spot_img

Latest Posts

‘ବିକଶିତ ଓଡ଼ିଶା କଥା କହି ଓଡ଼ିଶାବାସୀଙ୍କୁ ଭୁଆଁ ବୁଲାଯାଉଛି, ରାଜ୍ୟରେ ନାରୀଙ୍କ ସୁରକ୍ଷା ନାହିଁ’

ଭୁବନେଶ୍ବର ; ନାରୀ ସଶକ୍ତିକରଣ ନେଇ ଓଡ଼ିଶା ଦେଶରେ ଉଦାହରଣ ସୃଷ୍ଟି କରିଥିଲା। ବିଜେଡି ଶାସନ ସମୟରେ ଓଡ଼ିଶା ଅନେକ କ୍ଷେତ୍ରରେ ସୁନାମ ଅର୍ଜନ କରିଥିଲା। ହେଲେ ବିଜେପି ସରକାର ଓଡ଼ିଶାକୁ ଆସିବା ପରେ ସ୍ଥିତି ବଦଳିଗଲା। ଦେଶର ଯେକୌଣସି ଖବରକାଗଜରେ ନାରୀ ନିର୍ଯାତନା ଖବର ପ୍ରକାଶ ପାଉଛି ବୋଲି କହିଛି ବିଜେଡି। ଦଳର ବରିଷ୍ଠ ସାଧାରଣ ସମ୍ପାଦକ ପ୍ରଦୀପ ମାଝି କହିଛନ୍ତି- ଦୁଷ୍କର୍ମ, ନିର୍ଯାତନା, ଆତ୍ମଦାହ, ବିଷପାନ, ଗଣଦୁଷ୍କର୍ମ ନିୟମିତ ଘଟିଚାଲିଛି। ଓଡ଼ିଶାବାସୀ ରାଜ୍ୟ ବାହାରେ ମୁଣ୍ଡ ଟେକି ଚାଲିପାରୁନାହାନ୍ତି। ବିକଶିତ ଓଡ଼ିଶା କଥା କହି ଓଡ଼ିଶାବାସୀଙ୍କୁ ଭୁଆଁ ବୁଲାଯାଉଛି। ଯେଉଁ ରାଜ୍ୟରେ ନାରୀଙ୍କ ସୁରକ୍ଷା ନାହିଁ ସେଠାରେ ସବୁ ସ୍ଲୋଗାନର ମାନେ କଣ?। ମାଲକାନଗିରି ଜିଲ୍ଲାରେ ଘଟିଥିବା ଘଟଣା ସମସ୍ତଙ୍କୁ ଆନ୍ଦୋଳିତ କରିଛି। ଡବଲ ଇଞ୍ଜିନ ସରକାରରେ ଡବଲ ରେପ ପରି ଘଟଣା ଘଟୁଛି। ପବିତ୍ର ଉତ୍କଳ ମାଟିରେ ଅନୁସୂଚୀତ ବର୍ଗର ଝିଅଙ୍କୁ ଗଣଦୁଷ୍କର୍ମ କରାଯାଉଛି। ଦକ୍ଷିଣ ଓଡ଼ିଶାରେ ଗୋଟିଏ ପରେ ଗୋଟିଏ ଘଟଣା ଘଟୁଛି। ନବରଙ୍ଗପୁରର ଜଣେ ଝିଅ ସଙ୍କଟାପନ୍ନ ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ଗୋଟିଏ ଝିଅ ଲାଗି ଦୁଇ ଦୁଇଟି ଏଫଆଇଆର ହେଉଛି। ଦେଶରେ ଓଡ଼ିଶାର ନାଁ ଭୁଲୁଣ୍ଠିତ ହେଉଛି ବୋଲି କହିଛନ୍ତି ପ୍ରଦୀପ ମାଝି।

Latest Posts

Don't Miss