spot_img

Latest Posts

ବିଜେଡିର ନିର୍ବାଚନୀ ଇସ୍ତାହାର ଓଡ଼ିଶା ଇତିହାସରେ ଲିପିବଦ୍ଧ ରହିବ : ବିଜେଡି

ଭୁବନେଶ୍ୱର : ୨୦୩୪ ସୁଦ୍ଧା ଓଡ଼ିଶା ହେବ ନମ୍ୱର-୧ ରାଜ୍ୟ । ଘୋଷଣାପତ୍ରରେ ସବୁବର୍ଗର ଲୋକଙ୍କୁ ଗୁରୁତ୍ୱ ଦିଆଯିବ । ଏହା ଏକ ଐତିହାସିକ ଘୋଷଣାପତ୍ର । ଯୁବକଙ୍କ ପାଇଁ ଆସିବ ସ୍ୱତନ୍ତ୍ର ବଜେଟ୍ । ୧୦ବର୍ଷ ପାଇଁ ୧ ଲକ୍ଷ କୋଟିର ଅଲଗା ବଜେଟ୍ ପ୍ରସ୍ତୁତ ହୋଇଛି । ପ୍ରତି ବର୍ଷ ଯୁବକଙ୍କ ପାଇଁ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ନେଇ ବିଜେଡି ନିର୍ବାଚନୀ ଇସ୍ତାହାରରେ ପ୍ରତିଶୃତି ଦେଇଛି।

ବିଜେଡିର ନିର୍ବାଚନୀ ଇସ୍ତାହାର ଓଡ଼ିଶା ଇତିହାସରେ ଲିପିବଦ୍ଧ ରହିବ। ଓଡ଼ିଶାକୁ ଗରିବ, କ୍ଷୁଧାପ୍ରବଣ, ପ୍ରାକୃତିକ ବିପର୍ଯ୍ୟୟ କବଳିତ ପଛୁଆ ରାଜ୍ୟରୁ ବିଜେଡି ସରକାର ଗତ ୨୪ ବର୍ଷ ମଧ୍ୟରେ ଆଧୁନିକ ଅଭିବୃଦ୍ଧିୃଭିତ୍ତିକ, ସଂସ୍କୃତି ଏବଂ ଅସ୍ମିତାର ପରିଚୟଭିତ୍ତିକ ରାଜ୍ୟରେ ପରିଣତ କରିଛନ୍ତି | ପ୍ରଭୁ ଜଗନ୍ନାଥଙ୍କ କୃପା ଏବଂ ଜନସାଧାରଣଙ୍କ ଆଶୀର୍ବାଦ ସହିତ ଏହି ଲୋକାଭିମୁଖୀ ଇସ୍ତାହାରରେ ଉପସ୍ଥାପିତ ଗ୍ୟାରେଣ୍ଟିଗୁଡ଼ିକ ଫାଇଭ-ଟି ଗଭର୍ଣ୍ଣାନ୍ସ ମାଧ୍ୟମରେ କାର୍ଯ୍ୟକାରୀ ହେବ। ଓଡ଼ିଶା ପ୍ରଦେଶ ଗଠନର ଶହେ ବର୍ଷ ପାଳନର ୨ ବର୍ଷ ପୂର୍ବରୁ ୨୦୩୪ ସୁଦ୍ଧା ଓଡ଼ିଶାକୁ ସମସ୍ତଙ୍କ ସହଯୋଗ ଓ ଦୃଢ଼ ନେତୃତ୍ୱ ବଳରେ ସମସ୍ତ କ୍ଷେତ୍ରରେ ଅଭିବୃଦ୍ଧି ଏବଂ ବିକାଶରେ ଏକ ନମ୍ବର ରାଜ୍ୟର ମାନ୍ୟତା ମିଳିବ ବୋଲି ବିଜେଡି କହିଛି। ସବୁ ବର୍ଗର, ସବୁ ପଢ଼ିର, ଯୁବ, ଛାତ୍ର, ମଧ୍ଯବିତ୍ତ, କର୍ମୀଜୀବୀ ମହିଳା ଓ ପୁରୁଷଙ୍କ ପାଇଁ ବିଜେଡିର ନିର୍ବାଚନୀ ଇସ୍ତାହାରରେ ପ୍ରତିଶୃତି ଦିଆଯାଇଛି ବୋଲି ବିଜେଡି କହିଛି।

Latest Posts

Don't Miss