spot_img

Latest Posts

ନବଙ୍କୁ ପ୍ରଶଂସା ତ କଲନି, କୁତ୍ସା ରଟନା କାହିଁକି ?

ଭୁବନେଶ୍ୱର: ପୃଥ୍ୱୀରାଜ ହରିଚନ୍ଦନଙ୍କ ମନ୍ତବ୍ୟକୁ କଡ଼ା ସମାଲୋଚନା କଲା ବିଜେଡି । ସ୍ୱର୍ଗତ ନବ କିଶୋର ଦାସ ମହାମାରୀ ସମୟରେ ସ୍ୱାସ୍ଥ୍ୟମନ୍ତ୍ରୀ ଭାବରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିଲେ ଯେଉଁଥିପାଇଁ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ଓଡ଼ିଶା ପ୍ରଶଂସିତ ହୋଇଥିଲା । ବିଜେପି କେବେ ତାଙ୍କ ଅବଦାନକୁ ସ୍ୱୀକାର କରିଛି ଏବଂ କେବେ ଭଲ କଥା କହିଛି କି? ଏହା କଣ ବିଜେପିର ରାଜନୈତିକ ସୌଜନ୍ୟ?

ଏହା କ’ଣ ବିଜେପିର ରାଜନୈତିକ ସଂସ୍କୃତି ? ସଫଳତାକୁ ପ୍ରଶଂସା କରିବାକୁ ପଛଘୁଞ୍ଚା ଦେଉଥିବା ବିଜେପି ଏବେ କ୍ରାଇମବ୍ରାଞ୍ଚ ତଦନ୍ତକୁ ଏତେ ଡରୁଛି କାହିଁକି ବୋଲି ପ୍ରଶ୍ନ କରିଛନ୍ତି ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି । ସେ ଆଗକୁ କହିଛନ୍ତି କୋଭିଡ ବିରୋଧୀ ଲଢ଼େଇରେ ନବକିଶୋର କର୍ଣ୍ଣଧାର ଥିଲେ । ନବକିଶୋରଙ୍କ ପାଇଁ କରୋନା ଲଢ଼େଇ ସହଜ ହେଲା । ପୃଥ୍ୱୀରାଜ ହରିଚନ୍ଦନ ବିଚଳିତ ହୋଇପଡ଼ିଛନ୍ତି ।

ପ୍ରଶଂସା ନୁହେଁ କେବଳ କୁତ୍ସା ରଟନା କରି ଶିଖିଛି ବିଜେପି । ବିଜେପି ସାମ୍ବାଦିକ ସମ୍ମିଳନୀର ଜବାବ ଦେଇ ବିଜେଡି ମୁଖପାତ୍ର ଶ୍ରୀ ମହାନ୍ତି କହିଛନ୍ତି ଯେ ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ ଅତ୍ୟଧିକ ନିରାଶା ଏବଂ ହତାଶ ହୋଇ ଗଣମାଧ୍ୟମରେ ଏଭଳି ଦାୟିତ୍ୱହୀନ ଓ ନିରାଧାର ବିବୃତ୍ତି ଦେଉଛନ୍ତି । ଯେହେତୁ ସେ ଭୁବନେଶ୍ୱର ପୌର ପାଳିକାର ୱାର୍ଡ ସଦସ୍ୟ ଭାବରେ ଜିତିପାରିନଥିଲେ, ତେଣୁ ସେ ନିରାଶ ହୋଇପଡିଥିଲେ ଏବଂ ଏବେ ତାଙ୍କ ପିତା ରାଜ୍ୟପାଳ ହୋଇଥିବାରୁ ତାଙ୍କୁ ଏପରି ମିଥ୍ୟା, ନିରାଧାର ତଥା ଦାୟିତ୍ୱହୀନ ବିବୃତ୍ତି ଦେଇ ନିଜର ରାଜନୈତିକ ସ୍ଥିତି ପ୍ରମାଣ କରିବାକୁ ପଡୁଛି ।

କ୍ରାଇମବ୍ରାଞ୍ଚ ଏହି ଘଟଣାର ଅନୁସନ୍ଧାନ କରୁଛି ଏବଂ ଏହାକୁ ଓଡ଼ିଶା ହାଇକୋର୍ଟଙ୍କ ଦ୍ୱାରା ମନୋନୀତ ଅବସରପ୍ରାପ୍ତ ମାନ୍ୟବର ବିଚାରପତି ଅନୁଧ୍ୟାନ କରିବେ । ଯେତେବେଳେ ମାନ୍ୟବର ଓଡ଼ିଶା ହାଇକୋର୍ଟଙ୍କ ଦ୍ୱାରା ମନୋନୀତ ଅବସରପ୍ରାପ୍ତ ମାନ୍ୟବର ବିଚାରପତି ଏହି ଘଟଣାର ସିଧାସଳଖ ମନିଟରିଂ କରୁଛନ୍ତି ସେତେବେଳେ ନ୍ୟାୟପାଳିକା ପ୍ରତି ବିଜେପିର କିଛି ସମ୍ମାନ ରହିବା ଉଚିତ ବୋଲି ଶ୍ରୀ ମହାନ୍ତି କହିଛନ୍ତି । ତେବେ ଯେତେବେଳେ ଓଡ଼ିଶା ହାଇକୋର୍ଟଙ୍କ ଦ୍ୱାରା ମନୋନୀତ ମାନ୍ୟବର ବିଚାରପତିଙ୍କ ଦ୍ୱାରା ଏହାର ତଦାରଖ କରାଯିବ ସେତେବେଳେ ବିଜେପି ନେତାମାନେ କ୍ରାଇମବ୍ରାଞ୍ଚ ଏବଂ ଏହାର ତଦନ୍ତକୁ କାହିଁକି ଡରୁଛନ୍ତି ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି ।

Latest Posts

Don't Miss