spot_img

Latest Posts

ଲଘୁ ଖଣିଜ ଚୋରିକୁ ନେଇ ବର୍ଷିଲା ବିଜେଡି

ଭୁବନେଶ୍ବର : ଲଘୁ ଖଣିଜ ଚୋରି ନେଇ ବିଜେଡିର ପ୍ରେସମିଟ୍ । ଶଙ୍ଖ ଭବନରେ ଆୟୋଜିତ ପ୍ରେସମିଟରେ ଧର୍ମଶାଳା ବିଧାୟକ ହିମାଂଶୁ ସାହୁଙ୍କୁ ଟାର୍ଗେଟ କରି ବର୍ଷିଲା ବିଜେଡି । ଯାଜପୁର ଜିଲ୍ଲା ଧର୍ମଶାଳାର ବିଜେପି ସମର୍ଥିତ ବିଧାୟକ ହିମାଂଶୁ ସାହୁଙ୍କ ବିରୋଧରେ ବିଜେଡି ଆଣିଲା ସଙ୍ଗୀନ ଅଭିଯୋଗ । ହିମାଂଶୁ ସାହୁ ହେଉଛନ୍ତି ମୁଖ୍ୟମନ୍ତ୍ରୀଙ୍କ ଲୋକ। ଖଣିରୁ ଚାନ୍ଦା ଆଦାୟ କରିବାକୁ ସେ ରାତିରେ ବିଭିନ୍ନ ଖଣି ବୁଲନ୍ତି। ଖଣି ଚୋରିର ଅଭିଯୋଗ ଆଣି ବିଜେଡି ନେତା ପ୍ରଣବ ବଳବନ୍ତରାୟ କହିଛନ୍ତି, ଖଣି ଲୁଟ ନେଇ ସାରା ରାଜ୍ୟରେ ଏବେ ଚଢ଼ାଉ ଚାଲିଛି। କିନ୍ତୁ ସବୁଠୁ ବେଶି ଖଣି ଲୁଟ ହେଉଥିବା ଜେନାପୁରରେ କାହିଁକି ରେଡ୍ ହେଉନି ? ଖଣି ଲୁଟେରାଙ୍କୁ ବାନ୍ଧିବା ବଦଳରେ ବନ୍ଧୁ ବାନ୍ଧିଛନ୍ତି ବିଜେପି ସରକାର। ପ୍ରଣବ କହିଛନ୍ତି, ଗତ ୧୭ ତାରିଖରେ ବିଜେଡି ଏକ ସାମ୍ଵାଦିକ ସମ୍ମିଳନୀରେ ଅଭିଯୋଗ କରିଥିଲା, ରାଜ୍ୟରେ ଲଘୁ ଖଣିଜ ପଦାର୍ଥର ବ୍ୟାପକ ଲୁଟ୍ ହେଉଛି। ବିଜେପି ବିଧାୟକ ଏବଂ ଅଫିସରଙ୍କ ଭିତରେ ମଧୁ ଚନ୍ଦ୍ରିକାର ଅଭିଯୋଗ କରାଯାଇଥିଲା। ଏହା ଉପରେ ହିମାଂଶୁ ସାହୁ ପ୍ରତିକ୍ରିୟା ଦେଇଛନ୍ତି। ଠାକୁର ଘରେ କିଏ ନା ମୁଁ କଦଳୀ ଖାଇନି ନ୍ୟାୟରେ ସେ ପ୍ରତିକ୍ରିୟା ଦେଇଛନ୍ତି। ବିଧାୟକ କହିଛନ୍ତି, ନବୀନ ସରକାର ସମୟରେ ଅଧିକ ପେନାଲଟି ଆଦାୟ ହୋଇଥିଲା। ତେବେ ବର୍ତ୍ତମାନର ଡବଲ ଇଂଜିନ ସରକାର କେତେ ପେନାଲଟି ଆଦାୟ କରିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ପ୍ରଣବ ବଳବନ୍ତରାୟ ? ହିମାଂଶୁ ସାହୁଙ୍କ କାର୍ଯ୍ୟକଳାପ ଉପରେ ରାଜ୍ୟ ସରକାର ନଜର ରଖନ୍ତୁ ବୋଲି ଦାବି କରିଛି ବିଜେଡି। ଏହା ସହିତ ପ୍ରଣବ ବଳବନ୍ତରାୟ ଅଭିଯୋଗ କରିଛନ୍ତି, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ନିରଞ୍ଜନ ରାଉତଙ୍କ ନାଁରେ ମିଛ କେସ୍ ଲଗାଇ ସେ ଲିଜ ନେଇଥିବା ଖଣିଗୁଡିକୁ ଲୁଟି ଖାଉଛନ୍ତି ବର୍ତ୍ତମାନର ବିଧାୟକ ଓ ସରକାର। ଅନ୍ୟ ବିଜେଡି ନେତାଙ୍କ ନାଁରେ ମଧ୍ୟ ମିଥ୍ୟା କେସ୍ କରାଯାଇଥିବାର ପ୍ରଣବ ଅଭିଯୋଗ କରିଛନ୍ତି।

Latest Posts

Don't Miss