ବିଜେଡି ବିରୋଧରେ କହିବା ବିଜେପିର ଅଭ୍ୟାସ ହୋଇଗଲାଣି: ବିଜେଡି
1 min readଭୁବନେଶ୍ବର: ବିଭିନ୍ନ ପ୍ରସଙ୍ଗକୁ ନେଇ ରାଜ୍ୟ ବିଜେପି ସରକାରକୁ ବିଜେଡି ବିଧାୟକ ଅରୁଣ ସାହୁଙ୍କ ସମାଲୋଚନା । କହିଲେ- ଲୋକେ ବିଜେପିକୁ ଦାୟିତ୍ବ ଦେଇଛନ୍ତି । ତେଣୁ ଓଡ଼ିଶାକୁ ଆଗକୁ ନେବା ପାଇଁ ବିଜେପି କାମ କରୁ । ସରକାରକୁ ୫ ମାସ ପୂରି ସାରିଥିଲେ ବି କିଛି କାମ ହେଉଥିବା ଦେଖିବାକୁ ମିଳିନାହିଁ । ଏତେ କମ୍ ଦିନ ଭିତରେ ଭାରତ ବର୍ଷର କୌଣସି ରାଜ୍ୟରେ ଗୋଟେ ସରକାରଙ୍କଠାରୁ ଲୋକେ ମୁହଁ ବୁଲାଇବା ଦେଖାଇବାକୁ ମିଳି ନଥିଲା । ବିଜେଡି ବିରୋଧରେ ବିଜେପିର କହିବା ଅଭ୍ଯାସ ହୋଇଗଲାଣି । ଓଡ଼ିଶା ପାଇଁ କାମ ନକରି କେବଳ ବିଜେଡିକୁ ଆକ୍ଷେପ କରିବା ଦୋଷ ଦେବା କାମରେ ଲିପ୍ତ ଅଛି ।
ଆଗକୁ ସେ କହିଛନ୍ତି, ବିଜେଡି ଏକ ଶକ୍ତିଶାଳୀ ଦଳ । ବିଜେଡି ବିରୋଧରେ କହିବାରୁ ନିବୃତ ରହି ଓଡିଶାର ବିକାଶ କରିବା ଆବଶ୍ୟକ ।
ସେ ଆହୁରି କହିଛନ୍ତି, ନୂଆ ସରକାର ବିରୋଧରେ ଲୋକଙ୍କ ଆସ୍ଥା ଏତେ ଶୀଘ୍ର ଚାଲିଯିବ ତାହା କେହି ବିଶ୍ବାସ କରୁନାହାଁନ୍ତି l ଜନସାଧାରଣଙ୍କ ମୁହଁରେ ଗୋଟିଏ କଥା ଯେ, ଭୁଲ ହୋଇଗଲା । ଏବେ ଓଡ଼ିଶାର ସବୁ ନିର୍ବାଚନୀ ମଣ୍ଡଳୀରେ ଗୋଟିଏ ସ୍ୱର ଉଠିଲାଣି । ଏବେ ନିର୍ବାଚନ ହେଲେ ବିଜେଡିକୁ ୧୨୦ ସିଟରେ ଜିତାଇବୁ l ବିଜୁ ଜନତା ଦଳ ବିଧାନସଭାରେ ଲୋକଙ୍କ ସ୍ୱର ସାଜିଛି l ଆଗକୁ ଏହା ଆହୁରି ଶାଣିତ ହେବ ବୋଲି କହିଛନ୍ତି ଅରୁଣ ।
ବିଜେଡି ଏକ ଶକ୍ତିଶାଳୀ ଦଳ, ତାକୁ କେହି ଭାଙ୍ଗି ପାରିବେନି
ସେପଟେ ବିଜେଡି ଭାଙ୍ଗିବାର ପ୍ରଶ୍ନ ଉଠୁନାହିଁ ବୋଲି କହିଛନ୍ତି ବିଜେଡି ବିଧାୟକ କଳିକେଶ ସିଂହଦେଓ । ଦଳ ତୃଣମୂଳ ସ୍ତରରେ ବେଶ ଶକ୍ତିଶାଳୀ ଅଛି ଦଳ l ୫୧ ଜଣ ବିଧାୟକ ସହ ବିଜେଡି ସଶକ୍ତ ବିରୋଧୀ ଦଳର ଭୂମିକା ନିଭାଉଛି l ବିଜେପି ଅପେକ୍ଷା ବିଜେଡିକୁ ବିଧାନସଭା ନିର୍ବାଚନରେ ଅଧିକ ଭୋଟ ବି ମିଳିଛି l ସଦସ୍ୟ ସଂଗ୍ରହ ଅଭିଯାନ ବି ଜୋରଦାର ଚାଲିଛି l ନୂଆ ନୂଆ ସରକାର ଆସିଛନ୍ତି l ତେଣୁ ବିଭିନ୍ନ ସ୍ଥାନରେ ଅନାସ୍ଥା ଚେଷ୍ଟା କରୁଛନ୍ତି l ଏଥିରେ ସେମାନେ ବିଫଳ ହେବେ l ନବୀନ ପଟ୍ଟନାୟକ ଜିଲ୍ଲା ବୁଲିବେ l ପୂର୍ବ ଘୋଷଣା ଅନୁସାରେ ନବୀନ ପଟ୍ଟନାୟକ ଜିଲ୍ଲା ଗସ୍ତ କରିବେ l ଦଳର କାର୍ଯ୍ୟକ୍ରମ ଆଗାମୀ ଦିନରେ ଜୋରଦାର ହେବ ବୋଲି କହିଛନ୍ତି କଳିକେଶ ।