ନନ୍ଦିଘୋଷ ବ୍ୟୁରୋ: ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ ପାରିତ ପୂର୍ବରୁ ମୋହନ ସରକାରଙ୍କୁ ଗୃହରେ ଘେରିବା ପାଇଁ ରଣନୀତି ପ୍ରସ୍ତୁତ କରିଛି ମୁଖ୍ୟ ବିରୋଧୀ ବିଜେଡ଼ି। ବିପର୍ଯସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି, ବିଧାନସଭାରେ ଶାସକ ଦଳର ଏକଛତ୍ରବାଦ ନୀତି, ବଜେଟ ଅର୍ଥ ଖର୍ଚ୍ଚ ନହେବା, SC,St,OBC ପାଇଁ ସଂରକ୍ଷଣ , ସୁଭ୍ରଦା ଯୋଜନାରେ ମୋହନ ସରକାର ଓଡ଼ିଶାର ମହିଳାମାନଙ୍କୁ ପ୍ରତାରଣା ଦେଇଥିବା କଥା ଉଠାଇବା ସହ ମହିଳାଙ୍କ ଅସୁରକ୍ଷିତ ପ୍ରସଙ୍ଗ ଉଠାଇବ ବିଜେଡି । ଏହାସହ ନିର୍ବାଚନରେ ଦିଆଯାଇଥିବା ପ୍ରତିଶୃତି ପାଳନ କରିବାକୁ ଦଳ ଦାବି କରିବ। ଅନ୍ୟପଟେ ଶାଗମାଛ ଦଳରେ ବକ୍ସସାଇଟ ବଡ଼ ବଡ଼ କମ୍ପାନୀକୁ ବିକ୍ରି କରିବାକୁ ଷଡଯନ୍ତ୍ର, କୋଟିଆ, ପୋଲାଭରମ, ମହାନଦୀ ଜଳ ସମସ୍ୟା କଥା ଆଦି ପ୍ରସଙ୍ଗକୁ ବ୍ୟୟ ମଞ୍ଜୁର ବିଲ ଆଲୋଚନାରେ ଉଠାଇ ସରକାରଙ୍କୁ ଜବାବ ମାଗିବ ବିଜେଡି। ଆଜି ମହିଳା ଶିଶୁବିକାଶ, ନିର୍ମାଣ, ପର୍ଯ୍ଯଟନ, ଅବକାରୀ, ମିଶନଶକ୍ତି ଓ ଆଇନ ବିଭାଗର ପ୍ରଶ୍ନକାଳ ରହିଛି। ଶୂନ୍ଯକାଳରେ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗକୁ ବିରୋଧୀ ଉଠାଇପାରନ୍ତି। ଆଜି ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ ପାରିତ ହେବ । ପୂର୍ବରୁ ବିଭିନ୍ନ ବିଭାଗର ଖର୍ଚ୍ଚ ଦାବି ଆଲୋଚନା ହୋଇସାରିଛି । ଯେଉଁସବୁ ବିଭାଗରେ ଖର୍ଚ୍ଚ ଦାବି ଆଲୋଚନା ହୋଇନାହିଁ ତାହା ଗିଲୋଟିନରେ ପାରିତ କରାଯାଇଛି । ୨ ଲକ୍ଷ ୯୦ ହଜାର କୋଟି ଟଙ୍କାର ବଜେଟକୁ ବ୍ୟୟ ମଞ୍ଜୁରୀ ବିଲ ଜରିଆରେ ଗୃହରେ ପାରିତ କରାଯିବ । ଯାହାକୁ ନେଇ ଗୃହରେ ସରଗରମ ଆଲୋଚନା ହେବ ।

