୩୦ ଜିଲ୍ଲାରେ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତି ଦେଲେ ବିଜେଡି ସୁପ୍ରିମୋ
1 min readଭୁବନେଶ୍ୱର: ବିଜେଡିର ଜିଲ୍ଲାୱାରୀ ପର୍ଯ୍ୟବେକ୍ଷକ ନିଯୁକ୍ତ । ପର୍ଯ୍ୟବେକ୍ଷକ ତାଲିକାରେ ୯ ମନ୍ତ୍ରୀ ସାମିଲ ରହିଛନ୍ତି । ସେହିପରି ଅନେକ ବିଧାୟକଙ୍କୁ ମିଳିଛି ୩୦ ଜିଲ୍ଲା ଦାୟିତ୍ବ । ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କୁ ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର ଓ ସମ୍ବଲପୁରର ଦାୟିତ୍ୱ ଦିଆଯାଇଛି । ସେହିପରି ଗଜପତି ଓ ରାୟଗଡ଼ା ଦାୟିତ୍ବ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କୁ ମିଳିଛି । ମନ୍ତ୍ରୀ ପ୍ରତାପ କେଶରୀ ଦେବଙ୍କୁ ମିଳିଛିୀ ବାଲେଶ୍ବର ଦାୟିତ୍ବ ।
ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କୁ କଟକ, ପ୍ରମିଳା ମଲ୍ଲିକଙ୍କୁ କେନ୍ଦ୍ରାପଡ଼ା, ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କୁ ପୁରୀ, ପ୍ରୀତିରଞ୍ଜନ ଘଡ଼େଇକୁ ସୁନ୍ଦରଗଡ଼, ପ୍ରଦୀପ ଅମାତଙ୍କୁ ଗଞ୍ଜାମ ଓ ଅଶୋକ ପଣ୍ଡାଙ୍କୁ ଯାଜପୁର ଦାୟିତ୍ୱ ମିଲିଛି । ବଲାଙ୍ଗୀର ପାଇଁ ସୁଧିର ସାମଲ, ଭଦ୍ରକ ପ୍ରତାପ ଜେନା, ଦେଓଗଡ଼ ଅମରେଶ ଜେନା , ଜଗତସିଂହପୁର ଅରୁଣ କୁମାର ସାହୁ, କନ୍ଧମାଳ ବିଦଜୟ ନାୟକ , ଖୋର୍ଦ୍ଧା ରବୀନ୍ଦ୍ର କୁମାର ଜେନା , କୋରାପୁଟ-ମାଲକାନାଗିରି ପାଇଁ ଦିବ୍ୟ ଶଙ୍କର ମିଶ୍ର, ନବରଙ୍ଗପୁର ପାଇଁ ଇଶ୍ୱର ପାଣିଗ୍ରାହୀ , ନୟାଗଡ଼ ପଦ୍ମନାଭ ବେହେରା ।
ନୂଆପଡ଼ା ସ୍ନେହାଙ୍ଗୀନୀ ଛୁରିଆ । କଳାହାଣ୍ଡି- ପ୍ରଣବ ବଳବନ୍ତରାୟ, ଗଞ୍ଜାମ ପ୍ରଦୀପ୍ତ କୁମାର ଅମାତ, ବୌଦ୍ଧ ସୈଭାଗ୍ୟ ନାୟକ, ଝାରସୁଗୁଡ଼ା ସାରଦା ପ୍ରସାଦ ନାୟକ, ମୟୁରଭଞ୍ଜ ପ୍ରଶାନ୍ତ ମୁଦୁଲି । ସୁବର୍ଣ୍ଣପୁର ପାଇଁ ଦେବେଶ ଆଚାର୍ଯ୍ୟଙ୍କୁ ନିଯୁକ୍ତି ଦେଇଛନ୍ତି ଦଳ ସଭାପତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।