spot_img

Latest Posts

ନବୀନ ନିବାସରେ ନେତାଙ୍କୁ ନବୀନଙ୍କ ଟିପ୍ସ, ନିର୍ବାଚନ ପାଇଁ ଫୁଲ୍ ଜୋସରେ ବିଜେଡି

ଭୁବନେଶ୍ବର: ନିର୍ବାଚନ ପାଇଁ ଫୁଲ୍ ଜୋସରେ ବିଜେଡି । ନବୀନ ନିବାସରେ ନିର୍ବାଚନୀ ଏକ୍ସରସାଇଜ ଆରମ୍ଭ ହୋଇଛି । ନିର୍ବାଚନମଣ୍ଡଳୀର ତୃଣମୂଳ ସ୍ତରରେ ଲୋକାଭିମୁଖୀ ଯୋଜନା ନେଇ ଲୋକଙ୍କ ସହ ଯୋଡ଼ି ହେବାକୁ ନେତାଙ୍କୁ ନବୀନ ନିର୍ଦ୍ଦେଶ ଦେଇଛନ୍ତି । ବିଜେଡିର ବଡ଼ ବିଜୟ ନେଇ ବିଭିନ୍ନ ସର୍ଭେ ରିପୋର୍ଟ ଆସିବା ପରେ ଗ୍ରାଉଣ୍ଡରେ ଦଳକୁ ଅଧିକ ଶକ୍ତିଶାଳୀ କରିବାକୁ ଯୋଦ୍ଧାଙ୍କୁ ପ୍ରସ୍ତୁତ କରୁଛି ଦଳ। ଦୁଇ ବିରୋଧୀ କିନ୍ତୁ ନିର୍ବାଚନ ପ୍ରସ୍ତୁତିରେ ପଛରେ ପଡ଼ିଯାଇଛନ୍ତି ।

ବିଜେଡିର ଯୋଦ୍ଧା ପ୍ରସ୍ତୁତ । ନବୀନ ନିବାସରେ ନେତାଙ୍କୁ ନବୀନଙ୍କ ଟିପ୍ସ । ନିର୍ବାଚନମଣ୍ଡଳୀରେ ଅଧିକ ଶକ୍ତିଶାଳୀ କର ସଂଗଠନ । ରେକର୍ଡ ବିଜୟ ପାଇଁ ସମରସଜ୍ଜା। ନିର୍ବାଚନ ତାରିଖ ଘୋଷଣା ପରେ ରାଜ୍ୟରେ ବହୁଛି ବିଜେଡି ହାଓ୍ବା । ଉଭୟ ବିଧାନସଭା ଓ ଲୋକସଭାରେ ଦଳ ରେକର୍ଡ ସଂଖ୍ୟକ ଆସନ ଜିତିବାକୁ ଆରମ୍ଭ କରିଛ ସମରସଜ୍ଜା । ଶ୍ରୀକ୍ଷେତ୍ର ପାଇଁ ବିଜେଡି ଯୋଦ୍ଧା ପ୍ରସ୍ତୁତ କରିଛି । ତୃଣମୂଳ ସ୍ତରରୁ ସଂଗଠନ ଶକ୍ତି ବୃଦ୍ଧି ସହ ବିକାଶମୂଳକ କାର୍ଯ୍ୟ ଓ ଲୋକାଭିମୁଖୀ ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଦଳ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି ।

ପର୍ଯ୍ୟାୟକ୍ରମେ ଅନ୍ୟ ସଂସଦୀୟ କ୍ଷେତ୍ର ପାଇଁ ଯୋଦ୍ଧା ପ୍ରସ୍ତୁତ କରିବ ବିଜେଡି। ଲୋକଙ୍କୁ ବିକଶିତ ଓଡ଼ିଶା ଗଠନ ସମ୍ପର୍କରେ ଜଣାଇବା ସହ ନିର୍ବାଚନ ଏକ୍ସରସାଇଜ ଆରମ୍ଭ କରିଛି ଦଳ। ପୂର୍ବରୁ ଶଙ୍ଖ ଭବନରେ ପ୍ରଶିକ୍ଷଣ ନେଇଥିବା ୪ଲକ୍ଷ ଯୋଦ୍ଧାଙ୍କୁ ବିଜେଡି ୨୧ଟି ସଂଦୀୟ କ୍ଷେତ୍ରରେ ଦାୟିତ୍ବ ବଣ୍ଟନ କରି ନିର୍ବାଚନୀ କାମ ଆରମ୍ଭ କରିଦେଇଛି। ସାଢ଼େ ୪ କୋଟି ଓଡ଼ିଆଙ୍କୁ ନିଜ ପରିବାର ଭାବେ ଗ୍ରହଣ କରି ମୁଖ୍ୟମନ୍ତ୍ରୀ ଯେଉଁସବୁ ଯୋଜନା କରିଛନ୍ତି, ତାହା ଦଳକୁ ବଡ଼ ବିଜୟ ଦେବ ବୋଲି ବିଧାୟକ କହିଛନ୍ତି ।

