spot_img

Latest Posts

କଣାସରେ ଝାଡାବାନ୍ତି ବ୍ୟାପିବା ଏବଂ ଲୋକଙ୍କ ମୃତ୍ୟୁକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ବିଜେଡି

ଭୁବନେଶ୍ୱର: ପୁରୀ ଜିଲ୍ଲା କଣାସ ଅଞ୍ଚଳରେ ଝାଡ଼ାବାନ୍ତି ବ୍ୟାପିବା ଓ ଏଥିରେ ଲୋକଙ୍କ ମୃତ୍ୟୁକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ବିଜେଡି। ଏକ ସାମ୍ବାଦିକ ସମ୍ମିଳନୀରେ କଡ଼ା ସମାଲୋଚନା କରିଛନ୍ତି ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ସଂଜୟ ଦାସବର୍ମା ଓ ପୂର୍ବତନ ବିଧାୟକ ରୁଦ୍ର ମହାରଥୀ। ସଂଜୟ ଦାସବର୍ମା ଅଭିଯୋଗ କରିଛନ୍ତି, କଣାସ ଅଞ୍ଚଳରେ ଝାଡ଼ାବାନ୍ତି ବ୍ୟାପିଛି। ଗଙ୍ଗୁଆ ନଦୀର ବର୍ଜ୍ୟବସ୍ତୁ ପରିଚାଳନା ଠିକ ଭାବେ ନ ହେବାରୁ ମଇଳା ପାଣି ଦୟା ନଦୀ ଦେଇ ଚିଲିକାକୁ ଯାଉଛି। ଏହା ଦ୍ୱାରା ଦୟା, ରାଜୁଆ, ମକରା, ରତ୍ନାଚିରା, ଲୁଣା ଭାର୍ଗବୀ ନଦୀ ପ୍ରଭାବିତ ହେଉଛି। ଚିଲିକା ବି ପ୍ରଭାବିତ ହୋଇଛି। ଦୂଷିତ ପାଣି ବ୍ୟବହାର କରି ଲୋକେ ମୃତ୍ୟୁ ମୁଖରେ ପଡ଼ିଛନ୍ତି। ୨୫୦ରୁ ଅଧିକ ଲୋକ ପୁରୀ ଓ ଭୁବନେଶ୍ୱରରେ ଚିକିତ୍ସିତ ହେଉଛନ୍ତି। ଏହା ବଡ଼ ବିପର୍ଯ୍ୟୟ। ପ୍ରଶାସନ ବିଫଳ। ବିଳମ୍ବରେ ଗତକାଲି ଜିଲ୍ଲାପାଳ ଗଲେ। ସଂଜୟ ପ୍ରଶ୍ନ କରିଛନ୍ତି, ଏଯାଏ ମୁଖ୍ୟମନ୍ତ୍ରୀ ସମୀକ୍ଷା କଲେଣି କି । ଆଜି ହିଁ ମୁଖ୍ୟ ଶାସନ ସଚିବ ସମୀକ୍ଷା କରନ୍ତୁ ବୋଲି ଦାବି କରିଛନ୍ତି ସଂଜୟ ଦାସବର୍ମା। ସେ ଦାବି କରିଛନ୍ତି, ଦୀର୍ଘ ଓ କ୍ଷୁଦ୍ର ଯୋଜନା ସହ ଲୋକଙ୍କୁ ଚିକିତ୍ସା ଯୋଗାନ୍ତୁ।

ସେପଟେ ପିପିଲିର ପୂର୍ବତନ ବିଧାୟକ ରୁଦ୍ର ମହାରଥୀ କହିଛନ୍ତି, ଦୁଃଖର କଥା, ସାତ ମାସ ପରେ ବି ସରକାର ଲୋକଙ୍କ ସହିତ ନାହାନ୍ତି। କେବଳ ରଙ୍ଗ, ନାଁ ବଦଳାଇବାରେ ଓ ଖାଇବାରେ ବ୍ୟସ୍ତ। ନବୀନ ପଟ୍ଟନାୟକ ୧୦୦ କୋଟି ଟଙ୍କାର ପ୍ରକଳ୍ପ କରିଥିଲେ। ହେଲେ ଏବେ ତାର କାମ ଠପ। ପ୍ରଦୂଷିତ ପାଣି ଯୋଗୁଁ ପିପିଲିର ଲୋକେ କର୍କଟ ରୋଗରେ ପୀଡିତ। ନବୀନ ସରକାର ସ୍ଵେରେଜ ଟ୍ରିଟମେଣ୍ଟ ପାଇଁ ଅନୁମୋଦନ କରିଥିଲେ। ବିଜେପି ସରକାର କେବେ ସୁଦ୍ଧା ଏହି ପ୍ଲାଣ୍ଟ କରିବ ବୋଲି ପ୍ରଶ୍ନ କରିଛନ୍ତି ରୁଦ୍ର ମହାରଥୀ। ସେ କହିଛନ୍ତି, ବିଜେପି ସରକାର ଉପରେ ଲୋକଙ୍କ ଭରସା ଉଠିଗଲାଣି।

Latest Posts

Don't Miss