spot_img

Latest Posts

ବହୁଚର୍ଚ୍ଚିତ ବଳଙ୍ଗା ନାବାଳିକା ମୃତ୍ୟୁ ମାମଲାକୁ ନେଇ ପୁରୀରେ ବିଜେଡ଼ିର ହରତାଳ

ନନ୍ଦିଘୋଷ ବ୍ୟୁରୋ : ବହୁଚର୍ଚ୍ଚିତ ବଳଙ୍ଗା ନାବାଳିକା ମୃତ୍ୟୁର ପ୍ରତିବାଦ। ଏହା ସହ ରାଜ୍ୟରେ ବଢ଼ିଚାଲିଥିବା ନାରୀ ନିର୍ଯାତନାର ପ୍ରତିବାଦରେ ପୁରୀ ଜିଲ୍ଲା ବିଜେଡି ପକ୍ଷରୁ ଶାନ୍ତିପୂର୍ଣ୍ଣ ହରତାଳ। ସକାଳ ୬ଟା ରୁ ଦିନ ୧୨ଟା ପର୍ଯ୍ୟନ୍ତ ହରତାଳ କରାଯିବ। ବଳଙ୍ଗା ଛାତ୍ରୀମୃତ୍ୟୁ ମାମଲାର ତଦନ୍ତ ରିପୋର୍ଟ ସାର୍ବଜନୀନ କରାନଯାଇଥିବା ବେଳେ ଦୋଷୀକୁ ଧରିବାରେ ପୋଲିସ ସକ୍ଷମ ହୋଇପାରିନାହିଁ। ଓଡ଼ିଶାର ଆଇନ୍ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡିଛି । ରାଜ୍ୟରେ ଅପରାଧିକ କାର୍ଯ୍ୟକଳାପ ନିତିଦିନିଆ ଘଟଣା ହୋଇଯାଇଛି। ଦୁର୍ବଳ ତଦନ୍ତ ପ୍ରକ୍ରିୟା ଅପରାଧୀମାନଙ୍କୁ ଅଧିକ ଅପରାଧ କରିବା ପାଇଁ ପ୍ରୋତ୍ସାହିତ କରୁଛି । ଅବାଧ ନିଶା କାରବାର ରାଜ୍ୟସାରା କାୟା ବିସ୍ତାର କରିବାରେ ଲାଗିଛି । ସାରା ରାଜ୍ୟରେ ଅଶାନ୍ତି ଓ ବିଶୃଙ୍ଖଳିତ ବାତାବରଣ ଜନମାନସକୁ ଅସ୍ତବ୍ୟସ୍ତ କରିପକାଇଛି। ଏହି ଉଦ୍‌ବେଗଜନକ ପରିସ୍ଥିତିରେ ସରକାରଙ୍କ ଆଭିମୁଖ୍ୟକୁ ବିରୋଧ କରି ପୁରୀ ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ଶାନ୍ତିପୂର୍ଣ୍ଣ ହରତାଳ ଡାକରା ଦିଆଯାଇଛି।

Latest Posts

Don't Miss