ବିକଶିତ ଗାଁ ବିକଶିତ ଓଡ଼ିଶା ସ୍ଲୋଗାନ କାହା ପାଇଁ? : ବିଜେଡି
1 min readଭୁବନେଶ୍ବର : ବିଭିନ୍ନ ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କୁ ବିଜେଡିର ଟାର୍ଗେଟ୍ । ଶଙ୍ଖଭବନରେ ଆୟୋଜିତ ସମ୍ବାଦିକ ସମ୍ମିଳନୀରେ ବିଜେଡି ବିଧାୟକ ଅରୁଣ ସାହୁ ରାଜ୍ୟ ସରାକରଙ୍କ ଉପରେ ବର୍ଷିଛନ୍ତି । ସେ କହିଛନ୍ତି, ବିକଶିତ ଗାଁରେ ବିକଳାଙ୍ଗ ଯୋଜନା । ବିକଶିତ ଗାଁ ବିକଶିତ ଓଡ଼ିଶା ସ୍ଲୋଗାନ କାହା ପାଇଁ? ଗ୍ରାମାଞ୍ଚଳର ବିକାଶ କରିଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତାଙ୍କ ସମୟରେ ଆରମ୍ଭ ହୋଇଥିଲା ଗାଁ ବିକାଶର ନାରା । ଗାଁରେ ପ୍ରଥମ କଂକ୍ରିଟ ରାସ୍ତା ନବୀନ କରିଥିଲେ । ଯାହା ପରବର୍ତ୍ତୀ ସମୟରେ ଭାରତ ସରକାର କରିଥିଲେ । ସେତେବେଳେ ଏହି ଧାରା ଆରମ୍ଭ ହୋଇଥିଲା । ପଂଚାୟତିରାଜ ବିଭାଗ ୭୫ ହଜାର ରାସ୍ତା କଂକ୍ରିଟ କରିଥିଲା । ମନ୍ଦିର, ରାସ୍ତା, ସ୍କୁଲର ବିକାଶ ଆମ ଓଡ଼ିଶା ନବୀନ ଓଡ଼ିଶାରେ କରାଯାଇଥିଲା । ଏଥିପାଇଁ ଭାରତ ସରକାର ଓଡ଼ିଶା ସରକାରଙ୍କୁ ଅନେକ ବାର ପ୍ରଶଂସା କରିଛନ୍ତି । ୨୦୨୩-୨୪ ରେ ୬୮୦୦ ପଂଚାୟତକୁ ୫୦ ଲକ୍ଷ ଅନୁଦାନ ଦିଆଯାଇଥିଲା । ମୋଟ ସାଢେ ତିନି ହଜାର କୋଟି ଦିଆଯାଇଥିଲା । ଏବେ ସରକାର ବାର୍ଷିକ ହଜାର କୋଟି ଦେବେ । ଅର୍ଥାତ ୧୪ ଲକ୍ଷ ୮୦ ହଜାର ପ୍ରତି ଗାଁକୁ ଦେବେ । ଓଡ଼ିଶାରେ ୫୦ ହଜାର ରାଜସ୍ୱ ଗାଁ ଅଛି । ୱାର୍ଡ ପିଛା ଲକ୍ଷେ ବି ପଡୁନି । ଏମିତିରେ ପ୍ରତି ପଂଚାୟତକୁ ମାତ୍ର ତିନିରୁ ଚାରି ପ୍ରକଳ୍ପ ଯିବ । ସବୁ ଗାଁର ବି ଏଥିରେ ଭାଗ ପଡିବ ନାହିଁ । ଆମ ଓଡ଼ିଶା ନବୀନ ଓଡ଼ିଶା ନାଁ ବଦଳାଇ ୧୫ ଲକ୍ଷରେ ସୀମିତି ରଖିଲେ । କାରଣ ଡବଲ ଇଂଜିନ ସରକାରର ଡବଲ ଦୋମୁହାଁ କଥା ପ୍ରମାଣିତ ହେଲା । ଏକ ତୃତୀୟାଂଶ ଭାଗ ବି ପଡିଲା ନାହିଁ । ବିକଶିତ ଗାଁରେ ଏବେ ବିକଳାଙ୍ଗ ଯୋଜନା କଲେ । ନୂଆ ଯୋଜନା ସବୁକୁ ପୋଲିଓ ରୋଗ ହେଲାଣି । ଓଡ଼ିଶାର ଜନସଂଖ୍ୟାର ୮୦ ଭାଗ ଗାଁରେ ରୁହନ୍ତି । ସାଢେ ତିନି କୋଟି ଲୋକ ଗାଁରେ ରୁହନ୍ତି । ୨.୬୫ କୋଟି ବଜେଟରୁ ଗାଁ ବିକାଶ ପାଇଁ ମାତ୍ର ହଜାରେ କୋଟି ଦେଲେ ତାକୁ ପୋଲିଓ ନୁହେଁ ତ ଆଉ କଣ କହିବା । ଛଡ଼, ବାଲି, ସିମେଣ୍ଟ, ମଜୁରୀ ମହଙ୍ଗା ହେଲାଣି । ଏତିକି ଟଙ୍କାରେ କେମିତି କାମ ହେବ । ମନରେଗାରେ ଅର୍ଥ ବଢ଼ିଲା ନାହିଁ । ଏହା ଏବେ ଠପ । ଆମ ଓଡ଼ିଶା ନବୀନ ଓଡ଼ିଶା କାମ ଠପ । ପୂର୍ବ ସରକାର ଲୋକଙ୍କ ପାଇଁ କାମ କରୁଥିଲେ । ନବୀନ ସରକାର ଯାହା କରିଥିଲେ ତାହାର ରକ୍ଷଣାବେକ୍ଷଣା ବି କରୁନାହାନ୍ତି ସରକାର । ଗତ ଆଠ ମାସର ବିକାଶର ଚିତ୍ର ହେଉଛି ମଣ୍ଡିପଙ୍କାରେ ଅନାହାର ମୃତ୍ୟୁ, ଚିକିଟି ମଦ ମୃତ୍ୟୁ, ଅଦିନିଆ ବର୍ଷା ଯୋଗୁଁ କ୍ଷତିରୁ ୧୨ରୁ ଅଧିକ ମଲେ, କଣାସରେ ହଇଜାରେ ପାଞ୍ଚ ମଲେ । ଡବଲ ଇଂଜିନ ଡବଲ କଟନୀ ଛଟନି । ଆଇନ ଶୃଙ୍ଖଳା କଥା ନ କହିଲେ ଭଲ । ଭୁବନେଶ୍ୱରର ସବୁ ଘରେ କଳା କନା ବୁଲୁଛି । ହତ୍ୟା ଓ ଡକାୟତି ହେଉଛି । ଏ ହେଉଛି ବିକଶିତ ଓଡ଼ିଶାର ଚିତ୍ର । ସରକାରଙ୍କୁ ଆହ୍ୱାନ ଦେଇ ଯଦି ବିକଶିତ ଇଂଜିନ କଥା କହୁଛ ତେବେ ନବୀନ ଦେଉଥିବା ଅର୍ଥକୁ ଦ୍ବିଗୁଣିତ କର ବୋଲି ଅରୁଣ କହିଛନ୍ତି । ଆଇନଶୃଙ୍ଖଳା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ବିଜେଡି । ପୂର୍ବ ସରକାରଙ୍କ ଭଲକାମରୁ ରାଜ୍ୟ ସରକାର ଶିକ୍ଷାଲାଭ କରନ୍ତୁ ବୋଲି କହିଛନ୍ତି ଅରୁଣ ସାହୁ ।