ବିଜୁ ଯୁବ-ଛାତ୍ର ଜନତା ଦଳ ପକ୍ଷରୁ ଶିକ୍ଷା ବଞ୍ଚାଅ ଆନ୍ଦୋଳନ, ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବି
ନନ୍ଦିଘୋଷ ବ୍ୟୁରୋ: ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥାକୁ ନେଇ ତାତିଲା ବିଜେଡି । ମୟୂରଭଞ୍ଜରେ ବିଜୁ ଯୁବ-ଛାତ୍ର ଜନତା ଦଳର ‘ଶିକ୍ଷା ବଞ୍ଚାଅ ଆନ୍ଦୋଳନ’ । ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ।
ରାଜ୍ୟର ଶିକ୍ଷା ବ୍ୟବସ୍ଥାରେ ଅବ୍ୟବସ୍ଥା ଏବଂ ପାଠ୍ୟପୁସ୍ତକ ଯୋଗାଣରେ ବିଳମ୍ବ ପ୍ରତିବାଦରେ ବିଜୁ ଯୁବ ଓ ଛାତ୍ର ଜନତା ଦଳ ମୟୂରଭଞ୍ଜ ପକ୍ଷରୁ ‘ଶିକ୍ଷା ବଞ୍ଚାଅ ଆନ୍ଦୋଳନ’ ଡାକରା ଦିଆଯାଇଛି । ଏହି ପ୍ରତିବାଦ ସଭା ଓ ବିକ୍ଷୋଭ ପ୍ରଦର୍ଶନରେ ବିଜୁ ଯୁବ ଜନତା ଦଳର ରାଜ୍ୟ ସଭାପତି ଚିନ୍ମୟ ସାହୁ ଏବଂ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ଈପ୍ସିତା ସାହୁଙ୍କ ନେତୃତ୍ୱ ନେଇଥିଲେ ।
ଦଳ ପକ୍ଷରୁ ଅଭିଯୋଗ କରାଯାଇଛି ଯେ, ବର୍ତ୍ତମାନର ବିଜେପି ସରକାର ଶିକ୍ଷା ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ରୂପେ ବିପର୍ଯ୍ୟସ୍ତ କରିଦେଇଛନ୍ତି । ‘ଦିଶାହୀନ ସରକାର, ଶିକ୍ଷା ବ୍ୟବସ୍ଥା ଛାରଖାର’ ସ୍ଲୋଗାନ ଦେଇ ବିଜେଡି ଯୁବ-ଛାତ୍ର ସଂଗଠନ ଗଣଶିକ୍ଷା ମନ୍ତ୍ରୀ ତୁରନ୍ତ ଇସ୍ତଫା ଦିଅନ୍ତୁ ବୋଲି ଦାବି କରିଛି ।

