ରାଜ୍ୟସଭାରେ ମହିଳାଙ୍କ ସଂରକ୍ଷଣ ଦାବି ଉଠାଇଲେ ବିଜେଡି ସାଂସଦ ସସ୍ମିତ ପାତ୍ର

ନୂଆଦିଲ୍ଲୀ: ସଂସଦରେ ମହିଳା ସଂରକ୍ଷଣ ବିଲ ପାରିତ କରିବା ନେଇ ଦାବି ଉଠାଇଲେ ବିଜେଡିର ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର । ଏହି ବିଲ୍ ପାରିତ ହେଲେ ନାରୀ ଶସକ୍ତିକରଣ କ୍ଷେତ୍ରରେ ଏକ ଐତିହାସିକ ପଦକ୍ଷେପ ହେବ । ଭାରତ ସ୍ବାଧିନତାର ୭୫ ବର୍ଷରେ ଅମୃତ ମହୋତ୍ସବ ପାଳୁଥିବା ବେଳେ ଏହି ପ୍ରସ୍ତାବ ପାରିତ କରିବାର ଏକ ବଡ଼ ସୁଯୋଗ । ମହିଳା ସଂରକ୍ଷଣ ବିଲ୍ ପାରିତ କରି ବିଶ୍ବରେ ଭାରତ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିପାରିବ ।

ଏହି ବିଲ୍ ୬୬କୋଟି ମହିଳା ସଶକ୍ତିକରଣରେ ଇତିହାସ ସୃଷ୍ଟି କରିବ । ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ କଲେ ମହିଳାଙ୍କୁ ନେତୃତ୍ବ ଦେବା କ୍ଷେତ୍ରରେ ନୂଆ ମାଇଲଷ୍ଟୋନ ସ୍ଥାପନ କରିପାରିବା । ଦୀର୍ଘ ବର୍ଷ ହେଲା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହିଳା ସଂରକ୍ଷଣ ବିଲ ସଂସଦରେ ପାରିତ କରିବାକୁ ଦାବି କରିଆସୁଛନ୍ତି । ୨୦୧୮ରେ ବିଜେଡି ପକ୍ଷରୁ ଏକ ପ୍ରତିନିଧି ମଣ୍ଡଳ ୨୨ଟି ରାଜନୈତିକ ଦଳକୁ ଭେଟି ଏହି ବିଲ୍କୁ ସମର୍ଥନ କରିବା ପାଇଁ ଅପିଲ କରିଥିଲେ । ୨୦୧୯ ଲୋକସଭା ନିର୍ବାଚନରେ ବିଜେଡି ପକ୍ଷରୁ ୩୩ ପ୍ରତିଶତ ମହିଳାଙ୍କୁ ପ୍ରାର୍ଥୀ କରାଯାଥିଲା ।