ନବୀନ ଯେଉଁ ନିଷ୍ପତ୍ତି ନେଇଥିଲେ, ମୋହନ ସରକାର ନିଜ ନାଁରେ କରି ବାହାବ ନେଉଛନ୍ତି : ବିଜେଡି

ନନ୍ଦିଘୋଷ ବ୍ୟୁରୋ: ରାଜ୍ୟ ସରକାର ଆଜି ଯେଉଁ କନିଷ୍ଠ ଯୋଜନାଭିତ୍ତିକ ଶିକ୍ଷକ ନିଯୁକ୍ତି ବିଜ୍ଞାପନ ଦେଇଛନ୍ତି ତାର ପୋଲ ଖୋଲିଛି ବିଜେଡି । ନବୀନ ଯେଉଁ ନିଷ୍ପତ୍ତି ନେଇଥିଲେ ତାକୁ ମୋହନ ସରକାର ନିଜ ନାଁରେ କରି ବାହାବା ନେବାକୁ ଉଦ୍ୟମ କରୁଛି ବୋଲି କହିଛି ବିଜେଡି । ୨୦୨୩ରେ ଏହି ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଥିଲା । ପିଲା ଚୟନ ହେଲା ପରେ ବି ସେମାନେ ବିରୋଧ କଲେ ।  ହାଇକୋର୍ଟ ଗଲା ମାମଲା । ହାଇକୋର୍ଟ କହିଲେ ସେହି ନିଯୁକ୍ତି ବୈଧ । ବିରୋଧୀ ଆସନରେ ଥାଇ ନୂତନ ନିଯୁକ୍ତି ଦେବେ କହିଥିଲେ । ଏହା କଣ ନୂତନ ନିଯୁକ୍ତି ବୋଲି ପ୍ରଶ୍ନ କରିଛି ବିଜେଡି । ନବୀନଙ୍କ ନିଯୁକ୍ତିକୁ ନେଇ ବିଜ୍ଞାପନ ଦେଇ କେନ୍ଦ୍ରମନ୍ତ୍ରୀଙ୍କୁ ଡାକି ଡିଣ୍ଡିମ ପିଟୁଛନ୍ତି । ନୂତନ ନିଷ୍ପତ୍ତି କହି ଶ୍ରମିକ ମଜୁରୀ ବୃଦ୍ଧି କଲେ ବୋଲି କହିଲେ । ଏହା ଛଅ ମାସ ପୂର୍ବରୁ ହୋଇଥିଲା ।  ଆଜି ହାସ୍ୟାସ୍ପଦ ଭାବେ ନୂତନ ନିଯୁକ୍ତି କଥା କହୁଛନ୍ତି । ରାଜ୍ଯ ସରକାରଙ୍କ କିଛି ନୂଆ କରିବାକୁ ଇଛା ନାହିଁ । ନଭେମ୍ବରରୁ ସାରିଥିବା ନିଯୁକ୍ତିକୁ ବିରୋଧ କଲେ କାହିଁକି ? ଏକ ବର୍ଷ କାହିଁକି ଅପେକ୍ଷା କରାଇଲେ? ବିଜେପି ଏପରି ଚଞ୍ଚକତା ନ କରୁ । ଲୋକଙ୍କ କଥା ଚିନ୍ତା କରନ୍ତୁ । ଗୋଟେ ପରେ ଗୋଟେ ମିଛ ଖସଡ଼ା କରୁଛି ବିଜେପି । ବିଜେପି ମାହାଙ୍ଗା ଘଟଣାକୁ ବିକି ମତିଭ୍ରମ କରୁଥିଲେ । ହେଲେ ସତ ଫୁଟି ବାହାରିଲା । ଆଜି ଖବରକାଗଜରେ ଵିଜ୍ଞାପନ ବାହାରିଛି ଶିକ୍ଷକ ନିଯୁକ୍ତି ପାଇଁ । ନବୀନଙ୍କ ନିଷ୍ପତ୍ତିକୁ ସେମାନେ କାର୍ଯ୍ୟକାରୀ କରୁଛନ୍ତି । ଏଥିରୁ ନିବୃତ୍ତ ରୁହନ୍ତୁ ବୋଲି କହିଛି ବିଜେଡି । ମଲା ମିରିଗରେ ପାହାର ପକାଇ ବିଜେପି କହୁଛି ଶିକାର କରିଛି । ଯେଉଁ ଯୋଜନା ନବୀନ ପଟ୍ଟନାୟକ କରିଛନ୍ତି ତାକୁ ହାତେଇବାକୁ ଚେଷ୍ଟା କରିବା ଛଡା ବିଜେପିକୁ ଆଉ କିଛି ଜଣା ନାହିଁ ବୋଲି କହି ବର୍ଷିଛି ବିଜେଡି ।