ମମିତା ହତ୍ୟା ମାମଲା, ଯିଏ ବି ସମ୍ପୃକ୍ତ ଦଣ୍ଡ ପାଇବ: ବିଜେଡି

1 min read
BJD Press Meet Over Mahaling Mamita Murder Case

ଭୁବନେଶ୍ୱର: ମହାଲିଙ୍ଗ-ମମିତା-ମର୍ଡର ମିଷ୍ଟ୍ରି । ବନ୍ଧା ହୋଇ ଜେଲ୍ ଗଲା ଅଭିଯୁକ୍ତ ଗୋବିନ୍ଦ ସାହୁ । ମାମଲାରେ ବିରୋଧୀ ସରକାରୀ ଦଳକୁ ଟାର୍ଗେଟ୍ କରିଥିବା ବେଳେ ପ୍ରେସମିଟ୍ କରିଛି ବିଜେଡି । ମମିତାଙ୍କ ମୃତ୍ୟୁରେ ପରିବାରକୁ ବିଜେଡି ସମବେଦନା ଜଣାଇଛି । ବିଜେଡି ଉପ ସଭାନେତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି, ମାମଲାର ତଦନ୍ତ ଦାୟିତ୍ୱ NIAରେ କାମ କରିଥିବା ଜଣେ ଅଧିକାରୀଙ୍କୁ ଦିଆଯାଇଛି । ଅଭିଯୁକ୍ତ ନିଶ୍ଚୟ ଦଣ୍ଡ ପାଇବେ । ଅନ୍ୟ ଯେଉଁମାନେ ବି ସମ୍ପୃକ୍ତ ସେମାନେ ବି ଦଣ୍ଡ  ପାଇବେ । ଉକ୍ତ ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀ, ଶିକ୍ଷକ ମାନେ କାମ କରୁଛନ୍ତି । ସେମାନଙ୍କୁ ବଦନାମ କରା ନ ଯାଉ । ଅନ୍ୟମାନେ ବି ସେଠାରେ ଅଛନ୍ତି । ଛାତ୍ରଛାତ୍ରୀ ଭଲ ପାଠ ପଢ଼ନ୍ତୁ । ଅନୁଷ୍ଠାନ ଅଛି ମାନେ ମନ୍ତ୍ରୀ, ନେତା ଯିବେ । କିଏ ଫଟୋ ଉଠେଇଲା, ସିଏ ଦୋଷୀ କହିବା ଠିକ୍ ନୁହଁ । ମନ୍ତ୍ରୀ ଆର୍ଥିକ ଅନୁଦାନ ଦେଲେ ଦୋଷୀ ହେବେ ନାହିଁ । ମନ୍ତ୍ରୀ ସେଠାକୁ ଯାଉ ଥିଲେ କି ନାହିଁ, ତଦନ୍ତ ପରେ ଜଣା ପଡ଼ିବ ।

BJD Press Meet Over Mahaling Mamita Murder Case

ବିଜେପିର ବହୁ ନେତାଙ୍କ ଫଟୋ ଅପରାଧୀଙ୍କ ସହ ରହିଛି । ମୋହନ ମାଝୀଙ୍କର ବି ଅନେକ ନେତାଙ୍କ ସହ ଫଟୋ ଅଛି । ଉତ୍ତର ପ୍ରଦେଶରେ କେନ୍ଦ୍ର ମନ୍ତ୍ରୀଙ୍କ ନାଁ ଚର୍ଚ୍ଚା ହେଲା । କାଇଁ ସେଠାରେ ବଜେପି ନେତା ସିବିଆଇ ତଦନ୍ତ ପାଇଁ ଦାବି କଲେନି ? ଆମର ନ୍ୟାୟ ପାଳିକା, ପୋଲିସ ଉପରେ ଭରସା ଅଛି । ବିଜେପି ଶସ୍ତା ରାଜନୀତି କରୁଛି । ମମିତା ନ୍ୟାୟ ପାଇବା ଦରକାର । ଅଭିଯୁକ୍ତକୁ ତୁରନ୍ତ ଗିରଫ କରାଯାଇଛି, ଅନ୍ୟମାନେ ସମ୍ପୃକ୍ତ ଥିଲେ ଗିରଫ ହେବେ ।

ଏଥିସହ ପଢ଼ନ୍ତୁ: ‘ମମିତାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରିଛି ଗୋବିନ୍ଦ ସାହୁ’

ପୋଲିସ ସବୁବେଳେ ନିରପେକ୍ଷ ଭାବେ କାମ କରୁଛି । ରାଜ୍ୟରେ କୌଣସି ନାରୀ ନିର୍ଯାତନା ମାମଲା ଲୁଚାଇ ରଖା ଯାଉନାହିଁ । ନାରୀ ନିର୍ଯାତନା ଅଭିଯୋଗ ଆସିଲେ ମାମଲା ରୁଜୁ କରାଯାଉଛି । ଯାହାକୁ ଦାୟିତ୍ୱ ଦିଆ ଯାଇଛି, ସେ ପ୍ରଭାବିତ ହେବେ ନାହିଁ । ଯଦି ମନ୍ତ୍ରୀଙ୍କ ସମ୍ପୃକ୍ତି ଥିବ ସେ ଗିରଫ ହେବେ, ଦଣ୍ଡ ପାଇବେ । ମନ୍ତ୍ରୀ ଇସ୍ତଫା ଦେଇ ଦେଲେ କଣ ନ୍ୟାୟ ମିଳି ଯିବ କି ? ତଦନ୍ତ ବନ୍ଦ ହେବ କି ? ସବୁ ଶେଷ ହୋଇ ଯିବ କି ବୋଲି ପ୍ରଶ୍ନ କରିଛନ୍ତି ପ୍ରମିଳା ।

Leave a Reply