‘କେନ୍ଦ୍ର ବିଫଳତା ଲୁଚାଇବାକୁ ବିଧାନସଭା ବନ୍ଦ କଲା ବିଜେପି’

ଭୁବନେଶ୍ୱର: ବିଧାନସଭା ବନ୍ଦ ହେବା ପରେ ବିବୃତ୍ତି ରଖିଛି ବିଜେଡ଼ି  । ଶୀତ ଅଧିବେଶନରେ ଗୋଟିଏ ଦିନ ମଧ୍ୟ ଚଳାଇ ଦେଇ ନାହାଁନ୍ତି ବିରୋଧି  । ରାଜ୍ୟର ସ୍ୱାର୍ଥକୁ ଭୁଲିଯାଇ ଅଚଳ କରିଦେଲେ ବିଧାନସଭା  ।  ରନ୍ଧନ ଗ୍ୟାସ ସମେତ ପେଟ୍ରୋଲ ଓ ଡିଜେଲର ଅହେତୁକ ଦର ବୃଦ୍ଧିରୁ ନଜର ହଟାଇବା ଲାଗି ବିଜେପି ହଙ୍ଗାମା କରି ଯେଭଳି ବିଧାନସଭାକୁ ଅଚଳ କଲେ, ତାହା ରାଜ୍ୟବାସୀ ଦେଖିଲେ । ବିଧାନସଭା ଭିତରେ ଲୋକଙ୍କ ଏହି ମୌଳିକ ସମସ୍ୟା ଉଠାଇବା ବଦଳରେ ହଙ୍ଗାମା କରିବା ପରେ ବିଜେପି ବିଧାୟକଦଳ ରାଜ୍ୟପାଳଙ୍କୁ ଭେଟି ଏଥିପାଇଁ ବିଜେଡିକୁ ଦାୟୀ କରି ଯେଉଁଭଳି ପାଲଟା ଅଭିଯୋଗ କଲେ, ତାହା ଅତ୍ୟନ୍ତ ହାସ୍ୟାସ୍ପଦ ଓ ଲଜ୍ଜାଜନକ ବୋଲି ପ୍ରେସ ବିବୃତ୍ତି ମାଧ୍ୟମରେ ପ୍ରକାଶ କରିଛି ଓଡ଼ିଶା ।

ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି,ଓଡିଶାର ସାଧାରଣ ଲୋକେ ରନ୍ଧନ ଗ୍ୟାସ ଠାରୁ ଆରମ୍ଭ କରି ପେଟ୍ରୋଲ ଓ ଡିଜେଲର ଆକାଶଛୁଆ ଦରବୃଦ୍ଧିରେ ନୟାନ୍ତ ହୋଇ ପଡିଲେଣି । କେନ୍ଦ୍ର ସରକାର ଏହିସବୁ ସାମଗ୍ରୀର ଦର ନିୟନ୍ତ୍ରଣ କରିପାରୁ ନାହାନ୍ତି । ଏଥିରୁ ନଜର ହଟାଇବାପାଇଁ ବିଜେପି ବିଧାୟକମାନେ ଓଡିଶା ବିଧାନସଭାକୁ ଅଚଳ କରି ରଖିଲେ । ବାଚସ୍ପତି ବାରମ୍ବାର ସର୍ବଦଳୀୟ ବୈଠକ ଡାକି ବିଧାନସଭାରେ ବହୁ ଗୁରୁତ୍ତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିବାକୁ ଅନୁରୋଧ କଲେ । ମାତ୍ର ବିଧାନସଭା ଚଳାଇ ନଦେବା ଲାଗି ବିଜେପି ବିଧାୟକମାନେ କେତେବେଳେ ଘଣ୍ଟ ବଜାଇଲେ ତ ଆଉ କେତେବେଳେ ହୋହଲ୍ଲା କଲେ ଏବଂ ବିଧାନସଭାକୁ ନିର୍ଦ୍ଧାରିତ ଅବଧି ପୂର୍ବରୁ ବନ୍ଦ କରିବାକୁ ବାଚସ୍ପତିଙ୍କୁ ବାଧ୍ୟ କଲେ ।

ବିଜେପିର ଏହି ନାଟକବାଜିକୁ ରାଜ୍ୟବାସୀ ଟିଭି ମାଧ୍ୟମରେ ଦେଖିବା ପରେ ବି ବିଜେପି କେଉଁ ମୁହଁରେ ରାଜ୍ୟପାଳଙ୍କୁ ବାଚସ୍ପତି ଓ ଶାସକ ଦଳ ବିରୋଧରେ ଫେରାଦ ଦେବାକୁ ଗଲା, ତାହା ବିସ୍ମୟ ସୃଷ୍ଟି କରିଛି । ରାଜ୍ୟବାସୀଙ୍କ ମୌଳିକ ସ୍ୱାର୍ଥକୁ ଉପେକ୍ଷା କରିବା ବିଜେପି ପାଇଁ ମହଙ୍ଗା ପଡ଼ିବ ବୋଲି କହିଛନ୍ତି ଲେନିନ୍ ମହାନ୍ତି  ।  ରାଜ୍ୟ ବିଜେପିର ଏଭଳି ଆଚରଣ ଯୋଗୁଁ ଲୋକେ ଏହି ଦଳକୁ ଓଡିଶାରେ ବାରମ୍ବାର ପ୍ରତ୍ୟାଖାନ କରୁଛନ୍ତି । ଯେଉଁଥିପାଇଁ ବିଜେପିର ଆଗଧାଡିର ନେତାମାନେ ଜଣଙ୍କ ପରେ ଜଣେ ଦଳ ଛାଡୁଛନ୍ତି । ଆଗାମୀ ଦିନରେ ଏହା ଆହୁରି ବଢିବ । ରାଜ୍ୟ ବିଜେପିର ୮ଜଣ  ସାଂସଦ ଦିଲ୍ଲୀରେ ଓଡିଶାବାସୀଙ୍କ ସ୍ୱାର୍ଥର ସୁରକ୍ଷା ଲାଗି ଲଢେଇ କରିବା ଲାଗି ଜଗନ୍ନାଥ ସେମାନଙ୍କୁ ସଦ୍‍ବୁଦ୍ଧି ଦେବାକୁ ବିଜେଡି ପ୍ରାର୍ଥନା କରିଛି ବିଜେଡ଼ି  ।

Leave a Reply