ରାଜ୍ୟସଭା ଟିକେଟ୍ ପାଇବା ପରେ କିଏ, କଣ, କହିଲେ ?

1 min read

ଭୁବନେଶ୍ୱର: ରାଜ୍ୟସଭା ପାଇଁ ବିଜେଡି ପ୍ରାର୍ଥୀ ଘୋଷଣା କରିଛି । ମୁଖ୍ୟମନ୍ତ୍ରୀ ଆଦିବାସୀ ଓ ପଛୁଆ ବର୍ଗଙ୍କ ବିକାଶକୁ ଅଧିକ ଗୁରୁତ୍ୱ ଦେଇଛନ୍ତି । ଏଥିସହ ଶ୍ରମିକଙ୍କ କଲ୍ୟାଣ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଏଜେଣ୍ଡାରେ ରହିଥିବା ୪ ପ୍ରାର୍ଥୀଙ୍କ ନାମ ଘୋଷଣାରୁ ଜଣାପଡ଼ୁଛି । ପ୍ରାର୍ଥୀଙ୍କ ବାୟୋଡାଟା ଓ ପୁରୁଣା କାମ ଏହାକୁ ପ୍ରମାଣିତ କରୁଛି । ସୁଜିତ୍ କୁମାର ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ, ମୁନ୍ନା ଖାଁ SC,ST ଓ ପଛୁଆ ବର୍ଗ ବିଭାଗ ଉପଦେଷ୍ଟା, ମମତା ମହନ୍ତ ନିଜେ ଆଦିବାସୀ ମୟୂଭଞ୍ଜରେ SHG ସହ ଜଡ଼ିତ ।

ମୁନ୍ନା ଖାଁ, ସୁଜିତ୍ କୁମାର, ସୁବାସ ସିଂ ଓ ମମତା ମହନ୍ତଙ୍କୁ ରାଜ୍ୟସଭା ଟିକେଟ୍

ରାଜ୍ୟସଭା ପାଇଁ ନାଁ ଘୋଷଣା କରିବା ପରେ ସୁବାସ ସିଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ଯାହା କାମ ଦିଅନ୍ତି, ଆମେ ନିଷ୍ଠାର ସହ କରୁ । ରାଜ୍ୟ କିଭଳି ଆଗକୁ ଯିବ ସେ ଦିଗରେ କାର୍ଯ୍ୟ କରିବୁ । ଶ୍ରମିକମାନଙ୍କ ପ୍ରତି ଆହୁରି କ୍ରିୟାଶୀଳ ଭାବେ କାର୍ଯ୍ୟ କରିବି । ସଂଘୀୟ ବ୍ୟବସ୍ଥାରେ ରହି ରାଜ୍ୟସଭାରେ ଓଡ଼ିଶାର ସ୍ୱାର୍ଥ ନେଇ ସ୍ୱର ଶାଣିତ କରିବୁ ।

ଟିକେଟ୍ ପାଇବା ପରେ ଖୁସିବ୍ୟକ୍ତ କରିଛନ୍ତି ମୁନ୍ନା ଖାଁ । ସେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଓଡ଼ିଶାର ସବୁ ପ୍ରସଙ୍ଗକୁ ରାଜ୍ୟସଭାରେ ଉପସ୍ଥାପନ କରିବୁ । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତିରେ ସର୍ବଦା କାମ କରିଛି । ସେ ମୋତେ ରାଜ୍ୟସଭା ପାଇଁ ବାଛିଥିବାରୁ ମୁଁ ତାଙ୍କ ନିକଟରେ ଋଣୀ ବୋଲି କହିଛନ୍ତି ମୁନ୍ନା ଖାଁ ।

ସୁଜିତ୍ କୁମାର ଟିକେଟ୍ ପାଇବା ପରେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଆଦିବାସୀଙ୍କ ପାଇଁ ଲଢ଼େଇ କରିବେ ବୋଲି କହିଛନ୍ତି ସୁଜିତ୍ । ଆଦିବାସୀଙ୍କ ବିକାଶକୁ ପ୍ରାଥମିକତା ଦେବେ । ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟପାହ୍ୟା ସହ ଅନୁଦାନ ବୃଦ୍ଧି ସହ ରାଜ୍ୟର ହକକୁ କେନ୍ଦ୍ର ନିକଟରେ ଉପସ୍ଥାପନ କରିବେ ବୋଲି କହିଛନ୍ତି ।

 

Leave a Reply