ଗ୍ୟାସ ଦରବୃଦ୍ଧିକୁ ନେଇ ବଢ଼ୁଛି ବିରୋଧ, ସମ୍ବଲପୁର ଆରଡିସି ଜୋନରେ ବିଜେଡିର ପ୍ରତିବାଦ

1 min read

ସମ୍ବଲପୁର: ଶୀଘ୍ର କମାଓ ରନ୍ଧନ ଗ୍ୟାସ ଦର । ଅତିଷ୍ଠ ହେଲେଣି ସାଧାରଣ ଲୋକ । ୩ ବର୍ଷରେ ଗ୍ୟାସ ଦର ୭୦ ପ୍ରତିଶତ ବଢ଼ିଛି । ସିଲିଣ୍ଡର ଦର ବୃଦ୍ଧିକୁ ନେଇ ସାଧାରଣରେ ଜନ ଅସନ୍ତୋଷ ରହିଥିବା ବେଳେ ଲୋକଙ୍କ ସ୍ୱରକୁ ଶାଣିତ କରିଛି ବିଜେଡି । ଲୋକଙ୍କ ସାମୁହିକ ସ୍ୱାର୍ଥ୍ୱ ପାଇଁ ବିଜେଡି ପକ୍ଷରୁ ବିକ୍ଷୋଭ, ପ୍ରତିବାଦ କରାଯାଉଛି ।

BJD Stages Protest Against GAS Price Hike In Sambalpur RDC Zone

ଏଲପିଜି ଦର ବୃଦ୍ଧି ପ୍ରତିବାଦରେ ଆନ୍ଦୋଳନାତ୍ମକ ପନ୍ଥା ଆପଣାଇଛି ବିଜେଡିର ମହିଳା, ଛାତ୍ର ଓ ଯୁବ ୱିଙ୍ଗ । ଆଜି ଦ୍ୱିତୀୟ ଦିନରେ ସମ୍ବଲପୁର ଆରଡିସି କାର୍ଯ୍ୟାଳୟ ଆଗରେ ବିକ୍ଷୋଭ କରୁଛି ବିଜୁ ଜନତା ଦଳ । ଉତ୍ତରାଞ୍ଚଳ ରାଜସ୍ୱ ଡିଭିଜନ୍ ଅନ୍ତର୍ଗତ ବିଭିନ୍ନ ଜିଲ୍ଲାରେ ବ୍ଲକ୍ ଅଫିସ ଆଗରେ ମଧ୍ୟ ବିଜେଡି ଆନ୍ଦୋଳନ କରୁଛି ।

BJD Stages Protest Against GAS Price Hike In Sambalpur RDC Zone

ରାଉରକେଲା ସହରର ସେକ୍ଟର-୨ ବିଜୁ ପଟ୍ଟନାୟକ ଛକରେ ରଘୁନାଥପାଲି ବିଜେଡି ପକ୍ଷରୁ ବିକ୍ଷୋଭ କରାଯାଉଛି ।  ଆସନ୍ତାକାଲି ବ୍ରହ୍ମପୁର ଆରଡିସି କାର୍ଯ୍ୟାଳୟ ଆଗରେ ଦଳ ପକ୍ଷରୁ ବିକ୍ଷୋଭ କରାଯିବ । ଏହାସହ ଆଗକୁ ଦଳର ଛାମୁଆ ସଂଗଠନ ଗାଁ ଗାଁ ବୁଲି କେନ୍ଦ୍ରର ପ୍ରତାରଣା ନେଇ ଲୋକଙ୍କୁ ସଚେତନ କରିବ ।

Leave a Reply