ମୁଖ୍ୟମନ୍ତ୍ରୀଙ୍କ ବିଧାୟକଙ୍କୁ ଆହ୍ୱାନ, JEE ଏବଂ NEET ପରୀକ୍ଷାର୍ଥୀ ଓ କରୋନା ଯୋଦ୍ଧାଙ୍କୁ ସହଯୋଗ କରନ୍ତୁ

1 min read

ଭୁବନେଶ୍ୱର: କରୋନା କାଳରେ ଜନପ୍ରତିନିଧିଙ୍କୁ ନିଜ ଦାୟିତ୍ୱକୁ ଠିକ୍ ଭାବେ ତୁଲାଇବା ପାଇଁ ମୁଖ୍ୟମନ୍ତ୍ରୀ ଆହ୍ୱାନ କରିଛନ୍ତି । ବିଜୁ ଜନତା ଦଳର ବିଧାୟକଙ୍କୁ ଭିଡିଓ କନଫରେନସିଂ ଜରିଆରେ ସମ୍ବୋଧନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରୋନା କାଳରେ ସେମାନଙ୍କ ଦାୟିତ୍ୱ କଥା ମନେ ପକାଇ ଦେଇଛନ୍ତି । ନିଜ ସମ୍ବୋଧନରେ ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ   ୧୧ଟି ପ୍ରସଙ୍ଗ ଉପରେ ଗୁରୁତ୍ୱ ଦେଇଛନ୍ତି । ୧୧ଟି ପ୍ରସଙ୍ଗ ମଧ୍ୟରୁ ମୁଖ୍ୟମନ୍ତ୍ରୀ JEE ଏବଂ NEET ପରୀକ୍ଷା ଉପରେ ଅଧିକ ଗୁରୁତ୍ୱ ଦେଇଛନ୍ତି । ସେ କହିଥିଲେ ଯେ, NEET ଓ JEE ପରୀକ୍ଷା ଘୁଞ୍ଚାଇବା ପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଥିଲି । କିନ୍ତୁ ତାହା ସଫଳ ହେଲା ନାହିଁ ।ଏବେ ପରୀକ୍ଷାକୁ ମାତ୍ର ୪୮ ଘଣ୍ଟା ରହିଛି । ଏମିତିରେ କିଭଳି ପରୀକ୍ଷାର୍ଥୀ ପରିକ୍ଷା ଦେବେ ଏବଂ କେମିତି ପରୀକ୍ଷା କେନ୍ଦ୍ରକୁ ଆସି ସୁରକ୍ଷିତ ରହିବେ ସେନେଇ ଅଧିକ ଧ୍ୟାନ ଦେବାକୁ ବିଧାୟକ ମାନଙ୍କୁ କହିଛନ୍ତି ।  ରାଜ୍ୟର ସବୁପିଲା  ଆମ ପରିବାରର । ଏଭଳି କରୋନା କଷ୍ଟ ସମୟରେ ଆପଣ ସେମାନଙ୍କ ସାଥିରେ ରୁହନ୍ତୁ ।

ପିଲାମାନେ ଆମ ଦେଶର ଭବିଷ୍ୟତ ଓଡ଼ିଶାର ମଧ୍ୟ ଭବିଷ୍ୟତ । ସେମାନେ ଆମ ପରିବାରର ଓ ସେମାନଙ୍କ ସୁରକ୍ଷା ଆମ ଦାୟିତ୍ୱ । ତେଣୁ ପିଲାମାନେ ଯେପରି ଭଲରେ ଭଲରେ ପରୀକ୍ଷା ଦେବେ, ସେଥିପାଇଁ ରାଜ୍ୟ ସରକାର ମାଗଣାରେ ପରିବହନ ଓ ରହିବାର ବ୍ୟବସ୍ଥା କରିଛନ୍ତି । ପିଲାମାନେ ଯେପରି ସୁବିଧାରେ ପରୀକ୍ଷା ଦେବେ, ସେଥିରେ ବିଧାୟକମାନେ ପୁରା ସହଯୋଗ କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ‘ଓଡିଶା – ମୋ ପରିବାର’ କାର୍ଯ୍ୟକ୍ରମରେ ଏ ସମୟରେ ପିଲାଙ୍କୁ ସବୁ ପ୍ରକାରର ସହଯୋଗ ଯୋଗାଇ ଦିଆଯିବ ବୋଲି ନବୀନ କହିଛନ୍ତି ।

ସେପଟେ କରୋନା ସମୟରେ ଯୋଦ୍ଧାମାନଙ୍କ ସାଥିରେ ରହିବାକୁ ମଧ୍ୟ ବିଧାୟକ ମାନଙ୍କୁ ସେ ଆହ୍ୱାନ କରିଛନ୍ତି । ଯୋଦ୍ଧାଙ୍କ କାମକୁ ପ୍ରଶଂସା କରି ସେମାନଙ୍କ ସୁଖ ଦୁଃଖରେ ସାମିଲ ହୁଅନ୍ତୁ ବୋଲି ପରାମର୍ଶ ଦେଇଛନ୍ତି । ତେବେ ମୃତ କୋଭିଡ ରୋଗୀଙ୍କ ଶବ ସଂସ୍କାର କ୍ଷେତ୍ରରେ କେତେକ ଅସୁବିଧା ହେଉଛି । ଏଥିପାଇଁ ଆପଣ ଲୋକଙ୍କୁ ବୁଝାନ୍ତୁ ଏବଂ ମୃତ ଦେହ ସଂସ୍କାରରେ ସହଯୋଗ କରନ୍ତୁ ବୋଲି ନବୀନ ପରାମର୍ଶ ଦେଇଛନ୍ତି । ଗଞ୍ଜାମରେ କରୋନା ସ୍ଥିତିରେ ସୁଧାର ଆସିବା ପରେ  ଆଜିଠାରୁ ଗଞ୍ଜାମରେ ୫ଟି କୋଭିଡ ଗୃହ ବନ୍ଦ କରାଯାଇଛି । କରୋନା ପାଇଁ ନିଜ ରାଜ୍ୟକୁ ଫେରିଥିବା ୧୦ ଲକ୍ଷ ପ୍ରବାସୀଙ୍କ ପ୍ରତି ଅଧିକ ଧ୍ୟାନ ଦେବା ପାଇଁ କହିଛନ୍ତି । ଯୋଗ୍ୟ ଲୋକ ଯେପରି ଖାଦ୍ୟ ସୁରକ୍ଷାରୁ ବଞ୍ଚିତ ହେବେ ନାହିଁ, ସେଥିପ୍ରତି ବିଶେଷ ଧ୍ୟାନ ଦେବାକୁ ମୁଖ୍ୟମନ୍ତ୍ରୀ ବିଧାୟକଙ୍କ ପରାମର୍ଶ ଦେଇଛନ୍ତି ।

Leave a Reply