ନନ୍ଦିଘୋଷ ବ୍ୟୁରୋ : ନୂଆପଡା ଉପନିର୍ବାଚନ ପ୍ରସଙ୍ଗରେ ବର୍ଷିଛନ୍ତି ବିଜେଡିର ବରିଷ୍ଠ ସାଧାରଣ ସମ୍ପାଦକ ସ୍ନେହାଙ୍ଗିନୀ ଛୁରିଆ। ସେ କହିଛନ୍ତି ଏହି ଜନାଦେଶ ଅଗ୍ରହଣୀୟ। ଯନ୍ତ୍ର ମାଧ୍ୟମରେ ବିଜେପି ଅଧିକ ଭୋଟ ନେଇଯାଇଛି। ଇଭିଏମ୍ ଯେତେ ଦିନ ଥିବ ବିଜେପି ଏମିତି ବିଜୟୀ ହେଉଥିବ। ଇଭିଏମ୍ ରେ ଯେଉଁ ଫଳ ଆସିଲା ତାକୁ ଆମେ ଗ୍ରହଣ କରିପାରୁନାହୁଁ । ଅନେକ ବୁଥ୍ ରେ ସଠିକ୍ ଭାବେ ଭୋଟିଂ ହୋଇନାହିଁ। ସରକାରୀ କଳ, ଜିଲ୍ଲା ଓ ଏସପି ବିଜେପି ପାଇଁ କାର୍ଯ୍ୟ କରୁଥିଲେ। ଲୋକଙ୍କୁ ପଦ୍ମ ଫୁଲରେ ଭୋଟ ଦେବାକୁ ବାଧ୍ୟ କରୁଥିଲେ ।
୪୧ ଟି ବୁଥ୍ ରେ ୯୦ ପ୍ରତିଶତରୁ ଅଧିକ ମତଦାନ କିପରି ହୋଇଛି ବୋଲି ସେ ପ୍ରଶ୍ନ କରିଛନ୍ତି। ନିର୍ବାଚନ ଅଧିକାରୀ ଗୋଟିଏ ଦିନ ପରେ ଭୋଟ ପ୍ରତିଶତ ପ୍ରକାଶ କଲେ । ସବୁ ବୁଥରେ ରିଗିଂ ହୋଇଛି। ମୁଁ ନୂଆପଡ଼ାବାସୀଙ୍କ ସହ ରହିଛି ଓ ରହିବି । ନୂଆପଡ଼ା ଲୋକଙ୍କ ସ୍ବାର୍ଥ ପାଇଁ ଲଢେ଼ଇ କରିବି ବୋଲି ସେ କହିଛନ୍ତି । ସେ ଆହୁରି କହିଛନ୍ତି ନିର୍ବାଚନ ବେଳେ ବିଜେଡିର ୫ ଜଣ ନେତାଙ୍କୁ ଗିରଫ କରାଗଲା। ନୂଆପଡ଼ାରେ ବିଜୁଜନତା ଦଳର ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବାକୁ ସୁଯୋଗ ଦେଇଥିବାରୁ ସେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି। ଶଙ୍ଖ ଚିହ୍ନକୁ ନୂଆପଡାବାସୀ ବିପୁଳ ଭୋଟ ଦେଇଥିବାରୁ ସେ ନୂଆପଡ଼ାବାସୀଙ୍କୁ ବି କୃତଜ୍ଞତା ଜ୍ଞାପନ କରିଛନ୍ତି।

