କ୍ରାଇମ ସିରିଏଲ ଦେଖି ବାଉଳା ହେଉଛନ୍ତି ଲେଖାଶ୍ରୀ: ଇପସିତା

ଭୁବନେଶ୍ୱର: ବରଗଡ଼ର ଜଣେ ଯୁବକଙ୍କ ସହିତ ଉତ୍ତରପ୍ରଦେଶର କୁଖ୍ୟାତ ଅପରାଧୀର ସଂପୃକ୍ତି ପ୍ରସଙ୍ଗ । ବିଜେପିକୁ ଜବାବ ଦେଲା ବିଜେଡି । ଜଣେ ଜେଲ ଫେରନ୍ତା ବିଜେପି ନେତାଙ୍କ ସହ ସଂପୃକ୍ତ ଯୁବକଙ୍କର ଲିଙ୍କ ଥିବାନେଇ ଅଭିଯୋଗ କରିଛି ବିଜୁ ଜନତା ଦଳ । ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାରଙ୍କ ଉପରେ ବର୍ଷିବା ସହ ପାଲଟା ଜବାବ ଦେଇଛନ୍ତି ବିଜେଡି ମୁଖପାତ୍ର ଇପ୍ସିତା ସାହୁ । କ୍ରାଇମ ଫିଲ୍ମ ଓ ଓ୍ବେବ ସିରିଜ ଦେଖି ସମସ୍ତଙ୍କୁ ଅପରାଧୀ ବୋଲି ଭାବୁଛନ୍ତି ଲେଖାଶ୍ରୀ । ସବୁଆଡ଼ୁ ନିରାଶ ହେବା ପରେ ଏଭଳି ବାଉଳିଚାଉଳି ହେଉଛନ୍ତି ।

ବଡ଼ଗଡର ଯେଉଁ ଯୁବକଙ୍କ ସମ୍ପର୍କରେ ସେ କହିଛନ୍ତି ସେହି ଯୁବକ ଜଣଙ୍କ ଦୁଇବର୍ଷ ତଳେ ଚୋରା ନିଶାଦ୍ରବ୍ୟ କାରବାର ଏବଂ ଅନ୍ୟାନ୍ୟ ଅପରାଧିକ ମାମଲାରେ ଗିରଫ ହୋଇଥିଲେ । ବିଜେଡିର ଜଣେ ଅଭ୍ୟାସଗତ ଅପରାଧୀ ଯିଏକି ଜେଲରେ ରହିବା ପରେ ଏବେ ଜାମିନରେ ଆସିଛନ୍ତି ତାଙ୍କ ସହ ସଂପୃକ୍ତ ଯୁବକଙ୍କର ଲିଙ୍କ ରହିଛି । ଇସ୍ପିତା କହିଛନ୍ତି, ତରୁଣ ବୟସରେ ପୋଲିସ ହେବାକୁ ଚାହୁଁଥିଲେ ଲେଖାଶ୍ରୀ ।

ଏସଆଇ ପରୀକ୍ଷାରେ ଫେଲ ହେଲା ପରେ ରାଜନୀତିକୁ ଆସି ଆଜିଯାଏ ଓ୍ବାର୍ଡମେମ୍ବରଟିଏ ମଧ୍ୟ ହୋଇପାରିଲେନି । ନିର୍ବାଚନ ଲଢିବାକୁ ଲେଖାଶ୍ରୀଙ୍କୁ ଭରସା କରି ଟିକେଟଟିଏ ମଧ୍ୟ ଦେଲାନି ବିଜେପି । କିଛିମାସ ତଳେ ରାଜ୍ୟ ବିଜେପିର ସଭାପତି ହେବାକୁ ସେ ସ୍ବପ୍ନ ଦେଖୁଥିଲେ । ମାତ୍ର ଦିଲ୍ଲୀକୁ ତାଙ୍କ ନାଁ ମଧ୍ୟ ଗଲାନି । ଏଥିପାଇଁ ହତାଶା ହୋଇ ୧୫ଦିନ ପର୍ଯ୍ୟନ୍ତ ପାର୍ଟି ଅପିସ ଯାଇନଥିଲେ । ତୀବ୍ର ହତାଶାରୁ ମୁକୁଳିନପାରି ଉଦ୍ଭଟ କାହାଣୀ ଶୁଣାଉଛନ୍ତି ବୋଲି ବିଜେଡି କହିଛି ।