spot_img

Latest Posts

ପୁରୀରେ ବିମାନ ବନ୍ଦରର ସବୁ ଶ୍ରେୟ ନବୀନ ପଟ୍ଟନାୟକଙ୍କର : ଶୁଭାଶିଷ ଖୁଣ୍ଟିଆ

ଭୁବନେଶ୍ବର : ନବୀନ ପଟ୍ଟନାୟକଙ୍କ ପ୍ରୟାସ ଆଜି ସଫଳ ହୋଇଛି । ଶ୍ରୀକ୍ଷେତ୍ରର ବିକାଶଧାରାକୁ ନବୀନ ଆଗକୁ ନେଇଛନ୍ତି ବୋଲି କହିଛନ୍ତି ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ । ସେ କହିଛନ୍ତି ନବୀନ ପଟ୍ଟନାୟକ ପୁରୀକୁ ବିଶ୍ୱ ସହ ଯୋଡିବାକୁ ସ୍ୱପ୍ନ ଦେଖିଥିଲେ। ୨୦୨୧ ମସିହାରେ ପୁରୀରେ ବିମାନ ବନ୍ଦର ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଫଳରେ ୨୫୧ ଏକର ଜାଗା ଅଧିଗ୍ରହଣ କରାଯାଇଥିଲା। ପୁରୀର ଉନ୍ନତି ପାଇଁ ନବୀନ ବାବୁ ଆନ୍ତର୍ଜାତୀୟ ବିମାନ ବନ୍ଦରର କରିବାକୁ ଚେଷ୍ଟା କରିଥିଲେ।  କାରଣ ବିମାନ ବନ୍ଦର ହେଲେ ଅନେକ ଲୋକ ପୁରୀକୁ ଆସିବେ। ଏହାଛଡା  ବଡ଼ ଦାଣ୍ଡ ଛଡା ଶ୍ରୀଦାଣ୍ଡ ନିର୍ମାଣ କରିଥିଲେ। ପୁରୀକୁ ବିଶ୍ବରେ ୧ନଂ କରିବା ପାଇଁ ନବୀନଙ୍କ ପ୍ରୟାସ ଥିଲା । ତାହା ଆଜି ସଫଳ ହୋଇଛି । ଶ୍ରୀକ୍ଷେତ୍ରର ବିକାଶକୁ ନବୀନ ପଟ୍ଟନାୟକ ଆଗକୁ ନେଇଛନ୍ତି। ପୁରୀରେ ବିମାନବନ୍ଦର ପାଇଁ ଆମେ ସାଂସଦରେ ବାରମ୍ବାର ଦାବି କରି ଆସିଥିଲୁ। ତେଣୁ ବିମାନ ବନ୍ଦର ହେବାର ସବୁ ଶ୍ରେୟ  ନବୀନ ପଟ୍ଟନାୟକଙ୍କର।

Latest Posts

Don't Miss