‘ହତାଶ କର୍ମୀଙ୍କୁ ଉତ୍ସାହିତ କରୁଛନ୍ତି ନଡ୍ଡା’ : ବିଜେଡି ସାଂସଦ ସସ୍ମିତ ପାତ୍ର

ଭୁବନେଶ୍ୱର : କଳାହାଣ୍ଡିରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଦେଇଥିବା ଭାଷଣ ଦଳୀୟ ନେତା ଓ କର୍ମୀଙ୍କ ପାଇଁ ଥିଲା  । ରାଜ୍ୟରେ ବିଜେପିର ସ୍ଥିତି ଦେଖି ହତୋତ୍ସାହିତ ହୋଇଛନ୍ତି ବିଜେପି ନେତା  । ବିଭିନ୍ନ ଉପନିର୍ବାଚନର ଫଳାଫଳ ସହ ଜିଲ୍ଲା ପରିଷଦ ନିର୍ବାଚନରେ ବିଜେପିର ଶୋଚନୀୟ ସ୍ଥିତି ଦେଖି ନିରୁତ୍ସାହିତ ଥିବା ବିଜେପି ନେତାଙ୍କୁ ଉତ୍ସାହିତ କରିବାକୁ ଚେଷ୍ଟା କରିଛନ୍ତି ଜେପି ନଡ୍ଡା  । ପ୍ରେସରିଲିଜ ଜରିଆରେ ଏଭଳି କହିଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର ।

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଲୋକଙ୍କୁ ମିଳୁଥିବା ୫ କେଜି ଚାଉଳ କାହିଁକି ବନ୍ଦ ହେଲା ବୋଲି ବିଜେପି ସରକାର ଉତ୍ତର ଦେବା କଥା  ବୋଲି ସସ୍ମିତ ପାତ୍ର କହିଛନ୍ତି  । ପ୍ରଧାନମନ୍ତ୍ରୀ ଆଓ୍ବାସ ଯୋଜନା  ମାଧ୍ୟମରେ ୭ ଲକ୍ଷ ଘର ମିଳିବାର ଥିଲେ ମଧ୍ୟ ରାଜ୍ୟ ବିଜେପି ଷଡ଼ଯନ୍ତ୍ର ପାଇଁ ଲୋକଙ୍କୁ ଘର ମିଳିନଥିଲା  । ସେ ବିଷୟରେ ଜବାବ ଦେବା କଥା ବୋଲି ସସ୍ମିତ କହିଛନ୍ତି  ।

ରାଜ୍ୟ ବିଜେପି ନେତା ବିଏସକେଓ୍ବାଇରେ ରାଜ୍ୟବାସୀଙ୍କୁ ମିଳୁଥିବା ସୁବିଧା ଓ ବ୍ୟବସ୍ଥା ବିଷୟରେ ଜେପି ନଡ୍ଡାଙ୍କୁ ବୁଝାଇବା କଥା  । ମହିଳାଙ୍କ ପାଇଁ ୧୦ ଲକ୍ଷ ଟଙ୍କାର ଚିକିତ୍ସା ସୁବିଧା ମିଳୁଛି   । ଯାହା ଆୟୁଷ୍ମାନ ଯୋଜନା ଠାରୁ ଦୁଇଗୁଣା ବୋଲି ସସ୍ମିତ ପାତ୍ର କହିଛନ୍ତି  । ରାଜ୍ୟର ସାଢେ ୪ କୋଟି ଲୋକଙ୍କ ଆଶୀର୍ବାଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ରହିଛି  । ତେଣୁ ଲଗାତାର ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ନବୀନ ପଟ୍ଟନାୟକ । କାରଣ ଓଡ଼ିଶାବାସୀ ଜାଣନ୍ତି ନବୀନ ପଟ୍ଟନାୟକ, ସେବା କରନ୍ତି ଶାସନ ନୁହେଁ  ।