ପାଣ୍ଡିଆନଙ୍କୁ ନେଇ ଅରୁଚିକର ଖବର ପ୍ରସାରଣରୁ କ୍ଷାନ୍ତ ରହିବାକୁ ଗଣମାଧ୍ୟମକୁ ବିଜେଡିର ଅନୁରୋଧ

ଭୁବନେଶ୍ବର: ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ କୌଣସି କାର୍ଯ୍ୟବଶତଃ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ଦିଲ୍ଲୀ ଗସ୍ତରେ ଅଛନ୍ତି । ହେଲେ କେତେକ ନିର୍ଦ୍ଦିଷ୍ଟ ଗଣମାଧ୍ୟମ ତାଙ୍କ ଦିଲ୍ଲୀ ଗସ୍ତକୁ ନେଇ ଅତ୍ୟନ୍ତ ଅରୁଚିକର, ତଥ୍ୟ ବିହୀନ, ମନ୍ଦ ଉଦ୍ଦେଶ୍ୟ ପ୍ରଣୋଦିତ ଓ ବିଭ୍ରାନ୍ତିକର ଖବର ପ୍ରସାରଣ କରୁଛନ୍ତି । ଏପରି ଅରୁଚିକର ଓ ମନ୍ଦ ଉଦ୍ଦେଶ୍ୟ ପ୍ରଣୋଦିତ ଖବର ପ୍ରସାରଣରୁ କ୍ଷାନ୍ତ ରହିବାକୁ ସମ୍ପୃକ୍ତ ଗଣମାଧ୍ୟମକୁ ଅନୁରୋଧ କରିଛି ବିଜେଡି ।

ବିଜେଡି ରାଜ୍ଯସଭା ସାଂସଦ ସସ୍ମିତ ପାତ୍ର କହିଛନ୍ତି, ‘କୌଣସି ଦଳର ନେତା ବା ନେତୃବୃନ୍ଦ କୌଣସି ସ୍ଥାନକୁ ଗସ୍ତ କଲେ ଗଣମାଧ୍ୟମକୁ ସୂଚନା ଦେଇ ଯିବାର କୌଣସି ପ୍ରାବଧାନ ବା ନିୟମ ନାହିଁ । ତେଣୁ ଦୟାକରି ସମ୍ପୃକ୍ତ ଗଣମାଧ୍ୟମ ଏପରି ଖବର ପ୍ରସାରଣରୁ ବିରତ ରହିବାକୁ ପୁନଃ ଅନୁରୋଧ କରୁଛୁ ।’