spot_img

Latest Posts

ବିଜେପି ବିଧାୟକଙ୍କ ଆତ୍ମହତ୍ୟା ପ୍ରସଙ୍ଗକୁ ନେଇ ବିଜେପି ଉପରେ ବର୍ଷିଲା ବିଜେଡି

ଭୁବନେଶ୍ୱର: ବିଜେପି ବିଧାୟକ ସୁବାସ ପାଣିଗ୍ରାହୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା ବିଧାନସଭା ଓ ରାଜ୍ୟର ଗରିମାକୁ ନଷ୍ଟ କରିଛି। ସାରା ଭାରତରେ ବିରୋଧୀ ଶାସକ ଆଲୋଚନା କରନ୍ତି। ହେଲେ ଓଡ଼ିଶାରେ ପ୍ରଥମ ଥର ଏମିତି ହେଲା। ଏହାକୁ ଯେତେ ନିନ୍ଦା କଲେ ବି କମ ବୋଲି କହିଛି ବିଜେଡି। ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ବିଜେପି ଉପରେ ଖୁବ ବର୍ଷିଛି ବିଜୁ ଜନତା ଦଳ।

ସାମ୍ବାଦିକ ସମ୍ମିଳନୀରେ ବିଜେଡି ଅତନୁ ସବ୍ୟସାଚୀ ଓ ବିଜୁ ମହିଳା ଜନତା ଦଳ ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ ବିଜେପିକୁ ଟାର୍ଗେଟ କରି କହିଛନ୍ତି, ବର୍ତ୍ତମାନ କୋଭିଡ ସମୟ। ଘରେ ଘରେ ସାନିଟାଇଜର ଅଛି। ସଚେତନ କରାଯାଉଛି ସାନିଟାଇଜର ବ୍ୟବହାର କରିବା ପାଇଁ। ହେଲେ ସେ ସାନିଟାଇଜର ପିଇବା ବିପଦଜନକ ବାର୍ତ୍ତା ସମାଜକୁ ସୁବାସ ଦେଇଛନ୍ତି। ସବୁ ଦିନ ପାଇଁ ଏହା ଏକ କଳଙ୍କିତ ଅଧ୍ୟାୟ ହୋଇ ରହିଗଲା। ସାରା ଦେଶରେ ଏ ନେଇ ଚର୍ଚ୍ଚା ଚାଲିଛି।

ଜାତୀୟ ଦଳ ବିଧାୟକ ହେଲେ ବିଜେପି ଚୁପ କାହିଁକି ବୋଲି ପ୍ରଶ୍ନ କରିଛି ବିଜେଡି। ଏହା ନିଜସ୍ୱ ନିଷ୍ପତ୍ତି ନା ଚୁପ ରହି ବିଜେପି ପ୍ରୋତ୍ସାହନ ଦେଇଛି କି ? ବିଧାନସଭାର ପବିତ୍ରତା ନଷ୍ଟ ହୋଇଛି। ଗୃହର ମର୍ଯ୍ୟାଦା ପାଇଁ ବିଜେପି ଆଭିମୁଖ୍ୟ ସ୍ପଷ୍ଟ କରୁ। ଆଗାମୀ ପିଢୀ ପାଇଁ ଭୁଲ ବାର୍ତ୍ତା ଯାଉଛି। ଏହାର ନିରାକରଣ ହେଉ। ଏହି କଳଙ୍କିତ ଅଧ୍ୟାୟରେ ଆଭିମୁଖ୍ୟ ସ୍ପଷ୍ଟ କରୁନି ବିଜେପି।

Latest Posts

Don't Miss