କେନ୍ଦ୍ର ବିରୋଧରେ ପୁଣି ରଣହୁଙ୍କାର, ବିଜେଡିର ତୀବ୍ର ପ୍ରତିବାଦ, ରାଜ୍ୟର ବିଭିନ୍ନ ସ୍ଥାନରେ ବିକ୍ଷୋଭ

ଜୟପୁର: ଆଦିବାସୀଙ୍କ ପ୍ରତି କେନ୍ଦ୍ର ସରକାରଙ୍କ ବୈମାତୃକ ମନୋଭାବ । ଆଦିବାସୀର ମାନ୍ୟତା ସକାଶେ ଓଡ଼ିଶା ସରକାରଙ୍କ ଦ୍ୱାରା ଅନୁମୋଦିତ ୧୬୦ଟି ପ୍ରସ୍ତାବକୁ କେନ୍ଦ୍ରର ଆଦିବାସୀ ମନ୍ତ୍ରାଳୟ ଦୀର୍ଘ ଦିନ ଧରି ଅନୁମୋଦନ କରୁନି । ବାରମ୍ବାର ଅବଲମ୍ବନ କରିଚାଲିଛି ଟାଳଟୁଳ ନୀତି । ପ୍ରତିବାଦରେ ବିଜେଡି ସ୍ୱର ଉତ୍ତୋଳନ କରିବାକୁ ବାଧ୍ୟ ହୋଇଛି । ଏହି ପରିପେକ୍ଷୀରେ କୋରାପୁଟ ବିଜୁ ଜନତା ଦଳ ତରଫରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ପ୍ରତିବାଦ ସଭା ଅନୁଷ୍ଠିତ କରାଯାଉଛି । ଏହା ସହିତ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏ ସମ୍ପର୍କରେ ଏକ ସ୍ମାରକ ପତ୍ର ପ୍ରଦାନ କରାଯିବ ।