ଓଡ଼ିଶା ରାଜନୀତିର ତୃଣମୂଳସ୍ତରରେ ମାଇଲଖୁଣ୍ଟ ସଦୃଶ ଛିଡା ହୋଇଛି ବିଜେଡି

1 min read

ଭୁବନେଶ୍ବର: ବିକାଶ ଓଡିଶାକୁ ଦେଇଛି ନୂଆ ପରିଚୟ । ରାଜ୍ୟର ବିକାଶ, ପ୍ରଗତି ଓ ଉନ୍ନତିକୁ ପ୍ରଥମ ଓ ଶେଷ ପ୍ରସଙ୍ଗ କରିଛି ବିଜେଡି । ଏହି ଲକ୍ଷ ହାସଲ ଲାଗି ରାଜ୍ୟର ବିକାଶକୁ ଆଗକୁ ନେବା ସହ ଗତିଶୀଳ କରିବା ପାଇଁ କାମ କରୁଛି ଦଳ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁ ଲୋକାଭିମୁଖି ଯୋଜନା କରୁଛନ୍ତି ତାହା ଲୋକଙ୍କ ମନକୁ ଛୁଇଁଛି । ଗ୍ରାଉଣ୍ଡରେ ବିଜେଡିକୁ ଓଡ଼ିଶାବାସୀ ଆର୍ଶୀବାଦ କରୁଛନ୍ତି । ଯାହା ଓଡ଼ିଶା ରାଜନୀତିର ତୃଣମୂଳସ୍ତରରେ ମାଇଲଖୁଣ୍ଟ ସଦୃଶ ଛିଡା ହୋଇଛି ବିଜେଡି ।

ମନ କିଣୁଛି ନବୀନଙ୍କ ଲୋକାଭିମୁଖି ଯୋଜନା । ଗ୍ରାଉଣ୍ଡରେ ଖୁସି ଅଛନ୍ତି ଲୋକେ । ବିକାଶ, ପ୍ରଗତି, ଉନ୍ନତି ପଥେ ଆଗେଇ ଚାଲିଛି ଓଡିଶା । ବିଏସକେଓ୍ବାଇ, ନୂଆ-ଓ ଛାତ୍ରବୃତ୍ତି, ନବୀନ ମ୍ୟାଜିକ କାର୍ଡ଼, ଲକ୍ଷ୍ମୀ ଯୋଜନା, ଜଗନ୍ନାଥ ଏକ୍ସପ୍ରେସ ଓ ମୁକ୍ତା ପରି ଜନ୍ମରୁ ମୃ୍ତ୍ୟୁ ଯାଏଁ ଓଡ଼ିଶାବାସୀଙ୍କ ଲାଗି ନବୀନ ଯୋଜନା ପରେ ଯୋଜନାର ଭଣ୍ଡାର ଖୋଲି ଦେଇଛନ୍ତି । ଯୋଜନା ସବୁକୁ ଶତ ପ୍ରତିଶତ ଗ୍ରାଉଣ୍ଡରେ ସଫଳ କରି ଚାଲିଛନ୍ତି ରାଜ୍ୟ ସରକାର । ସ୍ବାସ୍ଥ୍ୟ, ଶିକ୍ଷା, ଗମନାଗମନରୁ ଆରମ୍ଭ କରି ଶିଳ୍ପ, ପର୍ଯ୍ୟଟନ, ସାମାଜିକ ସୁରକ୍ଷା କ୍ଷେତ୍ରରେ ଓଡ଼ିଶାରେ ଆରମ୍ଭ ହୋଇଛି ନୂଆ ଅଧ୍ୟାୟ । ଏସବୁ ଯୋଜନାରେ ସାଢେ ଚାରି କୋଟି ଓଡ଼ିଆ ଖୁସି ଅଛନ୍ତି । ନିର୍ବାଚନ ସମୟରେ ନବୀନଙ୍କ ଲୋକାଭିମୁଖୀ ଯୋଜନା ଯୋଗୁଁ ତୃଣମୂଳସ୍ତରରେ ବିଜେଡ଼ି ପ୍ରତି ଲୋକଙ୍କ ଆର୍ଶୀବାଦ ବଢିବାରେ ଲାଗିଛି । ଓଡ଼ିଶାର ବିକାଶ, ପ୍ରଗତି ଓ ଉନ୍ନତିକୁ ଦଳ ପ୍ରଥମ ଓ ଶେଷ ପ୍ରସଙ୍ଗ କରିଛି । ସେହି ଲକ୍ଷ୍ୟରେ ଦଳୀୟ ସୁପ୍ରିମୋଠାରୁ ଆରମ୍ଭ କରି ତୃଣମୂଳ କର୍ମୀ ଯାଏଁ ଓଡ଼ିଶାବାସୀଙ୍କ ସେବାରେ ଲାଗିଛନ୍ତି ବୋଲି କହିଛନ୍ତି ବରିଷ୍ଠ ବିଜେଡ଼ି ଉପସଭାପତି ପ୍ରସହ୍ନ ଆଚାର୍ଯ୍ୟ ।

ରୂପାନ୍ତରଣ ପଥରେ ଆଗେଇ ଚାଲିଛି ଓଡ଼ିଶା । ୨୦୩୬ରେ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଶହେ ବର୍ଷ ପୂର୍ତ୍ତି ପାଳନ ହେବ । ସବୁ କ୍ଷେତ୍ରରେ ଓଡିଶାକୁ ଶ୍ରେଷ୍ଠ ରାଜ୍ୟରେ ପରିଣତ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଲକ୍ଷ୍ୟ । ସେହି ଅନୁସାରେ ବିଭିନ୍ନ ଯୋଜନା ହାତକୁ ନେଇ ରାଜ୍ୟ ସରକାର କାମ କରୁଛନ୍ତି । ଯାହାର ସୁଫଳ ପ୍ରତିଫଳିତ ହୋଇଚାଲିଛି । ଦ୍ରାରିଦ୍ର୍ୟ ଓ ବେକାରୀ କମିବା ସହ ଆର୍ଥିକ ପରିଚାଳନାରେ ରେକର୍ଡ଼ ରାଜସ୍ବ ବୃଦ୍ଧି ସହ ଖାଦ୍ୟ ବଳକା ରାଜ୍ୟ ଭାବେ ଗୋଟିଏ ପରେ ଗୋଟିଏ ମାଇଲଷ୍ଟୋନ ଅତିକ୍ରମ କରି ଦେଶ ପାଇଁ ରୋଲ ମଡ଼େଲ ସାଜିଛି ଓଡ଼ିଶା ।

ନବୀନଙ୍କ ନେତୃତ୍ବରେ ଜାରି ରହିଛି ବିକଶିତ ଓଡ଼ିଶା ଗଠନ ପ୍ରକ୍ରିୟା । 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଗ୍ରାଉଣ୍ଡରେ ନବୀନଙ୍କ ସ୍ବପ୍ନକୁ ବାସ୍ତବ ରୂପ ଦେବାକୁ ନୂଆ ଓଡିଶା, ସଶକ୍ତ ଓ ବିକଶିତ ଓଡ଼ିଶା ଗଠନ କରିଚାଲିଛନ୍ତି । ଯାହା ଓଡ଼ିଶାର ସବୁ ବର୍ଗର ଲୋକଙ୍କ ମୁହଁରେ ହସ ଫୁଟାଇଛି ।