ବିଜେପିକୁ ବିଜେଡିର କାଉଣ୍ଟର, ହିଂସା ପଛରେ ବିଜେପିର ହାତ

ଭୁବନେଶ୍ୱର: ବିଜେପିର ପ୍ରେସମିଟକୁ କାଉଣ୍ଟର କଲା ବିଜେଡି । ବିଜେପିର ନିର୍ବାଚନୀ ହିଂସା ଅଭିଯୋଗକୁ କଡ଼ା ଜବାବ ଦେଲା ବିଜେଡି । ବିଜେଡି ମୁଖପାତ୍ର ସସ୍ମିତ ପାତ୍ର ପ୍ରେସମିଟ୍ କରି ବିଜେପିର ଅଭିଯୋଗକୁ କଡା ସମାଲୋଚନା କରିଛନ୍ତି । ବିଜେଡି ଏକ ଶାନ୍ତିପ୍ରିୟ ଦଳ । ନିର୍ବାଚନରେ ହିଂସାର ନାହିଁ ସ୍ଥାନ । ହିଂସା ପଛରେ ବିଜେପିର ହାତ ରହିଛି । ନିର୍ବାଚନରେ ହାରିବା ଭୟରେ ବିଜେପି ଏପରି ଗୁଣ୍ଡାଗିରି କରୁଛି ବୋଲି କହିଛନ୍ତି ସସ୍ମିତ ପାତ୍ର । ନିର୍ବାଚନ ଆସିଲେ ବିଜେପି ରକ୍ତମୁଖା ହୋଇପଡ଼େ । ଓଡ଼ିଶା, ଓଡ଼ିଶାବାସୀ, ବିଜେଡି ଓ ମୁଖ୍ୟମନ୍ତ୍ରୀ ଶାନ୍ତିପ୍ରିୟ । ସବୁବେଳେ ବିଜେଡି ଲୋକଙ୍କ ସହ ରହିଥାଏ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର ।

ନିର୍ବାଚନ ଆସିଲେ ବିଜେପି ଲୋକଙ୍କ ପାଖକୁ ଆସେ  । ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ପୋଲିଂରେ ଦଳକୁ ପରାଜୟ ଆଶଙ୍କା ଘାରିଛି । ସେଥିପାଇଁ ପୁରୁଣା ରେକର୍ଡ ବଜାଉଛି ବୋଲି କହିଛନ୍ତି ସସ୍ମିତ । ଦଳର କେନ୍ଦ୍ରମନ୍ତ୍ରୀ ଓ ସାଂସଦ ମଧ୍ୟ ଗୁଣ୍ଡାଗିରି କରିବାକୁ ପଛାଉ ନାହାଁନ୍ତି । ଅଭିଯୋଗ କଲେ ଚୋର ମୁହଁ ଟାଣ ପରି କଥାକୁ ଏଡାଇ ଯାଉଛନ୍ତି । ଏହା କି ପ୍ରକାର ଲୋକସେବା ବୋଲି ପ୍ରଶ୍ନ କରିଛନ୍ତି ସସ୍ମିତ । ନିଜ ଦଳର ମହିଳା କର୍ମୀଙ୍କୁ ସାଂସଦ ଜୁଏଲ ଓରାମଙ୍କ ଦୁର୍ବ୍ୟବହାର ହେଉ କି ସରକାରୀ ଅଧିକାରୀଙ୍କୁ କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁଙ୍କ ଆକ୍ରମଣ ବିଜେପିକୁ ବ୍ୟାକଫୁଟକୁ ଠେଲି ଦେଇଛି । ମହିଳାଙ୍କୁ ସମ୍ମାନ ନାରାବାଜି କରୁଥିବା ଦଳ ନିଜ ଦଳର ମହିଳା କର୍ମୀଙ୍କୁ ସୁରକ୍ଷା ଦେଇପାରୁନି । ୟୁପି ବିହାର ମଡେଲ ଆମଦାନୀ କରି ଓଡ଼ିଶାରେ ଆପ୍ଲାଏ କରିବାକୁ ବିଜେପି ମସୁଧା କରିଛି ବୋଲି କହିଛନ୍ତି ସସ୍ମିତ ପାତ୍ର ।

 

Leave a Reply