ସମ୍ଭାବ୍ୟ ବାତ୍ୟା ନେଇ ନବୀନଙ୍କ ଆହ୍ବାନ, ସାହାଯ୍ୟ କରିବାକୁ ବିଜେଡିର ନେତାଙ୍କୁ ପରାମର୍ଶ

ଭୁବନେଶ୍ୱର : ମାଡି ଆସୁଛି ବାତ୍ୟା ‘ଦାନା’ । ବିପର୍ଯ୍ୟୟ ବେଳେ ଲୋକଙ୍କୁ ସହାୟତା ଯୋଗାଇବାକୁ ବିଜେଡି କର୍ମୀଙ୍କୁ ଆହ୍ବାନ ଦେଇଛନ୍ତି ଦଳର ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ବିଜେଡିର ସବୁ ବିଧାୟକ, ନେତା ଓ ପ୍ରାୟ ୧ କୋଟି କର୍ମୀଙ୍କୁ ନବୀନଙ୍କ ବାର୍ତ୍ତା ଦେଇଛନ୍ତି । ରିଲିଫ ଠାରୁ ଆରମ୍ଭ କରି ଉଦ୍ଧାର କାର୍ଯ୍ୟରେ ଲୋକଙ୍କୁ ସହୟତାର ହାତ ବଢାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ନବୀନ । ସେହି ଅନୁସାରେ ପ୍ରଭାବିତ ଜିଲ୍ଲା ଗୁଡ଼ିକରେ ବିଜେଡି ନେତା ଓ କର୍ମୀମାନେ କାମରେ ଲାଗିଥିବା କହିଛନ୍ତି ବିଜେଡି ମୁଖପାତ୍ର ଲେଖାଶ୍ରୀ ସାମନ୍ତସିଂହାର।