ବିଜେପି ଉପରେ ବର୍ଷିଲା ବିଜେଡି, ‘ସାଧାରଣ ଜନତା ଭୋକରେ ରହିଲେ ବିକାଶ ହୁଏନି’

BJD Slams BJP Over Price Hike, No Development If The General Public Is Starving

ଭୁବନେଶ୍ୱର: ଦରବୃଦ୍ଧିକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛି ବିଜେଡି । ଇନ୍ଧନ ଗ୍ୟାସ୍ ଦର ହଜାରେ ଟଙ୍କା ପାଖାପାଖି ରହିଛି । ଏହା ମଧ୍ୟବିତ୍ତଙ୍ଗ ଲାଗି ବୋଝ ଉପରେ ନଳିତା ବିଡ଼ା । ଦର ବୃଦ୍ଧି ଯନ୍ତ୍ରଣାଦାୟକ, ଦୁର୍ଭାଗ୍ୟ ଜନକ ବୋଲି କହିଛି ବଜେଡି । ଜୁଲାଇରୁ ଅକ୍ଟୋବର ମଧ୍ୟରେ ୯୦ ଟଙ୍କା ବଢ଼ିଛି ଗ୍ୟାସ୍ ଦର । ଖାଲି ଗ୍ୟାସ୍ ନୁହେଁ ପେଟ୍ରୋଲ ଓ ଡିଜେଲ୍ ଦର ସବୁଦିନ ବଢ଼ି ବଢ଼ି ଚାଲିଛି ।

୨୦୧୯ରେ ଦ୍ୱିତୀୟ ଥର ବିଜେପି କେନ୍ଦ୍ରରେ କ୍ଷମତାକୁ ଆସିବା ବେଳେ ପେଟ୍ରୋଲ ୭୧ ଟଙ୍କା ଓ ଡିଜେଲ ୬୫ ଟଙ୍କା ରହିଥିଲା । ୨ ବର୍ଷ ଭିତରେ ତୈଳଦର ୩୦ ପ୍ରତିଶତରୁ ଅଧିକ ବୃଦ୍ଧି ପାଇଛି । କେବଳ ଇନ୍ଧନ ଦର ନୁହେଁ, ଅତ୍ୟାବଶ୍ୟକ ସାମଗ୍ରୀ ଦର ମଧ୍ୟ ବଢ଼ିଛି । ତୈଳଦର ବୃଦ୍ଧି ଯୋଗୁଁ ପରିବହନ ଖର୍ଚ୍ଚ ବଢ଼ି ସବୁଦର ବଢ଼ିଛି । ଅତ୍ୟାବଶ୍ୟକୀୟ ସାମଗ୍ରୀର ଦର ୪୦ରୁ ଶହେ ପ୍ରତିଶତ ବଢ଼ିଛି ।

BJD Slams BJP Over Price Hike, No Development If The General Public Is Starving

ମହାମାରୀ ଓ ଲକଡାଉନ୍ ଯୋଗୁଁ ଲୋକେ ପରିବାର ପ୍ରତିପୋଷଣ ପାଇଁ ସଂଗ୍ରହ କରୁଛନ୍ତି । କଷ୍ଟ ଅଫ୍ ଲିଭିଂ ୩.୧୭ ପ୍ରତିଶତ ବୃଦ୍ଧି ପାଇଛି । ସବୁକିଛିର ଦରଦାମ ବଢ଼ିଥିବା ବେଳେ ଲୋକଙ୍କ କ୍ରୟ କ୍ଷମତା ହ୍ରାସ ପାଇଛି, ବେରୋଜଗାରୀ ବଢ଼ିଛି । ସ୍ଥିତିରେ ସୁଧାର ପାଇଁ କେନ୍ଦ୍ର ସରକାର ବିଶେଷ କିଛି ପଦକ୍ଷେପ ନେଉନାହାଁନ୍ତି । କରୋନା ପରେ କେନ୍ଦ୍ର ଅର୍ଥନୀତିକୁ ଠିକଣା ଭାବେ ସଜାଡ଼ିଥିଲେ ଦରବୃଦ୍ଧି ହୋଇ ନଥାନ୍ତା ।

ବିଜେପି ସରକାରର ଆର୍ଥିକ ପରିଚାଳନା ଠିକ୍ ଭାବରେ ହେଉନି । ବିଜେପି ବିକାଶ କଥା କହୁଛି, ସାଧାରଣ ଜନତା ଭୋକରେ ରହିଲେ ବିକାଶ ହୁଏନି । ଲୋକେ ଡାଲି ଟିକିଏ, ତେଲ ଟିକିଏ ପାଉନାହିଁ ଖାଇବା ପାଇଁ । ଲୋକଙ୍କ ପେଟକୁ ଯଦି ଦାନା ନାହିଁ ତାହେଲେ ବିକାଶ କେମିତି ହେଉଛି ? ଦରଦାମ ବୃଦ୍ଧିକୁ ବିରୋଧ କରି ବିଜେଡି ବିଭିନ୍ନ କାର୍ଯ୍ୟକ୍ରମ ବୋଲି ଦଳର ବରିଷ୍ଠ ନେତା ଅତନୁ ସବ୍ୟସାୟୀ ନାୟକ କହିଛନ୍ତି ।

ଆସନ୍ତାକାଲି ବିଜେଡି ରାଜଭବନ ସମ୍ମୁଖରେ ଗଣଧାରଣା ଦେବା ସହ ରାଜ୍ୟପାଳଙ୍କୁ ସ୍ମାରକ ପତ୍ର ଦେବ । ନଭେମ୍ବର ପହିଲାରେ ଦରଦାମ ବୃଦ୍ଧିକୁ ବିରୋଧ କରି ୧୪୭ଟି ନିର୍ବାଚନ ମଣ୍ଡଳୀରେ ମହିଳା ବିଜେଡି ପକ୍ଷରୁ ପ୍ରତିବାଦ ସଭା କରାଯିବ । ୫ ତାରିଖରୁ ୭ ତାରିଖ ଯାଏଁ ପେଟ୍ରୋଲ ଓ ଡିଜେଲ୍ ଦର ବୃଦ୍ଧିକୁ ବିରୋଧ କରି ବିଜୁ ଯୁବ ଛାତ୍ର ସଂଗଠନ ପକ୍ଷରୁ ପେଟ୍ରୋଲ ପମ୍ପ ସମ୍ମୁଖରେ ଧାରଣା ଓ ପ୍ରତିବାଦ ସଭା ହେବ । ପ୍ରେସମିଟରେ ଏ ସୂଚନା ଦେଇଛନ୍ତି ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକ । କରୋନା ମହାମାରୀ ପ୍ରଭାବ କମୁଥିବା ବେଳେ ଦରଦାମ ବୃଦ୍ଧି ଲୋକଙ୍କୁ ଅସ୍ତବ୍ୟସ୍ତ କରୁଛି । ପ୍ରତି ପରିବାରକୁ ଏହା କଷ୍ଟ ଦେଉଥିବା କହିଛନ୍ତି ବରିଷ୍ଠ ନେତା ପ୍ରତାପ ଦେବ ।

Leave a Reply