ମହଙ୍ଗା ପଡ଼ିଲା ଦଳ ବିରୋଧୀ କାର୍ଯ୍ୟ, ରାଜ୍ୟ ବିଜେଡି ସମ୍ପାଦକଙ୍କୁ ନିଲମ୍ବିନ କଲେ ସୁପ୍ରିମୋ

ଭୁବନେଶ୍ୱର: ଦଳ ବିରୋଧୀ କାର୍ଯ୍ୟ ପଡ଼ିଲା ମହଙ୍ଗା । ନିଲମ୍ବିତ ହେଲେ ରାଜ୍ୟ ବିଜେଡି ସମ୍ପାଦକ ଶୈଳେଶ ଦାନୀ । ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଶୈଳେଶଙ୍କୁ ନିଲମ୍ବନ କରିଛନ୍ତି । ଏନେଇ ସାଧାରଣ ସମ୍ପାଦକ (ଗଣମାଧ୍ୟମ ବ୍ୟାପାର) ମାନସ ମଙ୍ଗରାଜ ସୂଚନା ଦେଇଛନ୍ତି ।

ସମ୍ବଲପୁର ଜିଲ୍ଲାର ଏହି ନେତା ବିଜେଡ଼ିରେ ରହି ମଧ୍ୟ ଦଳ ବିରୋଧି କାର୍ଯ୍ୟ କରିଥିବା ଅଭିଯୋଗ ଲାଗିଥିଲା  । ଏହି ତ୍ରୁଟି ସୁଧିରିବା ପରିବର୍ତ୍ତେ ଅଧିକ କରିଚାଲିଥିବା ଦୃଷ୍ଟିଗୋଚର କରିଥିଲା ଦଳ   । ଯେଉଁଥିପାଇଁ ଆଜି ଶେଷରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ବିଜେଡ଼ି  । ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ତାଙ୍କୁ ଦଳରୁ ନିଲମ୍ବିତ କରାଯାଇଛି  ।

Leave a Reply