ସ୍ପେଶାଲ ସ୍କ୍ବାଡ ନାମରେ ସହଦେବଙ୍କୁ କରାଯାଉଥିଲା ହଇରାଣ : ବିଜେଡି
ଭୁବନେଶ୍ବର : ରାଜ୍ୟରେ ଚାଲିଛି ଜଙ୍ଗଲରାଜ । ସହଦେବ ନାୟକଙ୍କୁ ଜେଲରେ ପୂରାଇବାକୁ ଚାଲିଥିଲା ଯୋଜନା । ପୂର୍ବରୁ ତାଙ୍କ ଘରେ ବ୍ରାଉନ ସୁଗାର ରଖି ଦିଆଯାଇଥିଲା ଧମକ । ସହଦେବ ନାୟକ ସାହସର ସହ ମୁକାବିଲା କରିଛନ୍ତି । ସ୍ପେଶାଲ ସ୍କ୍ବାଡ ନାମରେ ସହଦେବଙ୍କୁ କରାଯାଉଥିଲା ହଇରାଣ । ମୃତ୍ଯୁ ପୂର୍ବରୁ ସହଦେବଙ୍କୁ ରାସ୍ତାରୁ ହଟାଇ ଦିଆଯିବା ଲାଗି ମିଳିଥିଲା ଧମକ । ଡିସିପିଙ୍କୁ ବି ଏନେଇ ମିଳିଥିଲା ସୂଚନା । ତଥାପି ସହଦେବଙ୍କୁ ହତ୍ଯା କରାଗଲା । ପୋଲିସ କିଛି କରିପାରିଲାନି । ପୋଲିସ ୫ ଜଣଙ୍କୁ ଗିରଫ କରି ବାହାବା ନେବାକୁ ଚେଷ୍ଟା କରୁଛି ବୋଲି ବିଜେଡି ପୁଣି ପ୍ରେସମିଟ କରି ବର୍ଷିଛି । ହତ୍ଯା ପଛରେ ବହୁତ କିଛି ରହସ୍ଯ ଅଛି । ନଭେମ୍ବର ୩ ତାରିଖରେ ଭିଡିଓ ଦେଖାଇ ସହଦେବ ନିଜ ଜୀବନ ପ୍ରତି ବିପଦ ଥିବା କହିଥିଲେ । କିନ୍ତୁ ପୋଲିସ ତାଙ୍କୁ ସୁରକ୍ଷା ଦେଇପାରିଲାନାହିଁ । ହତ୍ଯା ପଛରେ କ’ଣ କାରଣ ରହିଛି ଭିଡିଓରୁ ସ୍ପଷ୍ଟ ହୋଇଛି । ସହଦେବ ନାୟକ ବ୍ରାଉନସୁଗାର ବେପାରକୁ ବିରୋଧ କରୁଥିଲେ । ଅନ୍ଯପଟେ ନଭେମ୍ବର ୧ କିମ୍ବା ୨ ରାତିରେ ସହଦେବଙ୍କ ଘରକୁ କିଏ ଯାଇଥିଲେ ବୋଲି ପ୍ରଶ୍ନ କରିଛି ବିଜେଡି । ପୋଲିସକୁ କହିବା ପରେ ବି ପୋଲିସ ତଦନ୍ତ ହେଲା ନାହିଁ । ବିଜେଡି ବଡ଼ ଅଭିଯୋଗ କରି କହିଛି, ସହଦେବ ନାୟକଙ୍କୁ ଜେଲରେ ପୂରାଇବାକୁ ଯୋଜନା ଚାଲିଥିଲା । ପୂର୍ବରୁ ତାଙ୍କ ଘରେ ବ୍ରାଉନ ସୁଗାର ରଖି ଧମକ ଦିଆଯାଇଥିଲା । ସହଦେବ ନାୟକ ସାହସର ସହ ମୁକାବିଲା କରିଛନ୍ତି । ହତ୍ଯା ପଛରେ ପୋଲିସ ଓ ସ୍ପେଶାଲ ସ୍କ୍ବାଡର ଭୂମିକା ସନ୍ଦେହରେ ରହିଛି । ସହଦେବଙ୍କ ଘରେ ଥିବା ସିସିଟିଭି ଫୁଟେଜର ତଦନ୍ତ ହେବା ଦରକାର । ଉଚ୍ଚସ୍ତରୀୟ ତଦନ୍ତର ଆବଶ୍ଯକତା ରହିଛି । ମୁଖ୍ଯମନ୍ତ୍ରୀ ନିଜେ ଗୃହ ବିଭାଗ ଦାୟିତ୍ବରେ ଅଛନ୍ତି । ମୁଖ୍ଯମନ୍ତ୍ରୀଙ୍କ ବିଶ୍ବସନୀୟତା ଉପରେ ପ୍ରଶ୍ନ ଉଠୁଛି । ହତ୍ଯାର ବିଚାର ବିଭାଗୀୟ ତଦନ୍ତ ହେବା ଦରକାର ।