spot_img

Latest Posts

କୁଳପତି ଓ ଅଧ୍ୟାପକ ମରୁଡି ନେଇ ବର୍ଷିଲା ବିଜେଡି

ଭୁବନେଶ୍ବର : ଉଚ୍ଚଶିକ୍ଷା ବିଭାଗ ସମ୍ପୂର୍ଣ୍ଣ ପଙ୍ଗୁ ଓ ବିପନ୍ନ ହୋଇଯାଇଛି । ରାଜ୍ୟର ୧୭ ବିଶ୍ୱବିଦ୍ୟାଳୟରୁ ୧୪ଟିରେ କୁଳପତି ନାହାନ୍ତି । ଗତ ୧୦ ମାସ ତଳେ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ୯ ମାସ ହେବ ଆବେଦନ ସରିଲାଣି । ହେଲେ ବିଜେପି ସରକାର ଏ ନେଇ ଦାୟିତ୍ୱବାନ ନାହାନ୍ତି ବୋଲି କହି ଗର୍ଜିଛି ବିଜେଡି । ୧୪ଶହ ଅଧ୍ୟାପକ ପଦ ଖାଲି ପଡିଛି । କୁଳପତି ନିଯୁକ୍ତି ନ ହେବାରୁ ଅଧ୍ୟାପକ ନିଯୁକ୍ତି ବି ପ୍ରଭାବିତ ହୋଇଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୂରଦୃଷ୍ଟି ରଖି କାମ କରୁଥିଲେ । ସେ ସମୟର ଉଚ୍ଚଶିକ୍ଷା ମନ୍ତ୍ରୀ ବିଶ୍ଵବିଦ୍ୟାଳୟ ସଂଶୋଧନ ଆଇନ ୧୯୮୯ ପରିବର୍ତ୍ତନ କରିବାକୁ ପ୍ରସ୍ତାବ ଦେଇଥିଲେ । ଯାହାକୁ ନବୀନ ପଟ୍ଟନାୟକ ଅନୁମୋଦନ ଦେଇଥିଲେ । ବିନା ଦ୍ୱନ୍ଦ୍ୱରେ OPSC ଅଧ୍ୟାପକ ନିଯୁକ୍ତି ହେଉଥିଲା । କୁଳପତିଙ୍କ କାର୍ଯ୍ୟକାଳ ସରିବାର ୬ ମାସ ଆଗରୁ ନୂଆ କୁଳପତି ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେଉଥିଲା । ମୁଖ୍ୟମନ୍ତ୍ରୀ ଯଦି କାମଚଳା ନୁହଁନ୍ତି, ବିଶ୍ୱବିଦ୍ୟାଳୟର କୁଳପତି କାହିଁକି କାମଚଳା ହେବେ ବୋଲି ପ୍ରଶ୍ନ କରିଛି ବିଜେଡି । ଗେରୁଆ ଓ ସଂଘୀୟ ଜ୍ୟାକେଟ ଖୋଜୁଛନ୍ତି ସରକାର ବୋଲି ଅଭିଯୋଗ କରିଛି ବିଜେପି । କାମଚଳା କୁଳପତି ଅଧ୍ୟାପକ ନିଯୁକ୍ତି କରି ପାରିବେ ନାହିଁ । ଏଥିଯୋଗୁଁ ରିସର୍ଚ୍ଚ କାମ ବନ୍ଦ । ପରୀକ୍ଷା ଠିକ ସମୟରେ ହେଉନି କି ଫଳ ଠିକ ସମୟରେ ପ୍ରକାଶ ପାଉନି ।ହଷ୍ଟେଲରେ ଅବ୍ୟବସ୍ଥା । ଦୟନୀୟ ଅବସ୍ଥାକୁ ଗଲାଣି ଉଚ୍ଚଶିକ୍ଷା ବିଭାଗ । ହାଇକୋର୍ଟ ବି ଭର୍ତ୍ସନା କଲେଣି । ସରକାରଙ୍କ ଅପାରଗତା ଯୋଗୁଁ ଆଜି ରାଜ୍ୟପାଳ ବି କାଠଗଡା଼ରେ ଠିଆ ହୋଇଛନ୍ତି । ବିଶ୍ଵବିଦ୍ୟାଳୟ ଆଇନ ୧୯୮୯ରେ କୁଳାଧିପତିଙ୍କ ଅଖଣ୍ଡ କ୍ଷମତା ଅଛି । ତାହାର ସେ ବ୍ୟବହାର କରନ୍ତୁ । ଏପ୍ରିଲ ଶେଷ ସୁଦ୍ଧା ଯଦି ପଦ ପୂରଣ ନ ହୁଏ, ଛାତ୍ର ଓ ଯୁବ ବିଜେଡି ରାଜରାସ୍ତାରେ ଆନ୍ଦୋଳନ କରିବ ବୋଲି ବିଜେଡି ଚେତାଇ ଦେଇଛି । ତେଣୁ ଉଚ୍ଚଶିକ୍ଷା ମନ୍ତ୍ରୀ ଆଈମାଆ କାହାଣୀ ନ କୁହନ୍ତୁ । ଓଡ଼ିଶାରେ ଏକ ମାତ୍ର ମହିଳା ବିଶ୍ଵବିଦ୍ୟାଳୟରେ କୁଳପତି ନାହାନ୍ତି । ବିଶ୍ଵବିଦ୍ୟାଳୟର ସ୍ୱତନ୍ତ୍ରତା ନଷ୍ଟ ହେଲାଣି । ବେକାରୀ ସମସ୍ୟା ବୃଦ୍ଧି କରି ପିଲାଙ୍କୁ ବିଜେପି ରାଲିରେ ପଠାଇବାକୁ ଏହା ସରକାରଙ୍କ ଚାଲ । କ୍ୟାମ୍ପସରେ ଏବିଭିପି ପୂରାଇବାକୁ ଏହା ଷଡଯନ୍ତ୍ର । ଏପ୍ରିଲ ଶେଷ ସୁଦ୍ଧା ପ୍ରକ୍ରିୟା ନ ସାରିଲେ, ପ୍ରତି କ୍ୟାମ୍ପସ ଆଗରେ ହେବ ଶିକ୍ଷା ବଞ୍ଚାଓ ଆନ୍ଦୋଳନ । ରାଲି କରି ଭୁବନେଶ୍ୱର ଆସିବେ ଛାତ୍ରଛାତ୍ରୀ ବୋଲି ବିଜେଡି ଚେତାଇ ଦେଇଛି ।

Latest Posts

Don't Miss