ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ଓ ରାଜ୍ୟର ସ୍ୱରକୁ ଶାଣିତ କରିବାର ପ୍ରତିଶ୍ରୁତି ଦେଲେ
1 min readଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଲେ ରାଜ୍ୟସଭା ପ୍ରାର୍ଥୀ । ବିଜୁ ଜନତା ଦଳ ପକ୍ଷରୁ ସେମାନଙ୍କୁ ରାଜ୍ୟସଭା ପ୍ରାର୍ଥୀ କରାଯାଇଥିବାରୁ ମୁଖ୍ୟମନ୍ତ୍ରୀଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରିଛନ୍ତି ସମସ୍ତ ପ୍ରାର୍ଥୀ । ମାନସ ରଞ୍ଜନ ମଙ୍ଗରାଜ ଟ୍ୱିଟ୍ କରି ଲେଖିଛନ୍ତି ଯେ, ‘ରାଜ୍ୟସଭା ପ୍ରାର୍ଥୀ ଭାବରେ ମୋତେ ମନୋନୀତ କରିଥିବାରୁ ମୁଁ ମୋ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମୋର କୃତଜ୍ଞତା ଜ୍ଞାପନ କରୁଛି | ଆଜି ମୋର ପ୍ରାର୍ଥୀପତ୍ର ଦାଖଲ ପୂର୍ବରୁ ରାଜ୍ୟର ସାଢ଼େ ଚାରିକୋଟି ଓଡ଼ିଆ ଭାଇ ଭଉଣୀଙ୍କଠୁ ଆଶୀର୍ବାଦ ଲୋଡୁଛି ।’
ରାଜ୍ୟସଭା ପ୍ରାର୍ଥୀ ଭାବରେ ମୋତେ ମନୋନୀତ କରିଥିବାରୁ ମୁଁ ମୋ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ମୋର କୃତଜ୍ଞତା ଜ୍ଞାପନ କରୁଛି | ଆଜି ମୋର ପ୍ରାର୍ଥୀପତ୍ର ଦାଖଲ ପୂର୍ବରୁ ରାଜ୍ୟର ସାଢ଼େ ଚାରିକୋଟି ଓଡ଼ିଆ ଭାଇ ଭଉଣୀଙ୍କଠୁ ଆଶୀର୍ବାଦ ଲୋଡୁଛି |
ଜୟ ଜଗନ୍ନାଥ .. ?@Naveen_Odisha— Manas Mangaraj (@manasrmangaraj) May 31, 2022
ସେହିଭଳି ଡ. ସସ୍ମିତ ପାତ୍ର ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ପୁଣି ଥରେ ରାଜ୍ୟସଭା ସଦସ୍ୟ ଭାବେ ତାଙ୍କୁ ମନୋନୀତ କରାଯାଇଥିବାରୁ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହା ସହ ସାଢ଼େ ୪କୋଟି ଓଡ଼ିଆ ଭାଇ ଓ ଭଉଣୀଙ୍କ ଆର୍ଶୀବାଦ ଲୋଡ଼ିବା ସହ ସଂସଦରେ ସେମାନଙ୍କ ସ୍ୱର ପାଲଟିବେ ବୋଲି କହିଛନ୍ତି । ଏବଂ ସେମାନଙ୍କ ଦାବି ଦୃଢ଼ତାର ସହିତ ଉଠାଇବେ ବୋଲି କହିଛନ୍ତି ।
I am deeply thankful to my leader and Hon'ble CM Shri. Naveen Patnaik for renominating me to Rajya Sabha. As I file my nomination today, I humbly seek the blessings of my 4.5 crore Odia sisters & brothers. I commit & pledge to be their strong voice in Parliament, for their cause.
— ଡ଼ଃ ସସ୍ମିତ ପାତ୍ର I Dr. Sasmit Patra (@sasmitpatra) May 31, 2022
ଅନ୍ୟପକ୍ଷରେ ସୁଲତା ଦେଓ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଗଭୀର କୃତଜ୍ଞତା ଜ୍ଞାପନ କରିଛନ୍ତି । ଜଣେ ସାଧାରଣ ମହିଳାଙ୍କୁ ଦେଶର ସର୍ବୋଚ୍ଚ ଗୃହକୁ ପଠାଇଥିବାରୁ, ମୁଖ୍ୟମନ୍ତ୍ରୀ ବିଶ୍ୱାସ ଓ ଭଲପାଇବାର ସମ୍ମାନ ରଖିବେ ବୋଲି ଲେଖିଛନ୍ତି ।
ମୋ ଦଳର ସଭାପତି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ହୃଦୟରୁ କୃତଜ୍ଞତା ଜଣାଉଛି। ମୋ ପରି ଜଣେ ସାଧାରଣ ମହିଳା କୁ ଦେଶର ସର୍ବୋଚ୍ଚ ଗୃହ ରାଜ୍ୟସଭା କୁ ମନୋନୀତ କରିଥିବାରୁ। ଆପଣଙ୍କର ବିଶ୍ୱାସ ଓ ଭଲପାଇବା ର ସମ୍ମାନ ରଖିବି।ମା ମାଟି ର ନାର୍ଯ୍ୟ ଦାବି ଓ ବିକାଶ ପାଇଁ ଆପଣଙ୍କ ଲଢେ଼ଇରେ ସାମିଲ ହୋଇ ସ୍ୱରଶାଣିତ କରିବୁ https://t.co/i9mRR98d1d
— Sulata Deo (@DeoSulata) May 29, 2022
ସେହିଭଳି ରାଜ୍ୟସଭା ପ୍ରାର୍ଥୀ ନିରଞ୍ଜନ ବିଶି ମଧ୍ୟ ଗଣମାଧ୍ୟମ ପ୍ରତିନିଧିଙ୍କୁ ଦେଇଥିବା ପ୍ରତିକ୍ରିୟାରେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏବଂ ସଂସଦରେ ଆଦିବାସୀଙ୍କ ସ୍ୱର ପାଲଟିବେ ବୋଲି କହିଛନ୍ତି ।