ତିର୍ତ୍ତୋଲରେ ମୁଖ୍ୟମନ୍ତ୍ରୀଙ୍କର ଭର୍ଚୁଆଲ ପ୍ରଚାର, ଅଞ୍ଚଳର ବିକାଶ ପାଇଁ ବିଜେଡି ପ୍ରାର୍ଥୀଙ୍କୁ ଭୋଟ ଦେବାକୁ କଲେ ନିବେଦନ…

ଭୁବନେଶ୍ୱର: ଆଜି ତିର୍ତ୍ତୋଲରେ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ଦଳ ପାଇଁ ଭର୍ଚୁଆଲ ପ୍ରଚାର କରିଛନ୍ତି ।  ଦଳର ପ୍ରାର୍ଥୀ ବିଜୟ ଶଙ୍କର ଦାସଙ୍କ ସପକ୍ଷରେ ପ୍ରଚାର କରି ସେ କହିଛନ୍ତି ଯେ, ଖାଦ୍ୟ ସୁରକ୍ଷା କ୍ଷେତ୍ରରେ ରାଜ୍ୟ ଉଲ୍ଲେଖନୀୟ ପ୍ରଦର୍ଶନ କରିଛି । ତିର୍ତ୍ତୋଲର ଜନ ସାଧାରଣ ବିଜୁ ପରିବାର ସହ ରହି ଆସିଛନ୍ତି ଓ ଆଗାମୀ ଦିନରେ ମଧ୍ୟ ବିଜୁ ଜନତା ଦଳ ପ୍ରତି ନିଜର ସମର୍ଥନ ରଖିବେ ।

ଜନ କଲ୍ୟାଣ ରାଜ୍ୟର ପରିକଳ୍ପନାରେ ରାଜ୍ୟ ଉଲ୍ଲେଖନୀୟ ଭାବେ ପ୍ରଗତୀ କରିଛି । ଆପଣଙ୍କ ଅକୁଣ୍ଠ ସମର୍ଥନ ବିଜୁ ଜନତାକୁ କାର୍ଯ୍ୟ କରିବାରେ ପ୍ରେରଣା ଯୋଗାଇଛି । ପୂର୍ବତନ ବିଧାୟକ ବିଷ୍ଣୁ ଦାସ ଆମ ଗହଣରେ ନାହାନ୍ତି । ଯାହା ଏକ ଦୁଃଖର କଥା । ତିର୍ତ୍ତୋଲରେ ବିକାଶ ପାଇଁ ବିଜେଡି ପ୍ରାର୍ଥୀଙ୍କୁ ଭୋଟ୍ ଦିଅନ୍ତୁ । ସେହିଭଳି ରାଜ୍ୟର ମିଶନ ଶକ୍ତିର ସଫଳତା ଦର୍ଶାଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟର ମହିଳାମାନେ ମହିଳା ସଶକ୍ତିକରଣ କ୍ଷେତ୍ରରେ ଭଲ କାମ କରିଛନ୍ତି । ରାଜ୍ୟ ମହିଳାଙ୍କର ଏହି ବିକାଶର ଧାରା ଆଗକୁ ମଧ୍ୟ ଜାରି ରହିବ । ମୁକାବିଲାରେ ରାଜ୍ୟ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା ବେଳେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ମଧ୍ୟ ଓଡିଶାକୁ ପ୍ରଶଂସା କରିଛି । ମୁଖ୍ୟମନ୍ତ୍ରୀ ବାର୍ତ୍ତା ତିର୍ତ୍ତୋଲ ଜନସାଧାରଣଙ୍କୁ ପ୍ରଭାବିତ କରିବା ସହ ବିକାଶ ସପକ୍ଷରେ ଭୋଟ ଦେବା ପାଇଁ ସହାୟକ ହେବ ବୋଲି ବିଜେଡି ନେତା ସଞ୍ଜୟ ଦାସବର୍ମା କହିଛନ୍ତି ।

Leave a Reply