ମିଶନ ଶକ୍ତି ବନ୍ଦ କରିବାକୁ ଚକ୍ରାନ୍ତ କରୁଛନ୍ତି ଧର୍ମେନ୍ଦ୍ର : ବିଜେଡି

ଭୁବନେଶ୍ୱର :  ଓଡ଼ିଶା ବିଜେପି ସର୍ବଦା ମହିଳା ବିରୋଧୀ। ମିଶନ ଶକ୍ତି ବନ୍ଦ କରିବାକୁ ଚକ୍ରାନ୍ତ କରୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏପ୍ରିଲ ୨୦୨୪ରେ  ଏସଏଚଜି ମା’ମାନଙ୍କ ଦୁବାଇ ଗସ୍ତ ବାତିଲ କରାଇଛନ୍ତି ଧର୍ମେନ୍ଦ୍ର।ଏନେଇ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପରେ ବର୍ଷିଛନ୍ତି ବିଜେଡି ସାଂସଦ ସୁଲତା ଦେଓ। ଚଳିତ ଏପ୍ରିଲ ମାସ ୨୪ ତାରିଖରେ ମା’ମାନଙ୍କର ଦୁବାଇ ଗସ୍ତ ଥିଲା। ଧର୍ମେନ୍ଦ୍ର ଇସିଆଇଙ୍କୁ ଚିଠି ଲେଖି ଏହି ଏକ୍ସପୋଜର ଭିଜିଟ ଉପରେ ରୋକ୍ ଲଗାଇଛନ୍ତି। ମାର୍ଚ୍ଚ ୨୭ରେ ପିଟିସନ ଦାଖଲ କରି ରୋକ ଲଗାଇଛନ୍ତି ଧର୍ମେନ୍ଦ୍ର। ମହିଳାଙ୍କ ପ୍ରଗତିରେ ରୋକ୍ ଲଗାଇବାକୁ ଚେଷ୍ଟା କରୁଛନ୍ତି। ମହିଳା ବିକାଶ, ମହିଳା ସଶକ୍ତିକରଣ ବିରୋଧୀ ପାଲଟିଛନ୍ତି ଧର୍ମେନ୍ଦ୍ର ପ୍ରଧାନ।

ସମ୍ବଲପୁରରକୁ ଧର୍ମେନ୍ଦ୍ର ବିଜେପି ଲୋକସଭା ପ୍ରାର୍ଥୀ ହୋଇଛନ୍ତି । ସାଂସଦ ନିର୍ବାଚିତ ହେଲେ ବୋଧହୁଏ ମିଶନ ଶକ୍ତି ବନ୍ଦ କରି ଦେବେ ବୋଲି ବିଜେଡି ଆଶଙ୍କା ପ୍ରକାଶ କରିଛି। କିନ୍ତୁ ମହିଳାଙ୍କ ଭିତରେ ଫାଟ ସୃଷ୍ଟି କରିବା ଚକ୍ରାନ୍ତରେ ସଫଳ ହେବେ ନାହିଁ ବୋଲି ବିଜେଡି ସାଂସଦ ସୁଲତା ଦେଓ କହିଛନ୍ତି। ୬ ଲକ୍ଷ ଏସଏଚଜି ଗଠନ ଦ୍ଵାରା ୭୦ ଲକ୍ଷ ମହିଳା ସଶକ୍ତକରଣ ସଶକ୍ତ ହୋଇଛନ୍ତି । ମାଆମାନଙ୍କୁ ସଶକ୍ତ କରି ଉଦ୍ୟୋଗୀ ହେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚେଷ୍ଟା କରିଛନ୍ତି। ଅନ୍ତର୍ଜାତୀୟ ସ୍ତରରେ ମହିଳା ଜ୍ଞାନ ଆହରଣ କରିଛନ୍ତି। କିନ୍ତୁ ମହିଳାଙ୍କୁ ପୁଣି ଚାରିକାନ୍ଥରେ ଆବଦ୍ଧ ରଖି ଅନ୍ଧାରକୁ ଠେଲି ଦେବାକୁ ଚାହୁଁଛନ୍ତି ଧର୍ମେନ୍ଦ୍ର। ସେଥିପାଇଁ ଇସିଆଇକୁ ଚିଠି ଲେଖି ଏସଏଚଜି  ମାଆମାନଙ୍କ ଦୁବାଇ ଗସ୍ତ ଉପ ଚଳିତ ନିର୍ବାଚନରେ ଓଡ଼ିଶାର ମା’ମାନେ ଉଚିତ ଜବାବ ଦେବେ ବୋଲି ବିଜେଡି କହିଛି।