spot_img

Latest Posts

ଭୁବନେଶ୍ବରସ୍ଥିତ ଡିଜି କ୍ୟାମ୍ପ ଅଫିସ ଘେରାଉକଲା ବିଜେଡି

ନନ୍ଦିଘୋଷ ବ୍ୟୁରୋ: ଭୁବନେଶ୍ବର ସ୍ଥିତ ଡିଜି କ୍ୟାମ୍ପ ଅଫିସ ଘେରାଉକଲା ବିଜେଡି । ପ୍ରଣବ ବଳବନ୍ତରାୟଙ୍କ ଧର୍ମଶାଳା ଫାର୍ମହାଉସରେ ଦୁର୍ବୃତ୍ତଙ୍କ ଲଙ୍କାକାଣ୍ଡ ଘଟଣାରେ ପ୍ରତିବାଦ । ଆକ୍ରମଣକାରୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରି ଭୁବନେଶ୍ବର ସ୍ଥିତ ଡିଜି କ୍ୟାମ୍ପ ଅଫିସ ଘେରାଉକରିଛି ବିଜେଡି । ଆଜି ଧର୍ମଶାଳାର ପୂର୍ବତନ ବିଧାୟକ ତଥା ବିଜେଡିର ବରିଷ୍ଠ ସାଧାରଣ ସମ୍ପାଦକ ପ୍ରଣବ ବଳବନ୍ତରାୟଙ୍କ ଧର୍ମଶାଳା ସ୍ଥିତ ଫାର୍ମହାଉସରେ କିଛି ଦୁର୍ବୃତ୍ତ ପଶି ଲଙ୍କାକାଣ୍ଡ ଭିଆଇଥିଲେ । ଜେନାପୁର ଥାନା ଅଧୀନ ପନ୍ତୁରି ଠାରେ ଥିବା ଫାର୍ମହାଉସରେ ପ୍ରଣବଙ୍କ କିଛି ସମର୍ଥକ ଆଜି ରବିବାର ଥିବାରୁ ଭୋଜି ଆୟୋଜନ କରିଥିଲେ। ସେହି ସମୟରେ କିଛି ଦୁର୍ବୃତ୍ତ ସଂଘବଦ୍ଧ ଭାବେ ସେମାନଙ୍କ ଉପରେ ଆକ୍ରମଣ କରିବା ସହ ଫାର୍ମହାଉସରେ ବ୍ଯାପକ ଭଙ୍ଗାରୁଜା କରିଛନ୍ତି । ପ୍ରଣବଙ୍କ ଆହତ ସମର୍ଥକମାନଙ୍କୁ ଚିକିତ୍ସାପାଇଁ ହସପିଟାଲରେ ଭର୍ତ୍ତି କରାଯାଇଛି।ଏଇ ଖବର ଜାଣିବା ପରେ ନିଜେ ପ୍ରଣବ ବଳବନ୍ତରାୟ ଘଟଣାସ୍ଥଳରେ ପହଞ୍ଚି ସମର୍ଥକମାନଙ୍କୁ ଚିକିତ୍ସାପାଇଁ ପଠାଇଥିଲେ। ଘଟଣାସ୍ଥଳରେ ଉତ୍ତେଜନା ଲାଗିରହିଛି । ଜେନାପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।

Latest Posts

Don't Miss