ଏଥର ବିଜେଡି ପୁଣି କ୍ଷମତା ଦଖଲ କରିବା ସହ ନବୀନ ଷଷ୍ଠଥର ମୁଖ୍ୟମନ୍ତ୍ରୀ ହୋଇ ଦେଶରେ ରେକର୍ଡ କରିବେ ବୋଲି ବିଭିନ୍ନ ସର୍ଭେ ରିପୋର୍ଟ ଆସିଛି । ବିଜେଡି ମଧ୍ୟ ନିର୍ବାଚନ ଘୋଷଣା ପୂର୍ବରୁ ୧୨୮ ବିଧାନସଭା ଓ ୧୮ ଲୋକସଭା ଆସନ ଦଖଲ କରିବ ବୋଲି ଦମ୍ଭୋକ୍ତି ପ୍ରକାଶ କରିଛି । ନିର୍ବାଚନ ଘୋଷଣା ପରେ ଦଳ ଲୋକଙ୍କ ପାଖକୁ ଯିବାର ଅଭିଯାନକୁ ଅଧିକ କ୍ରୀୟାଶୀଳ କରିଛି । ଅନ୍ୟପଟେ ମୁଖ୍ୟ ବିରୋଧୀ ବିଜେପି ନିର୍ବାଚନ ପାଇଁ ପ୍ରସ୍ତୁତ ବୋଲି କହିଛି । କଂଗ୍ରେସ କିନ୍ତୁ ଆଗୁଆ ଟିକେଟ ବଣ୍ଟନରେ ଫେଲ୍ ମାରିବା ପରେ କଂଗ୍ରେସ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଆଣି ନିର୍ବାଚନୀ ମାହୋଲ ସୃଷ୍ଟି କରିବାକୁ ଯୋଜନା କରିଛି । ବରିଷ୍ଠ ରାଜନୈତିକ ସମୀକ୍ଷକ କହିଛନ୍ତି,  ଏଯାଏଁ ବିଜେପି ଓ କଂଗ୍ରେସ ନିର୍ବାଚନୀ ପ୍ରସ୍ତୁତି କରିନାହାନ୍ତି କି ଲୋକଙ୍କ ପାଖକୁ ଯାଇନାହାନ୍ତି । ବିଜେଡି କିନ୍ତୁ ନିର୍ବାଚନ ପ୍ରସ୍ତୁତିକୁ ଜୋରଦାର କରି ଲୋକଙ୍କ ପାଖକୁ ଯାଉଛି ।

ନିର୍ବାଚନ ଫଳାଫଳର ସବୁ ରେକର୍ଡ ଭାଙ୍ଗିବାକୁ ବିଜେଡି ରଣନୀତି ପ୍ରସ୍ତୁତ କରିଛି । ଓଡ଼ିଶାବାସୀଙ୍କ ଆଶୀର୍ବାଦରେ ନବୀନ ମଧ୍ଯ ଲମ୍ବା ସମୟ ଓ ଦେଶର ଏକ ନମ୍ବର ମୁଖ୍ୟମନ୍ତ୍ରୀ ସ୍ଥାନ ବଜାୟ ରଖିବେ। ଏଥିପାଇଁ ସଂସଦୀୟ କ୍ଷେତ୍ରରୁ ବିଜୟ ଅଭିଯାନ ପାଇଁ ବିଜେଡି ରଣନୀତି ପ୍ରସ୍ତୁତ କରିଛି ।

Latest Posts

Don't Miss