ଭକ୍ତ ଦାସଙ୍କ ପୁଅ ଥିଲେ ମହାଲିଙ୍ଗ କଲେଜ ଟ୍ରଷ୍ଟ ସଭାପତି, ସାମ୍ବାଦିକ ସମ୍ମିଳନୀରେ ବିଜେଡ଼ିର ଖୁଲାସା

ଭୁବନେଶ୍ୱର: କଂଗ୍ରେସ ନେତା ଭକ୍ତଦାସଙ୍କୁ ବିଜେଡ଼ିର ପ୍ରଶ୍ନ ବାଣ  । ମମିତା ମେହେର ମାମଲାରେ ନ୍ୟାୟ ଭିକ୍ଷା କରୁଥିବା କଂଗ୍ରେସ ନେତା ଭକ୍ତ ଚରଣ ଦାସଙ୍କୁ ବିଜେଡ଼ି ମୁଖପାତ୍ର ସାଂସଦ ସସ୍ମିତ ପାତ୍ର ପଚାରିଛନ୍ତି କିଛି ସାଙ୍ଘାତିକ ପ୍ରଶ୍ନ  । ଓଡ଼ିଶା କଂଗ୍ରେସ ଏବଂ ଓଡ଼ିଶା ବିଜେପି ଭିତରେ ରହିଛି ଭିତିରି ସଂପର୍କ  । କାରଣ ଓଡ଼ିଶା ବିଜେପିର ବି ଟିମ୍ ଭାବେ କାର୍ଯ୍ୟ କରୁଛି ରାଜ୍ୟ କଂଗ୍ରେସ  । ଭକ୍ତ ଦାସ ସାମ୍ବାଦିକ ସମ୍ମିଳନୀରେ ବିଜେପିର କଥା କହୁଥିବା ଅଭିଯୋଗ କରିଛନ୍ତି ସସ୍ମିତ ପାତ୍ର  । ମହାଲିଙ୍କ କଲେଜ ଏବଂ ମମିତା ମେହେର କେସରେ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ବିରୋଧରେ ଗର୍ଜୁଥିବା ବିରୋଧିଙ୍କ ନିରବତା ପଛରେ ସତ୍ୟତା ରହିଛି  ।

ସାସଂଦ ସସ୍ମିତ ପାତ୍ର କିଛି ଦୃଢ ତଥ୍ୟ ସହ ସାମ୍ବାଦିକ ସମ୍ମିଳନୀରେ ସବିଶେଷ ତଥ୍ୟ ପ୍ରଦାନ କରିଥିଲେ  । ମହାଲିଙ୍କ କଲେଜର ରେଜିଷ୍ଟର ଦସ୍ତାବିଜକୁ ଖୁଲାସା କରିଥିଲେ  । ଯେଉଁଥିରେଫାଉଣ୍ଡର ମେମ୍ବର ତାଲିକାରେ ରହିଛନ୍ତି କଂଗ୍ରେସ ନେତା ଭକ୍ତ ଦାସଙ୍କ ପୁଅ କ୍ରାନ୍ତି ଦାସ  । କ୍ରାନ୍ତି ଦାସ ଓହି ରେଜିଷ୍ଟରର ଦ୍ୱିତୀୟ ନମ୍ବରରେ ରହିଥିବା ଉଲ୍ଲେଖ ରହିଛି  । ଯେଉଁ ସମୟରେ ସଂସ୍ଥା ରେଜିଷ୍ଟର ହୋଇଥିଲା ସେଥିରେ ଥିବା କ୍ରାନ୍ତି ଦାସଙ୍କ ବୟସ ୨୧୩ ଥିବା ବେଳେ ତାଙ୍କ ବାପାଙ୍କ ଭକ୍ତ ଚରଣ ଦାସ ଉଲ୍ଲେଖ ରହିଛି  ।

ସବୁଠାରୁ ବଡ଼ ପ୍ରଶ୍ନ ହେଉଛି ଏହି ଗଭର୍ଣ୍ଣିଙ୍ଗ ବଡ଼ି କମିଟିରେ ଗୋବିନ୍ଦ ସାହୁ ଚେୟାରମେନ ଥିବାବେଳେ ଭକ୍ତ ଦାସଙ୍କ ପୁଅ କ୍ରାନ୍ତି ଦାସ ରହିଥିଲେ ଅଧ୍ୟକ୍ଷ  । ମହାଲିଙ୍ଗ କଲେଜର ଫାଉଣ୍ଡର ଟ୍ରଷ୍ଟି ହେଉଛନ୍ତି ଗୋବିନ୍ଦ ସାହୁ । କଲେଜର ଦ୍ୱିତୀୟ ଟ୍ରଷ୍ଟି ହେଉଛନ୍ତି ଭକ୍ତ ଦାସଙ୍କ ପୁଅ କ୍ରାନ୍ତି  । ଏ ନେଇ ଭକ୍ତ ଦାସ ସ୍ପଷ୍ଟ କରନ୍ତୁ ବୋଲି ବିଜେଡି ଆହ୍ୱାନ ଦେଇଛି । ସୋସିଆଲ ମିଡିଆରେ ବୁଲୁଥିବା ଫଟୋ ବି ଦେଖାଇଛନ୍ତି ସସ୍ମିତ । ଫଟୋରେ ଭକ୍ତଙ୍କ ସହ ଗୋବିନ୍ଦ ଓ ମମିତାଙ୍କୁ ଦେଖିବାକୁ ମିଳିଛି ।

Leave a Reply