spot_img

Latest Posts

ବିଜେପି ବିଧାୟକ ଜୟ ନାରାୟଣ ମିଶ୍ରଙ୍କୁ ବିଜେଡିର କଡା ସମାଲୋଚନା

ନନ୍ଦିଘୋଷ ବ୍ୟୁରୋ: ବିଜେପି ବିଧାୟକ ଜୟ ନାରାୟଣ ମିଶ୍ରଙ୍କୁ ବିଜେଡିର କଡା ସମାଲୋଚନା। ବିଜେଡି ବିଧାୟକ ଶାରଦା ଜେନା କହିଛନ୍ତି- ଯିଏ ବିଶୃଙ୍ଖଳିତ ଆଚରଣ କରିବ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ହେବାର ଆବଶ୍ୟକତା ଅଛି। କିଛି କାର୍ଯ୍ୟାନୁଷ୍ଠାନ ଲୋକ ଦେଖାଣିଆ ହୁଏ ତେ କେତେକ ଯଥାର୍ଥରେ ହୁଏ। ଜୟ ନାରାୟଣ ଯେଉଁ ଆଚରଣ କରିଛନ୍ତି, ତାକୁ ନେଇ ସରକାର କି କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ତାହା ଦେଖିବାକୁ ବାକି ରହିଛି। ଜଣେ ଜନପ୍ରତିନିଧି ହୋଇ ଏହି ବିଶୃଙ୍ଖଳିତ ଆଚରଣ ଯଥାର୍ଥ ନୁହେଁ ବୋଲି କହିଛନ୍ତି ଶାରଦା। ସେପଟେ ଆଇନ ଶୃଙ୍ଖଳା ଭୁଶୁଡିଥିବା ନେଇ ବିରୋଧୀଙ୍କ ଅଭିଯୋଗକୁ ସବୁବେଳେ ଖଣ୍ଡନ କରି ଚାଲିଛନ୍ତି ସରକାର। ରାଜ୍ୟରେ ଆଇନଶୃଙ୍ଖଳା ଠିକ୍ ଅଛି ବୋଲି କହୁଛନ୍ତି ସରକାର। ମାତ୍ର ଜୟନାରାୟଣଙ୍କ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ଜଣାପଡିଯାଇଛି ବୋଲି କହିଛନ୍ତି- ବିଧାୟକ ଗଣେଶ୍ବର ବେହେରା। ସେପଟେ ଜୟନାରାୟଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି କଂଗ୍ରେସ ବିଧାୟକ ତାରା ବାହିନୀପତି।

Latest Posts

Don't Miss