spot_img

Latest Posts

ରାଜ୍ୟର ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗ ନେଇ ଅର୍ଥ କମିଶନଙ୍କ ନିକଟରେ ଦାବି ଜଣାଇଲା ବିଜେଡି

ଭୁବନେଶ୍ବର:  ଷୋଡ଼ଶ ଅର୍ଥ କମିଶନଙ୍କ ନିକଟରେ ରାଜ୍ୟର ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗ ନେଇ ଦିଆଯାଇଥିବା ସ୍ମାରକପତ୍ରକୁ ନେଇ ବିଜେଡିର ସାମ୍ବାଦିକ ସମ୍ମିଳନୀ। ଷୋଡ଼ଶ ଅର୍ଥ କମିଶନଙ୍କ ନିକଟରେ ବିଜେଡି ତରଫରୁ ନବୀନ ପଟ୍ଟନାୟକଙ୍କ ଦସ୍ତଖତ ସମ୍ବଳିତ ସ୍ମାରକପତ୍ର ଦିଆଯାଇଛି। ଅର୍ଥ କମିଶନ କେବଳ ବିଜେଡିର ସ୍ମାରକପତ୍ର ଦେଖି ବେଷ୍ଟ ସଜେସନ ବୋଲି କହିଲେ। ୨୪ ବର୍ଷ ଧରି ଶାସନ ଭାର ସମ୍ଭାଳିଥିଲା ବିଜେଡି। କେନ୍ଦ୍ର ଠୁ ଯେତିକି ନ୍ୟାୟ ମିଳିବା କଥା ତାହା ମିଳିନି ବୋଲି ଅଭିଯୋଗ ଆଣିଲେ ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ। ଗତ ୧୦, ୧୨ ବର୍ଷ ମଧ୍ୟରେ ଯେତିକି ଆର୍ଥିକ ସହାୟତା ପାଇବା କଥା ତାହା ପାଇ ନାହୁଁ। ଓଡିଶାକୁ ଏକ ବେମାର ରାଜ୍ୟରୁ ଆର୍ଥିକ ପ୍ରଗତିପୂର୍ଣ୍ଣ ରାଜ୍ୟରେ ପରିଣତ କରିବାରେ ସମର୍ଥ ହୋଇଛୁ। ନୀତି ଆୟୋଗ ରିପୋର୍ଟ କହିଛି ଆର୍ଥିକ ଦୃଷ୍ଟିରୁ ଓଡିଶା ବହୁ ଆଗକୁ ଯାଇଛି । ନବୀନ ସରକାର ଏ କ୍ଷେତ୍ରରେ ସମର୍ଥ ହୋଇଛନ୍ତି। ରାଜ୍ୟ ପାଇଁ ୪୧ ପ୍ରତିଶତ ଅଛି କେନ୍ଦ୍ରୀୟ ଭାଗ ତାହା ୫୦ ପ୍ରତିଶତ ହେବାକୁ ଦାବି । କେନ୍ଦ୍ର ସରକାର ୮ ଟି ସ୍କିମ କାଟିଦେଲେ । ତେଣୁ ସିଏସଏସ ଅନୁପାତ ବଢାଇବାକୁ ଦାବି। ଏବେ ୬୦, ୪୦ ଅନୁପାତ ମିଳୁଛି। ଯେଉଁଥିପାଇଁ ରାଜ୍ୟକୁ ଅଧିକ ଆର୍ଥିକ ବୋଝ ପଡୁଛି । ପଞ୍ଚାୟତ ସ୍ତରକୁ ଯେଉଁ ଅନୁଦାନ ମିଳୁଛି ତାହାକୁ ୫ ପ୍ରତିଶତ କରିବାକୁ ଦାବି। ଗତ ୧୪ ବର୍ଷ ହେଲା କୋଇଲା ରୟାଲଟିର ରିଭିଜନ ହୋଇନାହିଁ । ଯାହା ଫଳରେ ଓଡିଶାକୁ ଆର୍ଥିକ କ୍ଷତି ହେଉଛି। ଅନେକ ପିଏସୟୁ ବନ୍ଦ ହୋଇଯାଇଛି। କିନ୍ତୁ ଓଡ଼ିଶାର ଜମି ତାହା ମିଳୁନି । ଜମି ଫେରାଇଦିଅ ନଚେତ ଜମି ବିକ୍ରି ଲବ୍ଧ ଅର୍ଥ ଆମକୁ ଦିଅ ବୋଲି ଦାବି କରିଛି ବିଜେଡି। ରାଜ୍ୟରେ କୃଷି ପରେ ବୁଣାକାର ସଂଖ୍ୟା ଅଧିକ। ହସ୍ତତନ୍ତ ଶିଳ୍ପର ପୁନରୁଦ୍ଧାର ପାଇଁ ଏକ ସ୍ୱତନ୍ତ୍ର ପ୍ୟାକେଜ ଦିଆଯାଉ। ହିମାଲୟାନ ରାଜ୍ୟ ଭଳି ଓଡ଼ିଶାର ସ୍ୱତନ୍ତ୍ର ଅବସ୍ଥିତି ଦୃଷ୍ଟିରୁ ଓ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁ ଓଡ଼ିଶାର କଥା ବିଚାର କରି ସେହି ଶ୍ରେଣୀ ଅନ୍ତର୍ଭୁକ୍ତ କରି ସ୍ୱତନ୍ତ୍ର ସହାୟତା ଦିଆଯାଉ।

Latest Posts

Don't Miss