ବିଜେଡି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର କରୋନା ପଜିଟିଭ୍
1 min readଭୁବନେଶ୍ୱର: କରୋନା କବଳରେ ନେତା । ସାଧାରଣ ଲୋକଙ୍କ ଠାରୁ ସାଂସଦ ମହାମାରୀ କରୋନା କାହାକୁ ବି ଛାଡ଼ୁନି । ବିଜେଡି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର କୋଭିଡ୍ ସଂକ୍ରମିତ ହୋଇଛନ୍ତି । ଏନେଇ ସାଂସଦ ସସ୍ମିତ ପାତ୍ର ସୋସିଆଲ୍ ମିଡିଆରେ ନିଜେ ସୂଚନା ଦେଇଛନ୍ତି । ତାଙ୍କ ସ୍ୱାସ୍ଥ୍ୟବସ୍ଥା ଏବେ ସ୍ଥିର ରହିଛି । କୋଭିଡ୍ ଗାଇଡଲାଇନ୍ ମାନି ସେ ହୋମ୍ ଆଇସୋଲେସନରେ ଅଛନ୍ତି ।
Dear all, this is to inform you that I have tested Positive for Covid-19 and initiating home isolation as per COVID guidelines. Requesting all whom I have been in contact with over last few days to undergo home isolation & self monitoring. We will defeat COVID together. Stay safe
— ଡ଼ଃ ସସ୍ମିତ ପାତ୍ର I Dr. Sasmit Patra (@sasmitpatra) September 29, 2020
ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କୁ ହୋମ୍ ଆଇସୋଲେସନରେ ରହିବା ସହ ନିଜର ଯତ୍ନ ନେବାକୁ ପରାମର୍ଶ ଦେଇଛନ୍ତି ସସ୍ମିତ ପାତ୍ର । ଏହା ପୂର୍ବରୁ ସଂସଦ ମୌସୁମୀ ଅଧିବେଶନ କାଳରେ ଏକାଧିକ ସାଂସଦ ଓ ମନ୍ତ୍ରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ ।