ପ୍ରେସମିଟରେ ରାଜ୍ୟ ବିଜେପି ଉପରେ ବର୍ଷିଲେ ବିଜେଡି ମୁଖପାତ୍ର ଇପ୍ସିତା ସାହୁ

ଭୁବନେଶ୍ବର: ରାଷ୍ଟୀୟ ନେତାଙ୍କ କଥା ଶୁଣୁ ନାହାନ୍ତି ରାଜ୍ୟ ବିଜେପି ନେତା । ନିଜର ପ୍ରଚାର କରିବା ପାଇଁ ସେମାନଙ୍କ ମଧ୍ୟରେ ଚାଲିଛି ପ୍ରତିଯୋଗିତା । ମନ୍ଦ ଉଦ୍ଦେଶ୍ୟ ରଖି ତିଆରି କରୁଛନ୍ତି ଏଜେଣ୍ଡା  । କିନ୍ତୁ ପ୍ରକୃତ କଥା ଜଣାପଡିବା ପରେ ସବୁ ଫସର ଫାଟୁଛି  । ଜବତ ଟଙ୍କା ନେଇ ପ୍ରଧାନମନ୍ତ୍ରୀ ଟ୍ବିଟ କରିସାରିଛନ୍ତି  । ଗଣମାଧ୍ୟମରେ ମଧ୍ୟ ଏହା ପ୍ରକାଶ ପାଇଛି । ତଥାପି ନିଜର ବାହାଦୂରୀ ପାଇଁ ହୀନ ରାଜନୀତି କରୁଛନ୍ତି ରାଜ୍ୟ ବିଜେପି ନେତା ।

ପ୍ରେସମିଟ ଜରିଆରେ ବର୍ଷିଲେ ବିଜେଡି ମୁଖପାତ୍ର ଇପ୍ସିତା ସାହୁ । ଜବତ ଟଙ୍କା ଝାଡଖଣ୍ଡ ନେତା ଧୀରଜ ସାହୁଙ୍କର । ଏହିକଥା ଝାଡ଼ଖଣ୍ଡର ନେତାମାନେ ମଧ୍ୟ ସ୍ପଷ୍ଟ କରିସାରିଛନ୍ତି । ଝାଡଖଣ୍ଡ ନେତାମାନେ ଏହିଟଙ୍କା କଂଗ୍ରେସ ନେତାଙ୍କର ବୋଲି ସ୍ପଷ୍ଟ କରିଛନ୍ତି । ସବୁବେଳେ ଫେକ ନ୍ୟୁଜର ସାହାରା ନେଇ ମୁହଁ ଖୋଲୁଛନ୍ତି ବିଜେପି ନେତା । କିନ୍ତୁ ଅସଲ କଥା ସାମ୍ନାକୁ ଆସିବା ପରେ ଲୋକହସା ହେଉଛନ୍ତି  । ଓଡ଼ିଶା ବିଜେପି ୟୁନିଟ କଣ ରାଷ୍ଟ୍ରୀୟ ବିଜେପି ୟୁନିଟଠାରୁ ଅଲଗା କି ବୋଲି ପ୍ରଶ୍ନ କରିଛନ୍ତି ଇପ୍ସିତା ।