spot_img

Latest Posts

ଦିଲ୍ଲୀ ଦରବାରରେ ଓଡିଶା ସ୍ବାର୍ଥ ସମ୍ୱଳିତ ଦାବି ହେବ ଜୋରଦାର

ଭୁବନେଶ୍ବର: ରାଜ୍ୟବାସୀଙ୍କ ସ୍ବାର୍ଥ ରକ୍ଷା ପାଇଁ ଦିଲ୍ଲୀରେ ଦାବି ଜୋରଦାର କରିବ ବିଜେଡି। ବିଜେଡି ସଂସଦୀୟ ଦଳ ବୈଠକରେ ସାଂସଦଙ୍କୁ ଏନେଇ ଗୁରୁମନ୍ତ୍ର ଦେଇଛନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସଂସଦର ଉଭୟ ଗୃହରେ ବିଜେଡି ରାଜ୍ୟ ସ୍ବାର୍ଥ ସମ୍ପର୍କିତ ପ୍ରସଙ୍ଗଗୁଡିକୁ ପ୍ରଭାବୀ ଢଙ୍ଗରେ ଉପସ୍ଥାପନ କରିବ। ବିଭିନ୍ନ ସମୟରେ ବିଜେପି ନେତାମାନେ କରୁଥିବା ଅପପ୍ରଚାରକୁ କିପରି ରୋକାଯିବ ତା ଉପରେ ଗୁରୁତ୍ବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । କାରଣ ବିଜେପିର ଅପପ୍ରଚାର ଯୋଗୁଁ ରାଜ୍ୟବାସୀଙ୍କ ସ୍ବାର୍ଥ ହାସଲ ହୋଇପାରୁନି ଓ ଗରିବଗୁରୁବା ଲୋକ ପ୍ରଭାବିତ ହେଉଛନ୍ତି । ବଳକା ଉଷୁନା ଚାଉଳ ପ୍ରସଙ୍ଗ ଠାରୁ ଆରମ୍ଭ କରି ମହିଳା ସଂରକ୍ଷଣ ବିଲ୍‌କୁ ପାସ କରିବା ପାଇଁ ଦିଲ୍ଲୀରେ ସ୍ବର ସଶକ୍ତ କରିବେ ବିଜେଡି ସାଂସଦ ।

ଅହିଂସାକୁ ସମ୍ବିଧାନର ମୁଖବନ୍ଧରେ ସାମିଲ କରିବା ପାଇଁ ନବୀନ କରୁଥିବା ଦାବିକୁ ଆହୁରି ଜୋରଦାର କରାଯିବ । ସେହିଭଳି ୧୬୯ ଜନଜାତିଙ୍କୁ ତାଲିକାଭୁକ୍ତ କରିବାକୁ ଦାବି ଜୋରଦାର କରାଯିବ। ରେଳବାଇରେ ଓଡ଼ିଶାକୁ ନ୍ୟାୟ ମିଳୁନଥିବାରୁ ସଂସଦର ଉଭୟ ଗୃହରେ ବିଜେଡି ସାଂସଦମାନେ ଏହାର ପ୍ରତିବାଦ କରିବେ । ଆବାସ ଯୋଜନାରେ ଅନ୍ୟାୟ ଭାବେ ୪ଲକ୍ଷ ହିତାଧିକାରୀ ନାମ ତାଲିକାକୁ କେନ୍ଦ୍ର କାଟିଦେଇଛି । ଓଡିଶାର ଆହୁରି ୧୫ ଲକ୍ଷ ଯୋଗ୍ୟ ହିତାଧିକାରୀ ଆବାସ ଯୋଜନାରେ ସାମିଲ ହେବାର ଆବଶ୍ୟକତା ରହିଛି । ସଂସଦରେ ଏନେଇ କେନ୍ଦ୍ରର ଦୃଷ୍ଟି ଆକର୍ଷଣ କରିବେ ବିଜେଡି ସାସଂଦ । ରାଷ୍ଟ୍ରୀୟ ରାଜମାର୍ଗ ଓ ଟେଲିକମ ନେଟୱାର୍କ କ୍ଷେତ୍ରରେ ମଧ୍ୟ ଅବହେଳିତ ହେଉଛି ଓଡ଼ିଶା । ଦୀର୍ଘ ବର୍ଷ ଧରି ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ପାଇଁ ହେଉଥିବା ଦାବିକୁ ଅଣଦେଖା କରୁଛି କେନ୍ଦ୍ର । ରାଜ୍ୟକୁ ମିଳୁନି ପର୍ଯ୍ୟାପ୍ତ କେନ୍ଦ୍ରୀୟ ଅନୁଦାନ । ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସ୍ଥାନ ପାଉନଥିବା ଭୂମିଜ ଭାଷାକୁ ସାମିଲ କରିବା ପାଇଁ ହେଉଥିବା ଦାବିକୁ ମଧ୍ୟ କର୍ଣ୍ଣପାତ କରୁନି କେନ୍ଦ୍ର ।

 

 

Latest Posts

Don't Miss