spot_img

Latest Posts

ଧାନ କିଣାରେ ଅବ୍ୟବସ୍ଥା, ଚାଷୀଙ୍କୁ ଘାରିଛି ଟୋକନ୍ ଚିନ୍ତା : ବିଜେଡି

ବରଗଡ଼ : ଧାନ କିଣା ବିକାରେ ଅବ୍ୟବସ୍ଥା, କଟନି ଛଟନି ସାଙ୍ଗକୁ ଟୋକନ ଟେନସନ୍ ଲାଗି ରହିଥିବା ଅଭିଯୋଗରେ ସାମ୍ବାଦିକ ସମ୍ମିଳନୀ କରି ବିଜେପି ସରକାର ଉପରେ ବର୍ଷିଛନ୍ତି ପୂର୍ବତନ ବିଧାୟିକା ତଥା ବିଜୁ ମହିଳା ଜନତା ଦଳର ରାଜ୍ୟ ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ ଓ ବରଗଡର ପୂର୍ବତନ ବିଧାୟକ ଦେବେଶ ଆଚାର୍ଯ୍ୟ। ଧାନ କିଣା ବିକା ପ୍ରକ୍ରିୟା ବେଳେ କଟନି ଛଟନି ନ ହେବା ପାଇଁ ସରକାର ଦେଇଥିବା ପ୍ରତିଶ୍ରୁତି ପାଳନ କରୁନାହାନ୍ତି। ରାଜ୍ୟର ୧୪ଟି ଜିଲ୍ଲାରେ କେବଳ ପ୍ୟାଡି ପ୍ରୋକ୍ୟୁରମେଣ୍ଟ ଚାଲିଥିବା ବେଳେ ଆହୁରି ୧୬ଟି ଜିଲ୍ଲାରେ ଧାନ କିଣା ବିକା ପ୍ରକ୍ରିୟା ଆରମ୍ଭ ହୋଇନଥିବା ଅଭିଯୋଗ ହୋଇଛି। ଗୋଟିଏ ପଟେ  ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କଟନି ଛଟନି ହେଉନଥିବା କହୁଛନ୍ତି। କିନ୍ତୁ ବାସ୍ତବରେ ଚିତ୍ର ଓଲଟା। ୩୦ ଲକ୍ଷ ମେଟ୍ରିକ୍ ଟନ୍ ଧାନ କିଣିବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ, ୭ ଲକ୍ଷ ଧାନ କିଣା ଯାଇଛି ବୋଲି କହୁଛନ୍ତି ଯୋଗାଣ ମନ୍ତ୍ରୀ।  ଯାହାକୁ ନେଇ ବିଜେପି ସରକାରକୁ ସମାଲୋଚନା କରିଛି ବିଜେଡି।

Latest Posts

Don't Miss