ରାଜ୍ୟରେ ଦରଦାମ ନିୟନ୍ତ୍ରଣ ନହେଲେ ଆନ୍ଦୋଳନକୁ ଓହ୍ଲାଇବ ବିଜେଡି

ନନ୍ଦିଘୋଷ ବ୍ୟୁରୋ: ରାଜ୍ୟରେ ଅତିଷ୍ଠ କଲାଣି ଦରଦାମ। ଆକାଶଛୁଆଁ ହେଲାଣି ଅତ୍ୟାବଶ୍ୟକ ସାମଗ୍ରୀ ଦର। ଭାଙ୍ଗିଗଲାଣି ଗରିବ, ମଧ୍ୟବିତ୍ତ ଲୋକଙ୍କ ଅଣ୍ଟା। ଡାଲି, ଚାଉଳ, ପନିପରିବା ଦର ଆକାଶଛୁଆଁ। ହେଲେ ଦରଦାମ ନିୟନ୍ତ୍ରଣ ନେଇ ଦାୟିତ୍ୱହୀନ ମନ୍ତବ୍ୟ ଦେଉନ୍ତି ମନ୍ତ୍ରୀ। ଦରଦାମ ନିୟନ୍ତ୍ରଣରେ ଅସହାୟତା ପ୍ରକାଶ କରୁଛନ୍ତି ସରକାର। ଦରଦାମ ପ୍ରସଙ୍ଗରେ ପ୍ରେସମିଟ୍ କରି ବିଜେପିକୁ କଡ଼ା ସମାଲୋଚନା କରିଛି ବିଜେଡି। ଯଦି ସରକାର ଦର ନିୟନ୍ତ୍ରଣ ନକରନ୍ତି, ତେବେ ବିଜେଡି ରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି। ଦରବୃଦ୍ଧି ନିୟନ୍ତ୍ରଣ ନକଲେ ଆନ୍ଦୋଳନ କରିବ ବିଜେଡି। ଅସାଧୁ ବେପାରୀଙ୍କ ଯୋଗୁଁ ଅତ୍ୟାବଶ୍ୟକ ସାମଗ୍ରୀ ଦର ବଢ଼ିଚାଲିଛି। ବେଆଇନ ଭାବେ ସାମଗ୍ରୀ ଗଚ୍ଛିତ ରଖୁଥିବାରୁ ଦରଦାମ ବୃଦ୍ବଧି ପାଉଛି। ବଳକା ଚାଉଳ ରାଜ୍ୟରେ ଚାଉଳ ଦରକୁ ଆଖି ପାଉନି।
ଦରବୃଦ୍ଧି ପ୍ରଭାବ ପିଲାଙ୍କ ମଧ୍ୟାହ୍ନ ଭୋଜନ ଉପରେ ପଡ଼ୁଛି ବୋଲି କହିଛି ବିଜେଡି। ଏଭଳି ସ୍ଥିତିରେ ଦରଦାମ ନିୟନ୍ତ୍ରଣ ପାଇଁ କି ପଦକ୍ଷେପ ନିଆଯାଇଛି ବୋଲି ପ୍ରଶ୍ନ କରିଛି ବିଜେଡି। ଉଭୟ କେନ୍ଦ୍ର ଓ ରାଜ୍ୟରେ ଡବଲ ଇଞ୍ଜିନ ସରକାର ଚାଲିଛି। ତେଣୁ ଛୋଟ ଇଞ୍ଜିନ ସରକାର ବଡ଼ ଇଞ୍ଜିନର ସହାୟତା ମାଗନ୍ତୁ ବୋଲି କହିଛି ବିଜେଡି। ଦରଦାମ ବୃଦ୍ଧିରୁ ଜଣାପଡ଼ୁଛି ଯେ ବିଜେପି କି ରାଜ୍ୟବାସୀଙ୍କୁ କି ସୁଶାସନ ଦେବ। ସରକାରଙ୍କୁ ପରାମର୍ଶ ସହ ଚେତାବନୀ ଦେଇଛି ବିଜେଡି।