ନୟାଗଡ଼ରେ ବିଜେଡିର ପ୍ରତିଷ୍ଠା ଦିବସ ପାଳିତ

ନୟାଗଡ଼:  ନୟାଗଡ଼ରେ ବିଜେଡିର ପ୍ରତିଷ୍ଠା ଦିବସ ପାଳିତ । ବିଜେଡିକୁ ୨୫ବର୍ଷ ପୁର୍ତ୍ତି ଅବସରରେ ଆୟୋଜିତ ହୋଇଛି ବିଶାଳ ମହିଳା ସମାବେଶ । ଏଥିରେ ଜିଲ୍ଲାର ୧୫ହଜାରରୁ ଅଧିକ ମହିଳା ଯୋଗଦେଇଥିଲେ । ମୁଖ୍ୟଅତିଥି ଭାବେ ନୟାଗଡ଼ ଜିଲା ବିଜେଡି ପର୍ଯ୍ୟବେକ୍ଷକ ପଦ୍ମନାଭ ବେହେରା ଯୋଗଦେଇ ସେବା ସମର୍ପିତ ହେବାକୁ ବିଜେଡି ନେତା ଓ କର୍ମୀଙ୍କୁ ସଂକଳ୍ପ କରାଇଥିଲେ ।

କାର୍ଯ୍ୟକ୍ରମରେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ସମେତ ବ୍ଲକ ଚେୟାରମ୍ୟାନ ଓ ଜିଲ୍ଲାପରିଷଦ ସଦସ୍ୟ ଯୋଗଦେଇଥିଲେ । ଆଗାମୀ ଦିନରେ ଦଳକୁ ଆହୁରି ମଜଭୁତ କରିବାକୁ ସମସ୍ତେ ଶପଥ ନେଇଛନ୍ତି ।  ପୁରୀରେ ବିଜେଡିର ପ୍ରତିଷ୍ଠା ଦିବସ ପାଳନ ପରେ ଜିଲ୍ଲା ୱାରି ଚାଲିଛି ବିଜେଡିର ପ୍ରତିଷ୍ଠା ଉତ୍ସବ ପାଳନ ।