ୍ତିରେ ବଡ଼ ଅନିୟମିତତା, ୫୦ କୋଟି ଟଙ୍କାର ହେରଫେର: ବିଜେଡି
ଭୁବନେଶ୍ବର : ରାଜ୍ୟ ସରକାରଙ୍କୁ ବିଜେଡିର ଟାର୍ଗେଟ । ରାଜ୍ୟରେ ନୂତନ ସରକାର ଶାସନ କରିବାକୁ ୬ ମାସ ବିତିଲାଣି । ଏହା ଭିତରେ ପୋଲିସ ନିଯୁକ୍ତିରେ ବଡ଼ ଅନିୟମିତତା ହୋଇଛି । ଫାୟାର ସର୍ଭିସେସ୍ ଚାକିରି କ୍ଷତ୍ରରେ ୫୦ କୋଟି ଟଙ୍କାର ହେରଫେର ହୋଇଥିବା ଅଭିଯୋଗ କରିଛି ବିଜେଡି । ପୋଲିସ ରିକ୍ୱାରମେଣ୍ଟ ତରଫରୁ ନିଯୁକ୍ତି ପାଇଁ ଟେଣ୍ଡର ହୋଇଥିଲା । ଟେଣ୍ଡରରେ ଆଇଟିଆଇ, ପିଏସୟୁ କମ୍ପାନୀ ଆସିଥିଲା । କାମ କରିବାକୁ ସୁଯୋଗ ମିଳିଥିବା ବେଳେ ପରବର୍ତ୍ତୀ ସମୟରେ ଏହାକୁ ପରିବର୍ତ୍ତନ କରାଯାଇ ଏକ ଗୁଜୁରାଟ କମ୍ପାନୀକୁ ନିଯୁକ୍ତି କାର୍ଯ୍ୟ କରିବାକୁ ସୁଯୋଗ ଦିଆଯାଇଥିଲା । ୯୪୧ ଫାୟାର ମ୍ୟାନ ଏବଂ ୪୯୫ ଏସଆଇ ପଦ ପାଇଁ ପରୀକ୍ଷା ପତ୍ରକୁ ଲିକ୍ କରାଯାଇ କୋଟି କୋଟି ଟଙ୍କା ହେରଫେର କରାଗଲା । ତେଣୁ ମୁଖ୍ୟମନ୍ତ୍ରୀ କିମ୍ବା ଗୃହ ବିଭାଗ ନୁଯୁକ୍ତି କ୍ଷତ୍ରରେ ହୋଇଥିବା ଅନିୟମିତତାର ତୁରନ୍ତ ଉତ୍ତର ରଖନ୍ତୁ ବୋଲି ଦାବି କରିଛନ୍ତି ବିଜେଡି ମୁଖପାତ୍ର ଲେନିନ ମହାନ୍ତି । ଅନ୍ୟପଟେ ରାଜ୍ୟରେ ଆଇନ ଶୃଙ୍ଖଳା ସ୍ଥିତି ସମ୍ପୂର୍ଣ ଭୁଶୁଡି ପଡିଛି । ଲୋକଙ୍କର ଆଇନ ପ୍ରତି ଯେଉଁ ଭୟ ଥିଲା ତାହା କମୁଛି । ପୋଲିସ ବିଭାଗ ଝାଡ଼ଖଣ୍ଡ ସିନ୍ଧି ଚୋରକୁ ଧରିଲେ ଆମେ ସ୍ୱାଗତ କରୁଛୁ । କିନ୍ତୁ ରାଜ୍ୟପାଳଙ୍କ ପୁଅ ଯେଉଁଭଳି ଓଡ଼ିଆ ଅସ୍ମିତାକୁ କୁଠାଘାତ ଦେଇଥିଲେ । ତାଙ୍କ ଉପରେ କାହିଁକି କାଯ୍ୟନୁଷ୍ଠାନ ହେଉନାହିଁ ପୋଲିସ ପ୍ରଶ୍ନ କରିଛି ବିଜେଡି । ସେପଟେ ରାଜ୍ୟ ସରକାରଙ୍କ ଗୁଜୁରାଟ ପ୍ରେମ ମଧ୍ୟ ବଢିଚାଲିଛି । ବ୍ଲକ ଲିଷ୍ଟ ହୋଇଥିବା କମ୍ପାନୀକୁ ସରକାର କାହିଁକି ଅହେତୁକୁ ଅନୁକମ୍ପା ପ୍ରଦର୍ଶନ କରିଛନ୍ତି । ବିଧାନସଭା ଗୃହରେ ମୁଖ୍ୟମନ୍ତ୍ରୀ ଯେଉଁ କମ୍ପାନୀକୁ ବ୍ଲାକ ଲିଷ୍ଟ ବୋଲି କହିଥିଲେ ସେହି କମ୍ପାନୀକୁ କେଉଁଭଳି କାର୍ଯ୍ୟକରିବାକୁ ସୁଯୋଗ ଦେଉଛନ୍ତି ରାଜ୍ୟ ସରକାର ବୋଲି ପ୍ରଶ୍ନ କରିଛି ବିଜେଡି ।